ଆଲକ‌ହଲ ନିଶା (ଇଂରାଜୀ ଭାଷାରେ Alcohol intoxication, ଡ୍ରଙ୍କନନେସ/ drunkenness ବା ଆଲକ‌ହଲ ବିଷକ୍ରିୟା (alcohol poisoning) ଏକ ପ୍ରକାର ବିଯୁକ୍ତାତ୍ମକ ବ୍ୟବ‌ହାର ଓ ଶାରୀରିକ ପ୍ରଭାବ ଯାହା ସଦ୍ୟ ଇଥାନଲ (ethanol) ବା ଆଲକ‌ହଲ ପିଇବାଯୋଗୁ ହୋଇଥାଏ । [୩][୬] ଅଳ୍ପ ମାତ୍ରାରେ ଏହା ସାମାନ୍ୟ ଶାନ୍ତିଦାୟକ (sedation), ହୁଏ ଓ ନିଜ ଉପରେ ନିୟନ୍ତ୍ରଣ କମ୍ ହୁଏ ।[୧] ମଧ୍ୟମ ଧରଣର ମାତ୍ରାରେ ଅସ୍ପଷ୍ଟ ବାର୍ତ୍ତଳାପ (Slurred speech), ଚାଲିବା ସମସ୍ୟା ସ‌ହିତ ବାନ୍ତି (vomiting) ହୋଇପାରେ ।[୧] ଅତ୍ୟଧିକ ମାତ୍ରା ହେଲେ ଶ୍ୱାସକ୍ରିୟା ପ୍ରଚେଷ୍ଟା କମିଯାଏ (Decreased effort to breathe), କୋମା coma ଓ ମୃତ୍ୟୁ (death) ହୋଇପାରେ ।[୧] ଅବସ୍ଥା ଜଟିଳ ହେଲେ ବାତ (Seizures), ଆସ୍ପିରେସନ ନିମୋନିଆ (aspiration pneumonia), ଆଘାତ (injuries), ହାଇପୋଗ୍ଲାଇସେମିଆ (low blood sugar) ଇତ୍ୟାଦି ହୋଇପାରେ ।[୧][୭]

ଆଲକ‌ହଲ ନିଶା (Alcohol intoxication)
Drunkenness, alcohol poisoning, ethanol intoxication, acute alcohol intoxication
ମାଇକେଲ ଆଞ୍ଜେଲୋଙ୍କ (Michelangelo) ଚିତ୍ର The Drunkenness of Noah
ବିଭାଗବିଷ ବିଜ୍ଞାନ (Toxicology), ମାନସିକ ରୋଗ ବିଜ୍ଞାନ (psychiatry)
ଲକ୍ଷଣସାମାନ୍ୟ: ସାମାନ୍ୟ ଶାନ୍ତିଦାୟୀ (sedation), କମ୍ ନିୟନ୍ତ୍ରଣ [୧]
ମଧ୍ୟମ:ଅସ୍ପଷ୍ଟ ବାର୍ତ୍ତଳାପ (Slurred speech), ଚାଲିବା ସମସ୍ୟା, ବାନ୍ତି (vomiting)[୧]
Severe: ଶ୍ୱାସକ୍ରିୟା ପ୍ରଚେଷ୍ଟା କମିଯିବା (Decreased effort to breathe), କୋମା coma[୧]
ଆକ୍ରାନ୍ତ ସମୟକିଛି ମିନିଟରୁ କିଛି ଘଣ୍ଟା [୨]
ଅବଧିଅନେକ ଘଣ୍ଟା [୨]
କାରଣଇଥାନଲ (Ethanol) (alcohol)[୩]
ବିପଦ କାରକସାମାଜିକ ପରିବେଶ (Social environment, ଆବେଗ (impulsivity)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଇତିହାସ ଓ ଶାରୀରିକ ପରୀକ୍ଷା (physical examination)[୩]
ସଠିକ ରୋଗ ନିର୍ଣ୍ଣୟହେପାଟିକ ଏନସେଫାଲୋପାଥି, ୱେରନିକ୍ସ ଏନ‌କେଫାଲୋପାଥି (Wernicke encephalopathy), ମେଥାନୋଲ ବିଷକ୍ରିୟା, ମେନିଞ୍ଜାଇଟିସ, ମସ୍ତିଷ୍କ ଆଘାତ (traumatic brain injury)[୩]
ଚିକିତ୍ସାସ‌ହାୟକ ଯତ୍ନ (Supportive care)[୩]
ପୁନଃପୌନିକଅତି ସାଧାରଣ ବିଶେଷତଃ ପଶ୍ଚିମ ପୃଥିବୀରେ (Western world)[୪]
ମୃତ୍ୟୁ ସାନ୍ଦ୍ରତାବାର୍ଷିକ ପ୍ରାୟ ୨୨୦୦ (ଯୁକ୍ତରାଷ୍ଟ୍ର ଆମେରିକାରେ)[୫]

