ଏଚ.ଆଇ.ଭି. (ହ୍ୟୁମ୍ୟାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ) ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରୁଥିବା ଏକ ପ୍ରକାର ଭୁତାଣୁ । ଏହା ଏତେ କ୍ଷୁଦ୍ର ଯେ ଖାଲି ଆଖିରେ ଦେଖାଯାଏ ନାହିଁ । ଏହି ଭୂତାଣୁ ଯୋଗୁଁ ଏଡସ ରୋଗ ହୋଇଥାଏ ।[୧][୨]

ହ୍ୟୁମ୍ୟାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ
Scanning electron micrograph of HIV-1 (in green) budding from cultured lymphocyte. Multiple round bumps on cell surface represent sites of assembly and budding of virions.
Virus classification
Group: Group VI (ssRNA-RT)
ଗଣ: Unassigned
କୁଳ: Retroviridae
ଉପକୁଳ: Orthoretrovirinae
ପ୍ରଜାତି: Lentivirus
Species
  • Human immunodeficiency virus 1
  • Human immunodeficiency virus 2

ଏହି ଭୂତାଣୁ ୨ ପ୍ରକାରର । ଯଥା:-
ଏଚ.ଆଇ.ଭି. -୧
ଏଚ.ଆଇ.ଭି -୨ ।

ଏଡସ୍ ହେଉଛି ଆକ୍ୱାର୍ଡ୍ ଇମ୍ୟୁନୋ ଡେଫିସିଏନ୍‌ସି ସିଣ୍ଡ୍ରୋମ୍ । ଏହାର ଅର୍ଥ ଯଥାକ୍ରମେ ଜଣେ ଅନ୍ୟ ଜଣଙ୍କଠାରୁ ଏଚ.ଆଇ.ଭି. ଭୁତାଣୁ ଗ୍ରହଣ କରି ରୋଗ ପ୍ରତିରୋଧକ ଶକ୍ତି ହ୍ରାସକରିବା ପରବର୍ତ୍ତୀ ଲକ୍ଷଣ | ଏଚ.ଆଇ.ଭି. ଭୁତାଣୁ ଏଡସରେ ପରିଣତ ହେବାକୁ ୮ରୁ ୧୦ ବର୍ଷ ସମୟ ଲାଗେ |

ଜଣେ ବ୍ୟକ୍ତି ଏଚ.ଆଇ.ଭି ସଙ୍କ୍ରମିତ ହେଲେ କଣ ହୁଏ ? ସମ୍ପାଦନା

ଏହି ଭୁତାଣୁ ମନୁଷ୍ୟ ଶରୀରକୁ ପ୍ରବେଶ କରି ଶରୀରର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ ସିଡି ୪ (CD 4 ) ସେଲ୍କୁ ନଷ୍ଟ କରି କ୍ଷୀପ୍ର ଗତିରେନିଜର ବଂଶ ବୃଦ୍ଧି କରେ | ସେଲ ଭିତରେ ବହୁ ମାତ୍ରାରେ ନୂଆ ଭୁତାଣୂ ସୃଷ୍ଟି ହେବା ପରେ ସେଲଟି ଫାଟିଯାଏ | ଏବଂ ଅଧିକାଂଶ ଭୁତାଣୁ ରକ୍ତ ପ୍ରବାହର ଧାରାରେ ମିଶି ଯାଇଥାନ୍ତି | ପରେ ଅନ୍ୟ ସିଡି୪ ସେଲ ଗୁଡିକୁ ଆକ୍ରମଣ କରିଥାନ୍ତି | ସମୟ କ୍ରମେ ଏଚ.ଆଇ.ଭି. ଅନ୍ୟ ସିଡି୪ ସେଲକୁ ନଷ୍ଟ କରି ଦିଏ | ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସିଧା ସଳଖ ଆକ୍ରମଣ କରେ | [୩]

ଏଚ.ଆଇ.ଭି. କାହାଦ୍ୱାରା ବ୍ୟାପେ ? ସମ୍ପାଦନା

ସଧାରଣତଃ ଏଚ.ଆଇ.ଭି. ୪ଟି ଉପାୟରେ ବ୍ୟାପିଥାଏ | ସେଗୁଡିକ ହେଲା -

  1. ଅସୁରକ୍ଷିତ ଯୌନ ସମ୍ପର୍କ
  2. ଏଚ.ଆଇ.ଭି. ସଂକ୍ରମିତ ରକ୍ତ ଅଥବା ରକ୍ତ ଉପାଦାନ ଗ୍ରହଣ
  3. ଅଶୋଧିତ ଛୁଞ୍ଚିର ବ୍ୟବହାର
  4. ଜଣେ ମାଆଠାରୁ ତାଙ୍କ ଶିଶୁଙ୍କୁ ଏଚ.ଆଇ.ଭି. ସଂକ୍ରମଣ

ଯଦି ଜଣେ ପୁରୁଷ ବା ମହିଳା ଏଚ.ଆଇ.ଭିଦ୍ୱାରା ସଂକ୍ରମିତ ହୋଇ କୌଣସି ପୁରୁଷ ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏଡସ ହୋଇଥାଏ | ଏଚଆଭି ସଂକ୍ରମିତ ରକ୍ତ ଯେ କୌଣସି ବ୍ୟକ୍ତିଙ୍କୁ ଦିଆଗଲେ , ଅଶୋଧିତ ଛୁଞ୍ଛି ବା ସିରିଞ୍ଜ୍ ବ୍ୟବହାର କଲେ , ସଂକ୍ରମିତ ମାଆଠାରୁ ତାର ଶିଶୁକୁ ଜନ୍ମ ସମୟରେ ବା ସ୍ତନ୍ୟ ପାନ ସମୟରେ ବ୍ୟାପିଥାଏ |ଅସୁରକ୍ଷିତ ଯୌନ ସମ୍ପର୍କଦ୍ୱାରା ୮୫ ପ୍ରତିଶତ , ରକ୍ତ ଗ୍ରହଣ ଦ୍ୱରା ୫ ପ୍ରତିଶତ, ସଂକ୍ରମିତ ମାଠାରୁ ଶିଶୁକୁ ୩୦ ପ୍ରତିଶତ ଓ ଛୁଞ୍ଛିଦ୍ୱାରା ୮ ପ୍ରତିଶତ ଏଚଆଭି ସଙ୍କ୍ରମଣ ହୋଇଥାଏ|

ଆଧାର ସମ୍ପାଦନା

  1. Weiss RA (1993). "How does HIV cause AIDS?". Science. 260 (5112): 1273–9. Bibcode:1993Sci...260.1273W. doi:10.1126/science.8493571. PMID 8493571. {{cite journal}}: Unknown parameter |month= ignored (help)
  2. Douek DC, Roederer M, Koup RA (2009). "Emerging Concepts in the Immunopathogenesis of AIDS". Annu. Rev. Med. 60: 471–84. doi:10.1146/annurev.med.60.041807.123549. PMC 2716400. PMID 18947296.{{cite journal}}: CS1 maint: multiple names: authors list (link)
  3. ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟୀ, , ପ୍ରଚାର ପତ୍ର, ପ୍ରାଚିର ପତ୍ର, ନିଜସ୍ୱ ତାଲିମ୍

ବାହାର ଲିଙ୍କ ସମ୍ପାଦନା