ଏକତାର ପ୍ରତିମୂର୍ତ୍ତି

ଗୁରୁଜାଟରେ ନର୍ମଦା ଡ୍ୟାମ ପାଖରେ ନିର୍ମିତ ସର୍ଦାର ପଟେଲଙ୍କର ପ୍ରତିମୂର୍ତ୍ତୀ

ଏକତାର ପ୍ରତିମୂର୍ତ୍ତି (English: Statue of Unity) ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମୀ ବଲ୍ଲଭ ଭାଇ ପଟେଲଙ୍କର (୧୮୭୫-୧୯୫୦) ଗୁଜରାଟର ନର୍ମଦା ଜିଲ୍ଲାରେ ଥିବା ଏକ ପ୍ରତିମୂର୍ତ୍ତି । ଏହି ୧୮୨ ମିଟର (୫୯୭ ଫୁଟ) ଉଚ୍ଚ ପ୍ରତିମୂର୍ତ୍ତି ବର୍ତ୍ତମାନ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଅଟେ । [୧][୨] ପଟେଲଜୀ ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ପ୍ରତିମୂର୍ତ୍ତିଟି ସର୍ଦାର ସରୋବର ଡ୍ୟାମ ବା ନର୍ମଦା ଡ୍ୟାମ ଆଡ଼କୁ ମୁହଁ କରି ଏକ ନଦୀ ଟାପୁ ଉପରେ ନିର୍ମିତ୍ତ ହୋଇଛି । ଏହା ବଡୋଦରାର ଦକ୍ଷିଣ-ପୂର୍ବରେ ରାଜପି୍ପଲା ନିକଟରେ ଅବସ୍ଥିତ ।

ଏକତାର ପ୍ରତିମୂର୍ତ୍ତି
୨୪ ଅକ୍ଟୋବର ୨୦୧୮ରେ ନିଆଯାଇଥିବା ଏକ ଛବି

ଏହି ପ୍ରତିମୂର୍ତ୍ତି ଏବଂ ଏହାର ଆଖପାଖ ଜାଗାକୁ ମିଶାଇ ମୋଟ ଦୁଇ ହେକ୍ଟର (୪'୯ ଏକର) ଜାଗାରେ ହୋଇଛି । ପାଖାପାଖି ୧୨ କିଲୋମିଟର (୩୦୦୦ ଏକର) କ୍ଷେତ୍ରଫଳ ବିଶିଷ୍ଟ ଏକ କୁତ୍ରିମ ହ୍ରଦ ଏହାର ଚାରିପାଖରେ ରହିଛି । ହ୍ରଦଟି ଲାର୍ସନ ଆଣ୍ଡ ଟଉବ୍ରୋ କମ୍ପାନୀଦ୍ୱାରା Indian Rupee ₹29.89 billion (US$୬୬୩.୫୬ million) ବା ୨୯୮୯ କୋଟି ଟଙ୍କାରେ ହୋଇଥିଲା । ଭାରତୀୟ ଯନ୍ତ୍ରୀ ରାମ ଭି ସୁତାର ଏହାର ରଚନା କରିଥିଲେ [୩][୪] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କର ଉଦ୍ଦେଶ୍ୟରେ ପଟେଲଜୀଙ୍କର ୧୪୩ତମ ଜନ୍ମବାର୍ଷିକୀରେ ୩୧ ଅକ୍ଟୋବର ୨୦୧୮ରେ ସମର୍ପଣ କରିଥିଲେ । [୫][୬][୭][୮]

ସମାଲୋଚନା ସମ୍ପାଦନା

ଅର୍ଥ ଏବଂ ସ୍ଥାୟୀ ଜାଗା ପ୍ରଦାନ କରିବା ସତ୍ତ୍ୱେ ସ୍ଥାନୀୟ ଆଦିବାସୀ ମୂର୍ତ୍ତି ପାଖାପାଖି ନିଜର ଭିଟାମାଟି ଛାଡ଼ିବାକୁ ନାରାଜ ଥିଲେ ।[୯] ସମାଜସେବୀ ମେଧା ପଟକର ଏବଂ ଗ୍ଲାଡସନ ଡୁଙ୍ଗଡୁଙ୍ଗ ମଧ୍ୟ ଏହି ପ୍ରକଳ୍ପର ବିରୋଧ କରିଥିଲେ ।[୧୦][୧୧] ତାଙ୍କ ମତରେ ପ୍ରକଳ୍ପଟି ହେବାକୁଥିବା ସ୍ଥାନଟି ସହ ସ୍ଥାନୀୟ ଅଧିବାସୀ ଧାର୍ମିକ ଭାବନାରେ ଜଡ଼ିତ ଥିବାରୁ ଏହାକୁ ବିରୋଧ କରିଥିଲେ । [୧୨]

