ଉଷାକୋଠି ଅଭୟାରଣ୍ୟ

ବଡ଼ରମା ଅଭୟାରଣ୍ୟ ('ଉଷାକୋଠି' ଅଭୟାରଣ୍ୟ ନାମରେ ମଧ୍ୟ ଜଣା) ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଏକ ପ୍ରାକୃତିକ ଅଭୟାରଣ୍ୟ । ଏହି ଅଭୟାରଣ୍ୟ ଦେଇ ଦୁଇଟି ନଦୀ ବରଧା ଆଉ ପେଙ୍ଗାନା ନଦୀ ପ୍ରବାହିତ ହୋଇଛି ।

ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ
ଉଷାକୋଠି
Map showing the location of ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ.
Map showing the location of ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରସମ୍ବଲପୁର
ଦିଗବାରେଣି21°29′N 84°17′E / 21.483°N 84.283°E / 21.483; 84.283
କ୍ଷେତ୍ରଫଳ୩୦୪.୦୩ ବର୍ଗ କି.ମି.
ସ୍ଥାପିତ୧୭ ଡିସେମ୍ବର ୧୯୮୭
ପରିଚାଳନାଜଙ୍ଗଲ ବିଭାଗ, ଓଡ଼ିଶା ସରକାର

ଅବସ୍ଥିତି ଓ ଆୟତନ ସମ୍ପାଦନା

ବଡ଼ରମା ଅଭୟାରଣ୍ୟ ସମ୍ବଲପୁର ସହରରୁ ୬ ନମ୍ବର ଜାତୀୟ ରାଜପଥରେ ୪୫ କିଲୋମିଟର ଦୂରରେ ଅବସ୍ଥିତ ।[୧] ଏହା ରାଉରକେଲାଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ଏହାର ଏକ ପାର୍ଶ୍ୱରେ ହୀରାକୁଦ ଜଳଭଣ୍ଡାର[୨] ଓ ଅନ୍ୟ ପାର୍ଶ୍ୱରେ ଘଞ୍ଚ ଅରଣ୍ୟଦ୍ୱାରା ପରିବେଷ୍ଟିତ ଏକ ପର୍ଯ୍ୟଟନ ସ୍ଥଳ ରହିଛି । ବଡ଼ରମା ଅଭୟାରଣ୍ୟର ଆୟତନ ୩୦୪.୦୩ ବର୍ଗ କିଲୋମିଟର । ସେଥିମଧ୍ୟରୁ ଉଷାକୋଠି ସଂରକ୍ଷିତ ଜଙ୍ଗଲ ୨୦୦.୬୮ ବର୍ଗ କି.ମି., ବଡ଼ରମା ସଂରକ୍ଷିତ ଜଙ୍ଗଲ ୫୭.୯୭ ବର୍ଗ କି.ମି, ବିଞ୍ଝାପାଲି ସରକ୍ଷିତ ଜଙ୍ଗଲ ୧୬.୭୩ ବର୍ଗ କି.ମି. ଓ ଅନ୍ୟାନ୍ୟ ୨୮.୬୫ ବର୍ଗ କି.ମି. ଅଟେ ।[୩]

ଗମନାଗମନ ସମ୍ପାଦନା

ଉଷାକୋଠିକୁ ସମ୍ବଲପୁର ସହର ଦେଇ ଜାତୀୟ ରାଜପଥରେ ଅଥବା ଝାରସୁଗୁଡ଼ାରୁ ରାଜ୍ୟ ରାଜପଥ ଦେଇ ଯିବାର ସୁବିଧା ରହିଛି ।

ଜୈବ ବିବିଧତା ସମ୍ପାଦନା

ଉଦ୍ଭିଦ ସମ୍ପାଦନା

ବଡ଼ରମା ଅଭୟାରଣ୍ୟରେ ମୂଲ୍ୟବାନ ଚନ୍ଦନ ଗଛ ସହ ଅର୍ଜୁନ, ନିମ୍ବ, ଶାଳ, ପିଆଶାଳ, ଆକାଶିଆ ପରି ବୃକ୍ଷ ସମୂହ ବହୁପରିମାଣରେ ଭରି ରହିଛି । ଏହା ବ୍ୟତୀତ ହୀରାକୁଦ ଜଳଭଣ୍ଡାର ନିକଟରେ ବାଲୁକା ତୁଠ ସହ କିଛି ଅରଣ୍ୟ ମଧ୍ୟ ରହିଛି ।

