ଉଷ୍ମ ପ୍ରସ୍ରବଣ ଉପତ୍ୟକା

ଋଷରେ ଅବସ୍ଥିତ ଏକ ଉଷ୍ମ ପ୍ରସ୍ରବଣପୂର୍ଣ୍ଣ ଅଞ୍ଚଳ

ଉଷ୍ମ ପ୍ରସ୍ରବଣ ଉପତ୍ୟକା (ଇଂରାଜୀ ଭାଷାରେ Valley of Geysers, ଋଷୀୟ ଭାଷାରେ Долина гейзеров) ଋଷ ଦେଶର କାମଚଟକା ଅଞ୍ଚଳରେ ଅବସ୍ଥିତ ଏକ ଉଷ୍ମ ପ୍ରସ୍ରବଣପୂର୍ଣ୍ଣ ଅଞ୍ଚଳ । ଏହି ସ୍ଥାନରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ଉଷ୍ମ ପ୍ରସ୍ରବଣ ଏକତ୍ରିତ ହୋଇ ରହିଛି । ସୁଦୂର-ପୂର୍ବ ଋଷର କାମଚଟକା ଉପଦ୍ୱୀପରେ ଥିବା ଏହି ୬ କିଲୋମିଟର ଲମ୍ବ ଉପତ୍ୟକାରେ ଆଖାପାଖି ୯୦ଟି ଉଷ୍ମ ପ୍ରସ୍ରବଣ ରହିଛି । ଗେସେର୍ଣ୍ଣାୟା ନଦୀର ବାମ ତଟରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଷ୍ମ ପ୍ରସ୍ରବଣ ରହିଛି । କିଖ୍‍ପିନିଚ୍ ନାମକ ଏକ ନୂତନ ମିଶ୍ରିତ ଆଗ୍ନେୟଗିରି ଏହି ପ୍ରାକୃତିକ ପ୍ରସ୍ରବଣମାନଙ୍କ କାରଣ । ଆଗ୍ନେୟଗିରି ମୁଖରୁ ୫୦୦ ମିଟର ତଳେ ତାପମାତ୍ରା ପ୍ରାୟ ୨୫୦° ସେଲସିୟସ୍ ।[୧] ଏହି ଉପତ୍ୟକା କ୍ରୋନୋତ୍ସକି ପ୍ରାକୃତିକ ଅଭୟାରଣ୍ୟର ଅଂଶବିଶେଷ । ଏହାକୁ "କାମଚଟକା ଆଗ୍ନେୟଗିରି (ଇଂରାଜୀରେ Volcanoes of Kamchatka)" ଭାବେ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମଧ୍ୟ ମିଳିଛି । ଏହି ଉପତ୍ୟକାରେ ପହଞ୍ଚିବା କଷ୍ଟସାଧ୍ୟ ଏବଂ କେବଳ ହେଲିକପ୍ଟର୍ଦ୍ୱାରା ଏଠାରେ ପହଞ୍ଚି ହୁଏ ।

ଉଷ୍ମ ପ୍ରସ୍ରବଣ ଉପତ୍ୟକା
କର୍ଦ୍ଦମ ବନ୍ୟା ପୂର୍ବରୁ ୨୦୦୬ ମସିହା ସେପ୍ଟେମ୍ବର ମାସରେ ଉଷ୍ମ ପ୍ରସ୍ରବଣ ଉପତ୍ୟକାର ଚିତ୍ର
Map showing the location of ଉଷ୍ମ ପ୍ରସ୍ରବଣ ଉପତ୍ୟକା
Map showing the location of ଉଷ୍ମ ପ୍ରସ୍ରବଣ ଉପତ୍ୟକା
ଋଷିଆର କାମଚଟକା କ୍ରାଇରେ ଉଷ୍ମ ପ୍ରସ୍ରବଣ ଉପତ୍ୟକାର ଅବସ୍ଥିତି
Locationକାମଚଟକା, ଋଷ
Coordinates54°25′52″N 160°08′20″E / 54.431°N 160.139°E / 54.431; 160.139
କର୍ଦ୍ଦମ ବନ୍ୟା ପୂର୍ବରୁ ୨୦୦୬ ମସିହା ସେପ୍ଟେମ୍ବର ମାସରେ ଉଷ୍ମ ପ୍ରସ୍ରବଣ ଉପତ୍ୟକାର ଚିତ୍ର