ଆଲକ‌ହଲ ନିଶା ସାଧରଣତଃ ୨ବା ୩ ଥର ଆକ‌ହଲ ପାନୀୟ (alcoholic drinks) ପିଇବା ପରେ ଆରମ୍ଭ ହୁଏ ।[୨] ସାମାଜିକ ବ୍ୟବସ୍ଥା ଓ ବ୍ୟକ୍ତିଗତ ଆବେଗ (impulsive) ଏହି ନିଶା ସଙ୍କଟ ସୃଷ୍ଟି କରେ ।[୨] ଘଟଣାକ୍ରମ ଓ ଶାରୀରିକ ପରୀକ୍ଷା (physical examination) କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ସାଙ୍ଗରେ ଥିବା ଲୋକ ଏହାର ସତ୍ୟାସତ୍ୟ ପ୍ରମାଣ କରିପାରିବ ।[୩] କାନୁନ ଅନୁସାରେ ରକ୍ତ ଆଲକ‌ହଲ (blood alcohol concentration/ BAC) ସାନ୍ଦ୍ରତା ୫.୪-୧୭.୪ ମିମୋଲ/ଲି (୨୫–୮୦ mg/dL ବା ୦.୦୨୫-୦.୦୮୦%)ରୁ ଅଧିକ ଥିଲେ ଏହା ନିର୍ଣ୍ଣୟ କରାଯାଏ ।[୮][୯] ରକ୍ତ ବା ନିଶ୍ୱାସ ପରୀକ୍ଷାରୁ (breath testing) ମାପିହୁଏ ।[୨] ଆଲକ‌‌ହୋଲ ୩.୩ ମିମୋଲ/ଲି (୧୫ ମିଗ୍ରା/ଡେଲି) ହାରରେ ନଷ୍ଟ ହୋଇଯାଏ । [୩]

ଆଲକ‌ହଲ ନିଶାଗ୍ରସ୍ତ ଲୋଲଙ୍କ ଚିକିତ୍ସାରେ ସାହାୟକ ଯତ୍ନର (supportive care) ଆବଶ୍ୟକତା ଥାଏ ।[୩] ଏହାର ଚିକିତ୍ସାରେ ରୋଗୀକୁ ସ୍ୱାସ୍ଥ୍ୟଲାଭ ଅବସ୍ଥାରେ (recovery position) ରଖିବା, ଉଷୁମ ରଖିବା ଓ ଶ୍ୱାସକ୍ରିୟା ସଠିକ ଭାବରେ ଚାଲୁରଖିବା ପ୍ରତି ନ‌ଜର ରଖାଯାଏ । [୭] ପାକସ୍ଥଳୀ ଧୁଆ (Gastric lavage) ଓ ଆକ୍ଟିଭେଟେଡ ଚାରକୋଲ (activated charcoal) ଦେଲେ ଉପକାର ହୁଏ । [୩] ବାରମ୍ବାର ଅନୁଶୀଳନ କରି ଅନ୍ୟ ସମ୍ଭାବ୍ୟ କାରଣ ଅନୁସନ୍ଧାନ କରାଯାଏ ।[୩]

ପଶ୍ଚିମ ପୃଥିବୀରେ (Western world) ଆଲକ‌ହଲ ନିଶା ଅତି ମାମୁଲି କଥା ।[୪] ଆଲକ‌ହଲ ପାନ କରୁଥିବା ବ୍ୟକ୍ତି କେତେବେଳେ ହେଲେ ନିଶାଗ୍ରସ୍ତ ହୋଇଯାଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଆକ୍ୟୁଟ ନିଶାଗ୍ରସ୍ତରୁ ବର୍ଷକୁ ୨୨୦୦ ମୃତ୍ୟୁ ହୁଏ,[୫] ଓ ଅପ୍ରତ୍ୟକ୍ଷ ଭାବରେ ୩୦,୦୦୦ ମୃତ୍ୟୁ ହୁଏ ।[୨] ଆକ୍ୟୁଟ ନିଶାଗ୍ରସ୍ତ ବିଷୟ ଇତିହାସରେ ଲିପିବଦ୍ଧ ହୋଇଛି ଓ ଏହା ପୃଥିବୀର ଏକ ଆମୋଦ‌ଦାୟକ ଡ୍ରଗ (en:recreational drugs) ଭାବରେ ଗଣାଯାଏ ।[୧୦][୧୧] ଅନେକ ଧର୍ମରେ (religions) ଏହାକୁ ପାପ (sin) ବୋଲି ବିବେଚନା କରାଯାଏ । [୨][୧୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Alcohol Toxicity and Withdrawal". Merck Manuals Professional Edition. Retrieved 24 May 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ American Psychiatric Association (2013), Diagnostic and Statistical Manual of Mental Disorders (5th ed.), Arlington: American Psychiatric Publishing, pp. 497–499, ISBN 0890425558