ପ୍ରାଣୀ ସମ୍ପାଦନା

ବଡ଼ରମା ଅଭୟାରଣ୍ୟରେ ମୁଖ୍ୟତଃ କାଲରା-ପତରିଆ ବାଘ, ରୟାଲ ବେଙ୍ଗଲ୍ ବାଘ, ଜଙ୍ଗଲୀ ହାତୀ ରହନ୍ତି । ଶେଷ ଆକଳନ ଅନୁସାରେ ସେଠାରେ ୩୭ଟି ହାତୀ ଥିବାର ଜଣାଯାଏ । ଏହା ବ୍ୟତୀତ ଉଷାକୋଠିରେ ନୀଳଗାଇ, ଚିତଳ, ବାଇସନ, କୋକିଶିଆଳି, ହରିଣ, ଉଡନ୍ତା ନେଉଳଗୋଧି ଦେଖାଯାଆନ୍ତି । କେତେକ ଭାଲୁ ମଧ୍ୟ ଏହି ଅଭୟାରଣ୍ୟରେ ରହିଛନ୍ତି । ଶୀତଋତୁରେ ବିଦେଶାଗତ ପକ୍ଷୀସବୁ ମଧ୍ୟ ଏଥିରେ ଥିବା ଜଳାଶୟ ନିକଟସ୍ଥ ଅରଣ୍ୟକୁ ଆସିଥାନ୍ତି ।

ସଫାରି ସମ୍ପାଦନା

ରାତିରେ ଏଠାରେ ଥିବା ଜିପରେ ଅରଣ୍ୟ ଭିତରକୁ ଯାଇ ଜୀବଜନ୍ତୁମାନଙ୍କୁ ଦେଖିବାର ସୁବିଧା ରହିଛି । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପଟ ଲାଇଟ, ଗାଇଡ଼ ଆଦିର ସୁବିଧା ରହିଛି । ଅଭୟାରଣ୍ୟରେ ଫଟୋ ଉଠେଇବା ମନା କରାଯାଇଥାଏ । ନିରାପଦରେ ରାତିରେ ଜନ୍ତୁମାନଙ୍କୁ ଦେଖିବା ପାଇଁ ଦୁଇଟି ଉଚ୍ଚ ଟାୱାର ମଧ୍ୟ ରହିଛି ।

ପର୍ଯ୍ୟଟନ ସମୟ ସମ୍ପାଦନା

ଅକ୍ଟୋବରରୁ ଅପ୍ରେଲ ପର୍ଯ୍ୟନ୍ତ ଏହି ଅଭୟାରଣ୍ୟରେ ଭ୍ରମଣ ପାଇଁ ଉପଯୁକ୍ତ ସମୟ । ଗ୍ରୀଷ୍ମଋତୁରେ ପ୍ରବଳ ଗରମ ହେତୁ ବଡ଼ରମାରେ ଜୀବଜନ୍ତୁଙ୍କୁ ଦେଖିବା ସହଜ ହୁଏ ନାହିଁ ।

ଆଧାର ସମ୍ପାଦନା

  1. http://www.orissatourism.org/wildlife-in-orissa/ushakothi-wildlife-sanctuary.html
  2. "ଆର୍କାଇଭ୍ କପି". Archived from the original on 2006-03-17. Retrieved 2016-09-06. {{cite web}}: Cite has empty unknown parameter: |1= (help)
  3. Barik, Bibhuti. "Badrama: Home for herbal cure". The Telegraph. Retrieved 28 September 2016.

ଅଧିକ ତଥ୍ୟ ସମ୍ପାଦନା