ଇତିହାସ ସମ୍ପାଦନା

 
୧୯୬୬ ମସିହାର ଏକ ସୋଭିଏତ ଡାକ ଟିକଟରେ ଉଷ୍ମପ୍ରସ୍ରବଣ ଉପତ୍ୟକା

୧୯୪୧ ମସିହାରେ ତାତ୍ୟାନା ଉସ୍ତିନୋଭା ନାମ୍ନୀ ଜଣେ ସ୍ଥାନୀୟ ମହିଳା ବୈଜ୍ଞାନିକ କାମଚଟକାର ଏହି ପରିବର୍ତ୍ତନଶୀଳ ଉଷ୍ମ ପ୍ରସ୍ରବଣ ସମୂହର ଆବିଷ୍କାର କରିଥିଲେ ।[୨] ୧୪ ବର୍ଷ ପରେ ସେ ଖୋଜି ପାଇଥିବା ସମସ୍ତ ତଥ୍ୟ ପ୍ରକାଶ କରିଥିଲେ, କିନ୍ତୁ ୧୯୭୨ ମସିହା ପର୍ଯ୍ୟନ୍ତ ସେଠାରେ କୌଣସି ଅନୁସନ୍ଧାନମୂଳକ କାର୍ଯ୍ୟ କରାଯାଇନଥିଲା । ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଏକ ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା ଓ ୧୯୯୦ ମସିହାରେ ଏକ ସ୍ୱୟଂଚାଳିତ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଗଲା । ୩୦ରୁ ଉର୍ଦ୍ଧ୍ୱ ପ୍ରସ୍ରବଣଙ୍କ ନାମକରଣ କରାଯାଇଥିଲା । ତନ୍ମଧ୍ୟରୁ ଭେଲିକାନ୍ ନାମକ ଏକ ପ୍ରଖର ପ୍ରସ୍ରବଣରୁ ବାହାରୁଥିବା ଉଷ୍ମ ଜଳ ପ୍ରାୟ ୪୦ ମିଟର୍ ଉଚ୍ଚକୁ ଉତକ୍ଷେପିତ ହେଉଥିଲା । ୧୯୮୦ ଦଶନ୍ଧିରୁ ଏହି ସ୍ଥାନକୁ ସମଗ୍ର ସୋଭିଏତ ସଂଘରେ କାମଚଟକା ଓ ସୁଦୂର ପୂର୍ବ ଋଷର ଏକ ପର୍ଯ୍ୟଟନ ଆକର୍ଷଣ ଭାବେ ପ୍ରଚାର କରାଗଲା । ୧୯୯୧ରୁ ବିଦେଶୀ ପର୍ଯ୍ୟଟକଙ୍କୁ ଏହି ଉପତ୍ୟକାକୁ ଯିବାର ଅନୁମତି ମିଳିଲା । ପ୍ରତିବର୍ଷ ପ୍ରାୟ ୩୦୦୦ ପର୍ଯ୍ୟଟକ ଏହି ଦୁର୍ଗମ୍ୟ ଉପତ୍ୟକାକୁ ଯାଇଥାନ୍ତି ।[୩]

