ଏପିଡୁରାଲ ହେମାଟୋମା

ଏପିଡୁରାଲ ହେମାଟୋମା (ଇଂରାଜୀ ଭାଷାରେ Epidural hematoma) ହୁଏ ଯେତେବେଳେ ଖପୁରୀ (skull) ଓ ଡୁରାମାଟର (tough outer membrane covering the brain) ମଧ୍ୟରେ ରକ୍ତସ୍ରାବ ହୁଏ ।[୩] ଅଧିକାଂଶ ସମୟରେ ମୁଣ୍ଡ ଆଘାତ ପରେ ରୋଗୀ ଚେତନା ଶୂନ୍ୟ ହେବା ପରେ କିଛି ସମୟ ଚେତନା ଫେରେ ଓ ପୁନଶ୍ଚ ଚେତାନା ଶୂନ୍ୟ ହୋଇଯାଏ ।[୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ, ବାନ୍ତି ଓ ପାରାଲିସିସ (inability to move parts of the body) ହୋଇଯାଏ ।[୧] ଅବସ୍ଥା ସାଂଘାତିକ ହେଲେ ଅପସ୍ମାର ବାତ (seizures) ହୁଏ । [୧]

ଏପିଡୁରାଲ ହେମାଟୋମା (Epidural hematoma)
Extradural hematoma, epidural hemorrhage, epidural haematoma, epidural bleeding
ସିଟି ସ୍କାନରେ (CT scan) ଖପୁରୀ ଭଙ୍ଗା ଥାଇ ଏପିଡୁରାଲ ହେମାଟୋମା ଦେଖାଯାଉଛି । ହେମାଟୋମାର ବାଇକନ‌କେଭ ଆକୃତି ଦେଖାଯାଉଛି । ମସ୍ତିଷ୍କର ଅନ୍ୟ ପାର୍ଶରେ ମସ୍ତିଷ୍କ କନଟ୍ୟୁଜନ ଦେଖାଯାଉଛି ।
ବିଭାଗନିଉରୋସର୍ଜରୀ (Neurosurgery), ଆଶୁ ଭେଷଜ (emergency medicine)
ଲକ୍ଷଣମୁଣ୍ଡ ବିନ୍ଧା, ଦ୍ୱନ୍ଦ୍ୱ (confusion), ପାରାଲିସିସ (paralysis)[୧]
ଆକ୍ରାନ୍ତ ସମୟଦୃତ[୨]
କାରଣମୁଣ୍ଡ ଆଘାତ (Head injury), କୋଆଗୁଲୋପାଥି (bleeding disorder), ଭାସ୍କୁଲାର ମାଲଫର୍ମେସନ (blood vessel malformation)[୧]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging) ସିଟି ସ୍କାନ (CT scan)[୧]
ସଠିକ ରୋଗ ନିର୍ଣ୍ଣୟସବଡୁରାଲ ହେମାଟୋମା (Subdural hematoma), ସବଆରାକନଏଡ ହେମୋରେଜ (subarachnoid hemorrhage), (traumatic brain injury)[୧]
ଚିକିତ୍ସାଅପରେଶନ - କ୍ରାନିଓଟୋମି (craniotomy, ବରହୋଲ (burr hole)[୧]

ମୁଣ୍ଡ ଆଘାତ (head injury) ହୋଇ ଟେମ୍ପୋରାଲ ହାଡ଼ (temporal bone) ଭାଙ୍ଗିଯିବା ଯୋଗୁ ଓ ତା ସ‌ହିତ ମିଡିଲ ମେନିଞ୍ଜିଆଲ ଧମନୀରୁ ରକ୍ତସ୍ରାବ (middle meningeal artery) ହୋଇ ଏହି ଅବସ୍ଥା ଉପୁଜେ ।[୩] ବେଳେ ବେଳେ ରକ୍ତସ୍ରାବ ବେମାରୀ (bleeding disorder) ବା ରକ୍ତନଳୀ ମାଲଫର୍ମେସନ (blood vessel malformation) ଯୋଗୁ ଏହା ହୁଏ ।[୧] ସିଟି ସ୍କାନ (CT scan ବା ଏମଆରଆଇ MRI କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଏହି ଭଳି ରକ୍ତସ୍ରାବ ମେରୁଅସ୍ଥିରେ ହେଲେ ତାହାକୁ ଏପିଡୁରାଲ ହେମାଟୋମା (spinal epidural hematoma) କୁହାଯାଏ । [୩]

ଏହା ନିମନ୍ତେ ଆଶୁ ଚିକିତ୍ସା ଆବଶ୍ୟକ ଓ ତୁରନ୍ତ କ୍ରାନିଓଟୋମି (craniotomy) ବା ବର ହୋଲ (burr hole) କରାଯାଏ ।[୧] ଚିକିତ୍ସା ନ ପାଇଲେ ମୃତ୍ୟୁ ହୋଇଯାଏ ।[୪] ମୁଣ୍ଡ ଆଘାତ (head injuries) ମଧ୍ୟରୁ ୧-୪% ଲୋକଙ୍କର ଏହି ରୋଗ ହୁଏ ।[୧] ସାଧାରଣତଃ ଏହା ନବ ଯୁବକଙ୍କର ହୁଏ ।[୧] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଏହି ରୋଗ ଅଧିକ ହୁଏ ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 441. ISBN 9780323448383.
  2. ୨.୦ ୨.୧ Pooler, Charlotte (2009). Porth Pathophysiology: Concepts of Altered Health States (in ଇଂରାଜୀ). Lippincott Williams & Wilkins. p. 1256. ISBN 9781605477817.
  3. ୩.୦ ୩.୧ ୩.୨ Pryse-Phillips, William (6 May 2009). Companion to Clinical Neurology. Oxford University Press. p. 335. ISBN 9780199710041. Retrieved 8 October 2014. Epidural hemorrhage (epidural hematoma, extradural hemorrhage, or hematoma) Bleeding outside the outermost layer of the dural mater, which is thus stripped away from the inner table of the skull or spinal canal.
  4. Rubin, Raphael; Strayer, David S.; Rubin, Emanuel; (M.D.), Jay M. McDonald (2008). Rubin's Pathology: Clinicopathologic Foundations of Medicine (in ଇଂରାଜୀ). Lippincott Williams & Wilkins. p. 1183. ISBN 9780781795166.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