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Jung, YC; Namkoong, K (2014). "Alcohol: intoxication and poisoning - diagnosis and treatment". Handbook of clinical neurology. 125: 115–21. doi:10.1016/B978-0-444-62619-6.00007-0. PMID 25307571.
  4. ୪.୦ ୪.୧ Vonghia, L; Leggio, L; Ferrulli, A; Bertini, M; Gasbarrini, G; Addolorato, G; Alcoholism Treatment Study, Group. (December 2008). "Acute alcohol intoxication". European journal of internal medicine. 19 (8): 561–7. doi:10.1016/j.ejim.2007.06.033. PMID 19046719.
  5. ୫.୦ ୫.୧ Kanny, D; Brewer, RD; Mesnick, JB; Paulozzi, LJ; Naimi, TS; Lu, H (9 January 2015). "Vital signs: alcohol poisoning deaths - United States, 2010-2012". MMWR. Morbidity and Mortality Weekly Report. 63 (53): 1238–42. PMID 25577989.
  6. "Acute intoxication". WHO. Retrieved 24 May 2018.
  7. ୭.୦ ୭.୧ "Alcohol poisoning". nhs.uk. Retrieved 24 May 2018.
  8. "Ethanol Level: Reference Range, Interpretation, Collection and Panels". Medscape. 22 April 2018. Retrieved 24 May 2018.
  9. Canfield, DV; Dubowski, KM; Cowan, M; Harding, PM (January 2014). "Alcohol Limits and Public Safety". Forensic science review. 26 (1): 9–22. PMID 26226968.
  10. Belenko, Steven; Spohn, Cassia (2014). Drugs, Crime, and Justice (in ଇଂରାଜୀ). SAGE Publications. p. PT21. ISBN 9781483355429.
  11. Martin, Scott C. (2014). The SAGE Encyclopedia of Alcohol: Social, Cultural, and Historical Perspectives (in ଇଂରାଜୀ). SAGE Publications. p. PT1382. ISBN 9781483374383.
  12. Kolig, Erich (2012). Conservative Islam: A Cultural Anthropology (in ଇଂରାଜୀ). Lexington Books. p. 101. ISBN 9780739174258.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