ମହିଳା ସୁରକ୍ଷା, ଶିକ୍ଷା ଏବଂ କୃଷି ଯୋଜନାଗୁଡ଼ିକୁ ଅଣଦେଖା କରି ୨୦୧୪-୧୫ ଆର୍ଥିକ ବଜେଟରେ ଏହି ପ୍ରତିମୂର୍ତ୍ତି ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁରୀ ପ୍ରଦାନ କରିବାଦ୍ୱାରା କେନ୍ଦ୍ର ସରକାର ବହୁ ବ୍ୟକ୍ତି ଏବଂ ରାଜନୈତିକ ଦଳଠାରୁ ସମାଲୋଚନାର ଶିକାର ହୋଇଥିଲେ ।[୧୩][୧୪][୧୫][୧୬] ଏହି ପ୍ରକଳ୍ପରେ ଚାଇନାର ଏକ ସଂସ୍ଥାର ସାହାଯ୍ୟ ନେବାଦ୍ୱାରା ମଧ୍ୟ କଂଗ୍ରେସ ବିରୋଧ କରିଥିଲା ।[୧୭] ପରେ ଚାଇନାର ମାତ୍ର ୯% ସାହାଯ୍ୟ ନିଆଯାଉଛି ବୋଲି କୁହାଯାଇଥିଲା ।[୧୮]

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. {{cite news}}: Empty citation (help)
  2. "Gujarat: Statue of Unity expected to attract 10,000 tourists daily".
  3. "All you need to know about Ram Vanji Sutar, sculptor behind the Statue of Unity, 50 other sculptures of politicians". firstpost.com. Archived from the original on 31 October 2018. Retrieved 31 October 2018.
  4. "Ram Vanji Sutar: Meet the Noida Sculptor Who Pored Over 2,000 Photos to Design Statue of Unity". news18.com. Archived from the original on 31 October 2018. Retrieved 31 October 2018.
  5. "PM Unveils Sardar Patel's 2,900-Crore Statue of Unity Today: 10 Facts". MSN. Archived from the original on 31 October 2018. Retrieved 31 October 2018.
  6. "Sardar Vallabhbhai Patel's Statue of Unity inaugurated by PM Modi in Gujarat's Kevadiya". The Economic Times. Retrieved 31 October 2018.
  7. "PM Modi inaugurates Statue of Unity: Why you should visit it this winter". India Today. Archived from the original on 31 October 2018. Retrieved 31 October 2018.
  8. "PM Modi unveils Statue of Unity on the banks of the Narmada". The Times of India. Archived from the original on 1 November 2018. Retrieved 31 October 2018.
  9. Indian farmers fume at $430m cost of Gujarat statue, BBC 28 October 2018
  10. Statue of Unity: An open letter to Sardar Patel by activist Medha Patkar, October 31, 2018
  11. आदिवासियों के विनाश का साक्षी है ‘स्टैच्यू ऑफ यूनिटी’, Galdson Dungdung, Oct 24, 2018
  12. ଆଧାର ଭୁଲ: ଅଚଳ <ref> ଚିହ୍ନ; bava ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  13. "Budget 2014: Indians balk at ₹2 billion statue of Sardar Patel". The Times of India. Associated Press. 10 ଜୁଲାଇ 2014. Archived from the original on 11 ଜୁଲାଇ 2014. Retrieved 11 ଜୁଲାଇ 2014.
  14. Edited Deepshikha Ghosh (10 ଜୁଲାଇ 2014). "Budget 2014: 200 Cr For PM Modi's Sardar Patel Statue vs 150 cr For Women's Safety". NDTV.com. Archived from the original on 13 ଜୁଲାଇ 2014. Retrieved 12 ଜୁଲାଇ 2014. {{cite web}}: |author= has generic name (help)
  15. "Budget 2014 live: 200 crore for Sardar statue sparks outrage on Twitter". Firstpost. 10 July 2014. Retrieved 11 July 2014.
  16. "Twitterati slam Rs 200 crore in budget for Patel statue The Indian Express". 10 ଜୁଲାଇ 2014. Archived from the original on 11 ଜୁଲାଇ 2014. Retrieved 12 ଜୁଲାଇ 2014.
  17. "Statue of Unity to be 'made in China', Gujarat govt says it's contractor's call". The Indian Express. 20 ଅକ୍ଟୋବର 2015. Archived from the original on 16 ମଇ 2017. Retrieved 9 ଅପ୍ରେଲ 2017.
  18. "Sardar's statue being built in India, not China: L&T". The Times of India. 2015-10-22. Retrieved 2018-11-04.

ବାହ୍ୟ ଆଧାର ସମ୍ପାଦନା