ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" (ISKCON) ବା ଇସ୍କନ ଏକ ଗୌଡୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା ହରେକୃଷ୍ଣ ଆନ୍ଦୋଳନ ନାମରେ ମଧ୍ୟ ଖ୍ୟାତ । ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କଦ୍ୱାରା ଏହି ଧାର୍ମିକ ସଙ୍ଗଠନ ୧୯୬୬ ମସିହାରେ ଆମେରିକାର ନିୟୁୟର୍କଠାରେ ଜୁଲାଇ ୧୯୬୬ରେ ପ୍ରତିଷ୍ଠାଲାଭ କରିଥିଲା । [୧]

ଇସ୍କନ
ସ୍ଥାପନା୧୯୬୬
ଉଦ୍ଦେଶ୍ୟଶିକ୍ଷା,ମାନବ କଲ୍ୟାଣ,ଆଧ୍ୟାତ୍ମିକତା
ମୁଖ୍ୟାଳୟମାୟାପୁର
ଅଞ୍ଚଳବିଶ୍ୱବ୍ୟାପୀ
ୱେବ୍‌ସାଇଟଇସ୍କନ

ଇତିହାସ ସମ୍ପାଦନା

ବିଗତ ପାଞ୍ଚଶହ ବର୍ଷ ଧରି ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ତାଙ୍କରି ଲେଖା ଏବଂ ଶ୍ରୀମଦ୍ ଭଗବତ ଗୀତା, ଚୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ସତୁରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ । ଏହି ମତବାଦରେ କୃଷ୍ଣ ହେଉଛନ୍ତି ଭଗବାନଙ୍କ ସମସ୍ତ ଅବତାରର ଉତ୍ସ । ଅତଏବ ଇସ୍କନ ଭକ୍ତମାନେ କୃଷ୍ଣଙ୍କୁ ଭଗବାନଙ୍କ ପ୍ରକୃତ ଏବଂ ସର୍ବୋଚ୍ଚ ସ୍ୱରୂପ ଭାବେ ପୂଜା କରନ୍ତି । ବୈଷ୍ଣବମାନେ ବିଷ୍ଣୁଙ୍କ ଉପାସକ ଅଟନ୍ତି ଏବଂ ପଶ୍ଚିମବଙ୍ଗର ଗୌଡଦେଶରେ ବିଷ୍ଣୁ ଉପାସନା କରୁଥିବା ଏହି ସଂପ୍ରଦାୟର ସୃଷ୍ଟି । ରାଧା ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ସହଭାଗିନୀ ଏବଂ ସ୍ୱର୍ଗୀର ପ୍ରେମର ଏକ ଅବତାର ମାତ୍ର । ଶ୍ରୀ ଚୈତନ୍ୟଙ୍କୁ ସାକ୍ଷାତ କୃଷ୍ଣଙ୍କର ଅବତାର ଭାବେ ବିଶ୍ୱାସ କରାଯାଏ । ଚାରି ଗୁରୁ ପରମ୍ପରା ମଧ୍ୟରୁ ଇସ୍କନ ହେଉଛି ମାଧବାଚାର୍ଯ୍ୟ ଗୁରୁ ପରମ୍ପରା ସହ ସମ୍ବନ୍ଧିତ । [୨] ପ୍ରଭୁ ଶ୍ରୀକୃଷ୍ଣଙ୍କ ଅବତାର ନେଇଆସିଥିବା ପ୍ରଭୁ ଶ୍ରୀ ଚୈତନ୍ୟ ହେଉଛନ୍ତି ଏହି ପରମ୍ପରାର ପ୍ରତିଷ୍ଠାତା ।

ଭକ୍ତିବେଦାନ୍ତ ଅନୁଷ୍ଠାନ ସମ୍ପାଦନା

ଭକ୍ତିବେଦାନ୍ତ ଅନୁଷ୍ଠାନ (BI) ହେଉଛି ଇସ୍କନର ବିଜ୍ଞାନଭିତ୍ତିକ ଗବେଷଣା କେନ୍ଦ୍ର ବା ଶାଖା । ଭକ୍ତିବେଦାନ୍ତ ସ୍ୱାମୀ ଏବଂ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀଙ୍କ(Dr. T.D. Singh)ଦ୍ୱାରା ଏହା ୧୯୭୬ ମସିହାରେ ପ୍ରତିଷ୍ଠିତ । ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ବୈଦିକ ଜ୍ଞାନ ପ୍ରୟୋଗ ପୂର୍ବକ ପ୍ରକୃତି, ଜୀବନ ଏବଂ ଜଗତର ଉତ୍ପତ୍ତି ତଥା ଆତ୍ମ ସ୍ୱରୂପ ସଂପର୍କରେ ଅବଗତ ହେବା । ଭକ୍ତିବେଦାନ୍ତ ଅନୁଷ୍ଠାନର ମୂଳ ମନ୍ତ୍ର ବିଷୟରେ ସଂସ୍କୃତରେ କୁହାଯାଇଛି- "ଅଥାତୋ ବ୍ରହ୍ମ ଜୀଜ୍ଞାସା" । ଅର୍ଥାତ୍, ପ୍ରତ୍ୟେକେ ବ୍ରହ୍ମ ବା ଭଗବତ୍ ଜୀଜ୍ଞାସୁ ହେବା ଦରକାର । ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀଙ୍କ ନିର୍ଦ୍ଦେଶନାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ଚାରୋଟି ଆନ୍ତର୍ଜାତିକ ସ୍ତରର ସମ୍ମେଳନ ସହିତ ଶତାଧିକ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ତିରିଶରୁ ଅଧିକ ବହିର ପ୍ରକାଶନ କରାଯାଇଛି । ବର୍ତ୍ତମାନ ଏହି ଅନୁଷ୍ଠାନର ସଂଖ୍ୟାଧିକ ଶାଖା ଅନୁଷ୍ଠାନ ମଧ୍ୟରେ କଲିକତାରେ ଥିବା ଅନୁଷ୍ଠାନଟି ହେଉଛି ଏଠାକାର ମୁଖ୍ୟ ଅନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ । କଲିକତାସ୍ଥିତ ଅନୁଷ୍ଠାନ ନିର୍ଦ୍ଦେଶକ ରୂପେ ବ୍ରଜପତି ଦାସ ଅବସ୍ଥାପିତ । ଆତ୍ମ ଚେତନା ସମ୍ପର୍କରେ ସ୍ନାତକ ଡିଗ୍ରୀ (M.S./Ph.D.) ପାଠ୍ୟକ୍ରମ ପ୍ରଚଳନ କରିବାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ସମଗ୍ର ବିଶ୍ୱରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛି ।[୩]

ଆଧାର ସମ୍ପାଦନା

  1. "About ISKCON". Retrieved 15 August 2015.
  2. "ମାୟାପୁର"
  3. ""bvinst.edu"". Archived from the original on 2015-08-10. Retrieved 2015-08-23.