୨୦୦୭ ମସିହାର କର୍ଦ୍ଦମବନ୍ୟା ଓ ପରବର୍ତ୍ତୀ ସ୍ଥିତି ସମ୍ପାଦନା

 
୨୦୦୭ ମସିହା ଜୁନ୍ ୨୦ ତାରିଖର ଅତଡ଼ା ଖସିବା ପରର ଅବଲୋହିତ ରଶ୍ମୀ ଫଟୋ ଚିତ୍ର

୨୦୦୭ ମସିହା ଜୁନ୍ ୩ ତାରିଖରେ ଅତଡ଼ା ଖସି ଏକ କର୍ଦ୍ଦମ ବନ୍ୟା ହେଲା ଓ ଉପତ୍ୟକାର ଦୁଇ-ତୃତୀୟାଂଶ କାଦୁଅରେ ବୁଡ଼ି ଯାଇଥିଲା ।[୪] ଋଷିଆର ପ୍ରାକୃତିକ ସମ୍ବଳର ନିରୀକ୍ଷଣ ସେବା ସଂସ୍ଥାରେ କାର୍ଯ୍ୟରତ ଓଲେଗ୍ ମିତଭୋଲ୍ ଏହି ସମ୍ପର୍କରେ କହିଥିଲେ, “ଆମେ ଏକ ବିଶେଷ ପ୍ରାକୃତିକ ଘଟଣା ଦେଖୁଛେ । ଏପରି ପ୍ରାକୃତିକ ଦୁର୍ବିପାକ ପରବର୍ତ୍ତୀ ଅବସ୍ଥାରୁ ପୂର୍ବ ସ୍ଥିତିକୁ ଫେରାଇ ନେବା ଅସମ୍ଭବ ।"[୫] ବିଶ୍ୱ ଐତିହ୍ୟ ସଂସ୍ଥା ମଧ୍ୟ ଏହି ବିଷୟରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲା ।[୬] "ଏକ ପ୍ରାକୃତିକ ଆଶ୍ଚର୍ଯ୍ୟ ହରାଇଥିବାରୁ ମାନବ ସମାଜ ପାଇଁ ଏହା ଏକ ଅତି ଦୁଃଖଦାୟକ ଘଟଣା" ବୋଲି ବିଶ୍ୱ ବନ୍ୟଜୀବ କୋଷ (World Wildlife Fund)ର ପ୍ରବକ୍ତା ମତ ରଖିଥିଲେ ।[୫] ଜୁନ୍ ୫ ତାରିଖରେ ଏକ ଉତ୍ତପ୍ତ ହ୍ରଦ ସୃଷ୍ଟି ହେଉଥିବାର ଖବର ପ୍ରକାଶ ପାଇଥିଲା ।[୭] ୱାଇଲ୍‍ଡ୍ ରଷିଆ (Wild Russia) ନାମକ ଏକ ବୃତ୍ତଚିତ୍ରର ନିର୍ମାଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେଣୁ ଦୁର୍ଘଟଣାର ପୂର୍ବ ଓ ପରବର୍ତ୍ତୀ ଭିଡିଓ ଚିତ୍ର ଏହାର ନିର୍ମାତାମାନଙ୍କ ପାଖରେ ଉପଲବ୍ଧ ଥିଲା ।

ଏହି ପ୍ରାକୃତିକ ଘଟଣା ଯୋଗୁଁ ଘଟିଥିବା ପରିବର୍ତ୍ତନ କେତେ ସ୍ଥାୟୀ ତାହା ନିର୍ଣ୍ଣୟ କରାଯାଇ ପାରିନାହିଁ । ଆକଳନ କରାଯାଇଥିବା କ୍ଷତିରୁ ଏହା କମ୍ ମଧ୍ୟ ହୋଇପାରେ । ୨୦୦୭ ମସିହା ଜୁନ୍ ୯ ତାରିଖ ବେଳକୁ ପ୍ରବାହିତ ଜଳ ସ୍ତର ହ୍ରାସ ପାଇ ଯାଇଥିବାରୁ କିଛି ଭୂତଳ ଓ ଜଳମଗ୍ନ ଦୃଷ୍ଟିକୁ ଦେଖାଗଲା । ଭେଲିକାନ୍ ମହୋଷ୍ମ ପ୍ରସ୍ରବଣ ଏହି କାଦୁଅ ବନ୍ୟା ଯୋଗୁଁ ବୁଡ଼ି ଯାଇନାହିଁ ଏବଂ ଏବେ ମଧ୍ୟ ସକ୍ରିୟ ରହିଛି ।[୮]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Waltham, T (2001). "A guide to the volcanoes of the southern Kamchatka, Russia" (PDF). Proceedings of the Geologists' Association. 112: 67–78. doi:10.1016/s0016-7878(01)80051-1. Archived from the original (PDF) on 2011-07-19. Retrieved 2020-11-04.
  2. "Natural Wonder of the World Transformed within Hours, says World Wildlife Fund". earthtimes.com. 2007-06-04. Archived from the original on 2012-07-30. Retrieved 2007-06-05.
  3. "Mudslide fully changes terrain in Kamchatka's Valley of Geysers". ITAR-TASS. 2007-06-03. Retrieved 2007-06-05.
  4. Mehta, Aalok (2007-06-05). "Photo in the News: Russia's Valley of the Geysers Lost in Landslide". National Geographic. Retrieved 2007-06-07.
  5. ୫.୦ ୫.୧ Heintz, Jim (2007-06-05). "Massive landslide destroys natural wonder of Russia's Valley of Geysers". Independent. Archived from the original on 2007-06-07. Retrieved 2007-06-05.
  6. Official site of the World Heritage Centre
  7. Harding, Luke (2007-06-05). "Mudslide fully changes terrain in Kamchatka's Valley of Geysers". Guardian Unlimited. Retrieved 2007-06-05.
  8. Shpilenok, Igor (2007-06-09). "June 2007 Special release – The Natural Disaster at the Valley of the Geysers". Archived from the original on 2007-05-13. Retrieved 2007-06-09.

ଆହୁରି ପଢ଼ିପାରିବେ ସମ୍ପାଦନା

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା

ଋଷୀୟ ଭାଷାରେ ସମ୍ପାଦନା

ଋଷୀୟ ଓ ଇଂରାଜୀ ଭାଷାରେ ସମ୍ପାଦନା