ଉର୍ମିଳା ମିଥିଲା ରାଜା ଜନକ ଏବଂ ରାଣୀ ସୁନୟନାଙ୍କ ଦ୍ୱିତୀୟ କନ୍ୟ ତଥା ସୀତାଙ୍କ ସାନ ଭଉଣୀ ଥିଲେ । ସେ ଅଯୋଧ୍ୟା ରାଜା ଦଶରଥଙ୍କ ତୃତୀୟ ପୁତ୍ର ଲକ୍ଷ୍ମଣଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ପୁଅ ଥିଲେ - ଅଙ୍ଗଦ ଏବଂ ଚନ୍ଦ୍ରକେତୁ । ଲକ୍ଷ୍ମଣ ଯେମିତି ରାମଙ୍କ ପ୍ରତି ଭାତୃପ୍ରେମରେ ଉତ୍ସର୍ଗୀକୃତ ଥିଲେ, ଉର୍ମିଳା ମଧ୍ୟ ସୀତାଙ୍କ ପ୍ରତି ସେମିତି ଉତ୍ସର୍ଗୀକୃତ ଥିଲେ । ଯଦିଓ ସେ ଜାଣିଥିଲେ ଯେ ସୀତା ତାଙ୍କର ପ୍ରକୃତ ଭଉଣୀ ନୁହଁନ୍ତି ତଥାପି ସୀତାଙ୍କ ପ୍ରତି ତାଙ୍କର ଥିଲା ଗଭୀର ସମ୍ମାନ ।[୧]

ଯେତେବେଳେ ଲକ୍ଷ୍ମଣ, ରାମ ଏବଂ ସୀତାଙ୍କ ସହ ବନବାସରେ ଯାଇଥିଲେ, ସେତେବେଳେ ଉର୍ମିଲା ମଧ୍ୟ ଲକ୍ଷ୍ମଣଙ୍କ ସହ ତାଙ୍କ ସହ ବନକୁ ଯିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଲକ୍ଷ୍ମଣ ଦ୍ୱିଧାବୋଧ କରି ଉର୍ମିଳାଙ୍କୁ ତାଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବାକୁ ଅଯୋଧ୍ୟାରେ ରହିବାକୁ କହିଥିଲେ । ଲକ୍ଷ୍ମଣ ଲାଭ କରିଥିବା ଏକ ବରଦାନ ପ୍ରଭାବରେ ଉର୍ମିଲା ଏହି ବନବାସର ୧୪ ବର୍ଷ କାଳ ନିରନ୍ତର ଶୋଇ ରହିଥିଲେ ଏବଂ ଏହି ୧୪ ବର୍ଷ ମଧ୍ୟରେ ଲକ୍ଷ୍ମଣ ନିଜ ଭାଇ ଓ ସୀତାଙ୍କୁ ସୁରକ୍ଷା ଦେବା ପାଇଁ କେବେ ଶୋଇ ନଥିଲେ ।

ଉର୍ମିଳା ନିଦ୍ରା ସମ୍ପାଦନା

କୁହାଯାଏ ଯେ ନିର୍ବାସନର ପ୍ରଥମ ରାତିରେ ଯେତେବେଳେ ପ୍ରଭୁ ରାମ ଏବଂ ଦେବୀ ସୀତା କୁଟୀରରେ ବିଶ୍ରାମ ନେବାକୁ ଯାଇଥିଲେ, ଲକ୍ଷ୍ମଣ ସେମାନଙ୍କୁ କୁତୀର ବାହାରେ ଜଗି ରହିଥିଲେ । ତା’ପରେ ନିଦ୍ରା ଦେବୀ ତାଙ୍କୁ ଦେଖା କଲେ । ଲକ୍ଷ୍ମଣ ନିଦ୍ରା ଦେବୀଙ୍କଠାରୁ ପ୍ରାର୍ଥନା ଅପୂର୍ବକ ଏହି ବର ମାଗିଥିଲେ ଯେ ସେ ୧୪ ବର୍ଷ ପର୍ଯ୍ୟନ୍ତ ନିଦ୍ରାରୁ ମୁକ୍ତ ହୋଇ ରହିବେ । ତେବେ ନିଦ୍ରା ଦେବୀ ତାଙ୍କ ଇଚ୍ଛାକୁ ଗ୍ରହଣ କଲେ ଏବଂ କହିଥିଲେ ଯେ ତାଙ୍କ ଅଂଶର ଏହି ନିଦ୍ରାକୁ ଅନ୍ୟ କାହାକୁ ନେବାକୁ ହିଁ ପଡ଼ିବ । ଏହା ପରେ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ ତାଙ୍କ ପତ୍ନୀ ଉର୍ମିଳାଙ୍କୁ ତାଙ୍କ ଶୋଇବାର ଅଂଶ ଦେବାକୁ ଅନୁରୋଧ କରିଥିଲେ । କୁହାଯାଏ ଯେ ନିଦ୍ରା ଦେବୀଙ୍କର ଏହି ବରଦାନ ଯୋଗୁଁ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଲା ବନବାସ ସମୟର ୧୪ବର୍ଷ ନିରନ୍ତର ଶୋଇଥିଲେ ଏବଂ ଏହି ସମୟରେ ଲକ୍ଷ୍ମଣ ଜାଗ୍ରତ ରହିଲେ । ଏହି ଅନନ୍ୟ ବଳିଦାନ ପାଇଁ ଉର୍ମିଲା ଉଲ୍ଲେଖନୀୟ ଯାହାକୁ ଉର୍ମିଲା ନିଦ୍ରା କୁହାଯାଏ ।

ରାଜସ୍ଥାନର ଭରତପୁର ଜିଲ୍ଲାରେ ଲକ୍ଷ୍ମଣ ଏବଂ ଉର୍ମିଲାଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିର ଅଛି । ଏହି ମନ୍ଦିର ୧୮୭୦ ଖ୍ରୀଷ୍ଟାବ୍ଦରେ ଭରତପୁରର ତତ୍କାଳୀନ ଶାସକ ବଲୱନ୍ତ ସିଂଙ୍କଦ୍ୱାରା ନିର୍ମିତ ହୋଇଥିଲା ଏବଂ ଭରତପୁର ରାଜ୍ୟର ରାଜ ପରିବାର ଏହାକୁ ଏକ ରାଜ ମନ୍ଦିର ଭାବରେ ବିବେଚନା କରିଥିଲେ ।[୨]

[[ଶ୍ରେଣୀ:]]

  1. "The Ramayana and Mahabharata: Conclusion". www.sacred-texts.com. Retrieved 6 March 2021.
  2. "Laxman Mandir Bharatpur, India | Best Time To Visit Laxman Mandir". www.tourtravelworld.com. Retrieved 6 March 2021.