ଅଶୁମଲ ଶିରୁମଲାନି ଆଶାରାମ ବାପୁ ବା ବାପୁଜି ନାମରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ପରିଚିତ । ୧୯୭୦ ଦଶନ୍ଧି ପ୍ରାରମ୍ଭରୁ ଦେଶ ବିଦେଶରେ ୪୦୦ରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରି ଅନେକ ଅନୁଗାମୀ ସୃଷ୍ଟି କରିଛନ୍ତି । ସେ ଜଣେ ବିବାଦୀୟ ଭାରତୀୟ ହିନ୍ଦୁ ଧର୍ମ ଗୁରୁ ଓ ଜଣେ ଆତ୍ମଘୋଷିତ ଭଗବାନ ଅଟନ୍ତି ।[୧].[୨][୩] ହିନ୍ଦୁଧର୍ମର ସାଧୁମାନଙ୍କୁ ନେଇ ଗଠିତ ଏକ ସଂଗଠନ ଅଖିଳ ଭାରତୀୟ ଆଖଡ଼ା ପରିଷଦଙ୍କଦ୍ୱାରା ପ୍ରକାଶିତ ଠକ ହିନ୍ଦୁ ସାଧୁଙ୍କ ତାଲିକାରେ ସେ ସ୍ଥାନ ପାଇଛନ୍ତି । ଏବେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସେ ଜେଲ ଦଣ୍ଡ ଭୋଗକରୁଛନ୍ତି ।

ଆଶାରାମ
Born (1941-04-17) ୧୭ ଅପ୍ରେଲ ୧୯୪୧ (ବୟସ ୮୨)
ବେରାନି, ବ୍ରିଟିଶ ଭାରତ
Nationalityଭାରତୀୟ
Spouseଲକ୍ଷ୍ମୀ ଦେବୀ
Childrenନାରାୟଣ ସାଇ (ପୁଅ)
ଭାରତୀ ଦେବୀ (ଝିଅ)
Parent(s)ମେହଙ୍ଗିବା (ମାଆ)
ଥାଉମଲ ସିରିମଲାନି (ବାପା)
Websitewww.ashram.org

ପ୍ରାଥମିକ ଜୀବନ ସମ୍ପାଦନା

ଆସାରାମଙ୍କ ଜନ୍ମ ସିନ୍ଧୁ ପ୍ରଦେଶର ନବାବଶାହ ଜିଲ୍ଲାର ବେରାନି ଗ୍ରାମରେ ୧୯୪୧ ମସିହା ଅପ୍ରିଲ ୧୭ ତାରିଖରେ ହେଇଥିଲା। ତାଙ୍କ ପିତା ଥାଉମଲଜୀ ସିରୁମଲାନି ଜଣେ ଜମିଦାର ଥିଲେ।

କୁହାଯାଏ ଯେ ଆସାରାମଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଅଖଣ୍ଡ ଭାରତର ବିଭାଜନ ସମୟରେ ସେ ନିଜ ଜନ୍ମ ଭୂମି ଛାଡି ପରିବାର ସହିତ ୧୯୪୭ ମସିହାରେ ଅହମଦାବାଦ ସହରକୁ ଆସିଥିଲେ। ଥାଉମଲଜୀ ପ୍ରଥମେ ନିଜର ପରିବାରର ଭରଷ ପୋଷଣ ପାଇଁ କାଠ ଓ କୋଇଲା ବ୍ୟବସାୟ କରୁଥିଲେ ।[୪]

ଆଶ୍ରମ ସମ୍ପାଦନା

ସମଗ୍ର ଭାରତରେ ତାଙ୍କର ୪୦୦ରୁ ଅଧିକ ଆଶ୍ରମ ଅଛି । ଅହମଦାବାଦ, ସୁରାଟନୂଆ ଦିଲ୍ଲୀଠାରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟମାନ ଅଛି ।[୫]

ବିବାଦ ସମ୍ପାଦନା

ତାଙ୍କ ବିରୁଦ୍ଧରେ ୨୦୧୩ ମସିହାରେ ଏକ ୧୬ ବୟସୀ ବଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପିତାମାତାଙ୍କୁ ଚକ୍ରାନ୍ତ କରି ଯୋଧପୁର ନିକଟସ୍ଥ ଛିଣ୍ଡୱାରା ଆଶାରାମ ଆଶ୍ରମକୁ ନିଆଯାଇଥିଲା । ଦୁଷ୍ଟ ଆତ୍ମାର ପ୍ରଭାବ କାଢ଼ିବା ଆଳରେ ତାଙ୍କ ସହ ଶାରୀରିକ ଅସାଦାଚାର କରାଯାଇଥିଲା । ଚାର୍ଜସିଟରେ ଆଶାରାମ ଦୁଷ୍କର୍ମ, ମାନବ ଚୋରାଚାଲାଣ, ଏବଂ ଯୌନ ଅପରାଧ କରୁଥିବାର ଉଲ୍ଲେଖ ଥିଲା ।

ଶୁଣାଣି ଚାଲିଥିବା ୪ ବର୍ଷ ମଧ୍ୟରେ ୯ ଜଣ ସାକ୍ଷଙ୍କୁ ଆକ୍ରମଣ ହୋଇଥିଲା । ସେଥିରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଜୁନ ୨୦୧୪ରେ ଆଶାରାମଙ୍କ ଡାକ୍ତର ଅମୃତ ପ୍ରଜାପତି ଗୁଜରାଟର ରାଜକୋଟଠାରେ ମୃତ୍ୟୁ ଘଟିଥିଲା । ତାଙ୍କର ରୋଷେଇଆ ଅଖିଳ ଗୁପ୍ତା ଏବଂ ଅନ୍ୟ ଜଣେ ସାକ୍ଷୀ କୃପାଳ ସିଂହଙ୍କୁ 2014ମସିହାରେ ଉତ୍ତର ପ୍ରଦେଶଠାରେ ଗୁଳି ମାରି ହତ୍ୟା କରାଯାଇଥିଲା । ମହେନ୍ଦ୍ର ଚାବଲା ଓ ରାହୁଲ ସଚନ ଦୁଇ ଅନ୍ୟତମ ସାକ୍ଷୀଙ୍କୁ ୨୦୧୫ରେ ଯୋଧପୁର କୋର୍ଟ ପରିସରରେ ଆକ୍ରମଣ ହୋଇଥିଲା ଏବଂ ସେମାନେ ବଞ୍ଚିଯାଇଥିଲେ। [୬]

ଆଧାର ସମ୍ପାଦନା

  1. "Asaram ashram encroachment demolished in Gujarat - Thaindian News". Thaindian.com. 2010-11-27. Retrieved 2013-01-11.
  2. "The Real War on Women…in India". The Diplomat. Jan 9, 2013. Retrieved 22 January 2013.
  3. "Asaram Bapu arrested by Jodhpur police in sexual assault case". NDTV. Retrieved 1 September 2013.
  4. "ଆର୍କାଇଭ୍ କପି". Archived from the original on 2015-04-06. Retrieved 2013-09-02. {{cite web}}: Cite has empty unknown parameter: |1= (help)
  5. "ଆର୍କାଇଭ୍ କପି". Archived from the original on 2018-04-27. Retrieved 2018-04-25. {{cite web}}: Cite has empty unknown parameter: |1= (help)
  6. https://www.ndtv.com/india-news/asaram-rape-case-verdict-in-jodhpur-jail-today-massive-security-outside-10-points-1842388?amp=1&akamai-rum=off&__twitter_impression=true

ଅଧିକ ତଥ୍ୟ ସମ୍ପାଦନା