ଆପୋଲୋ-୭ (ଚନ୍ଦ୍ର ଅଭିଯାନ)

ଆପୋଲୋ-୭ (ଚନ୍ଦ୍ର ଅଭିଯାନ) ସଂଯୁକ୍ତ ରାଷ୍ଟ୍ର ଆମେରିକା ଆପୋଲୋ ଅଭିଯାନ ଶୃଙ୍ଖଳାରେ ପ୍ରଥମ ମାନବ ବାହିତ ଅଭିଯାନ [୧]। ନାସାଦ୍ୱାରା ପରିଚାଳିତ ଜେମିନି-୧୨ ପରୀକ୍ଷଣକୁ ବାଦଦେଲେ, ଏହା ଥିଲା ଅନ୍ତରୀକ୍ଷକୁ ମାନବ ବାହିତ ଯାନ ପ୍ରେରଣ କରିବାରେ ଏହା ଥିଲା ପ୍ରଥମ ପରୀକ୍ଷଣ । ଆପୋଲୋ ମହାକାଶ ଅଭିଯାନ ଶୃଙ୍ଖଳାରେ ମାନବ ବାହିତ ଅପୋଲୋ-୧ ଅଭିଯାନ ଜାନୁଆରୀ ୧୯୬୭ରେ ଆକସ୍ମିକ ଅଗ୍ନି ଦୁର୍ଘଟଣାରେ ବିଫଳ ହୋଇଯିବା ପରେ ନାସା ୨୧ ମାସ ପର୍ଯ୍ୟନ୍ତ ମହାକାଶକୁ ଚନ୍ଦ୍ର ଅଭିଯାନ ଶୃଙ୍ଖଳାରେ ମାନବ ପ୍ରେରଣ କରିବାରୁ ବିରତ ରହିଥିଲା । ଇତି ମଧ୍ୟରେ ଦୁର୍ଘଟଣାର କାରଣ ବିଷୟରେ ଅନୁସନ୍ଧାନ କରାଗଲା ଏବଂ ଅନ୍ତରୀକ୍ଷ ଯାନ ତଥା ସୁରକ୍ଷା ପ୍ରକ୍ରିୟାରେ ସୁଧାର ଅଣାଯିବା ସହିତ ସଟର୍ଣ-ଭି ରକେଟର ମଧ୍ୟ ମାନବ ରହିତ ପୁନଃ ପରୀକ୍ଷଣ କରାଗଲା । ତେବେ ଆପୋଲୋ-୭ ପରୀକ୍ଷଣଦ୍ୱାରା ଆପୋଲୋ-୭ଦ୍ୱାରା ପୃଥିବୀର ନିମ୍ନତର କକ୍ଷରେ ହେବାକୁ ଥିବା କମାଣ୍ଡ ଏବଂ ସର୍ଭିସ୍ ମଡ୍ୟୁଲର ପରୀକ୍ଷଣ ସଂପନ୍ନ କରାଯାଇଥିଲା ।

ପୃଷ୍ଠଭୂମି ସମ୍ପାଦନା

ଅଭିଯାନ ସଂପର୍କରେ ସମ୍ପାଦନା

ଆପୋଲୋ-୭ ଚାଳକ ଦଳର କମାଣ୍ଡର ଥିଲେ ୱାଲଟର ଏମ୍ ସୀରା (Walter M. Schirra) । ଅନ୍ୟ ଦୁଇ ଚାଲକ ମଧ୍ୟରେ ବରିଷ୍ଠ ପାଇଲଟ ଡନ୍ ଏଫ୍ ଇସେଲ୍ (Donn F. Eisele) ଏବଂ ଅନ୍ୟ ଏକ ପାଇଲଟ ତଥା ଇଞ୍ଜିନିୟର ଆର୍ ୱାଲ୍ଟର କନିଙ୍ଗହାମ୍ (R. Walter Cunningham) [୨]। ଚାଳକ ଦଳକୁ ମାନବ ବାହିତ ଅନ୍ତରୀକ୍ଷ ଯାନ ଚଳାଇବାରେ ସେମାନଙ୍କ ଦକ୍ଷତା ଏବଂ ଅନୁଭୂତି ଅନୁରୂପ ଦାୟିତ୍ୱ ଦିଆଯାଇଥିଲା । ଏହି ପ୍ରକାରେ ଇସେଲଙ୍କୁ କମାଣ୍ଡ ମଡ୍ୟୁଲର ପାଇଲଟ ତଥା କାନିଙ୍ଗହାମଙ୍କୁ ଲୁନାର ମଡ୍ୟୁଲର ପାଇଲଟ ଦାୟିତ୍ୱ ଦିଆଯାଇଥିଲା । ଆପୋଲୋ -ସି ଶ୍ରେଣୀର ଏହି ଅଭିଯାନର ଲକ୍ଷ୍ୟ ଥିଲା, ପୁନଃ ଡିଜାଇନ କରାଯାଇଥିବା ବ୍ଳକ-II CSMର ୧୧ ଦିନ ପାଇଁ ପୃଥିବିର କକ୍ଷ ପରିକ୍ରମା ପୂର୍ବକ ଏହାର କାର୍ଯ୍ୟକାରିତା ପରୀକ୍ଷଣ କରିବା । କେପ କେନେଡି ନାମକ ଅନ୍ତରୀକ୍ଷ ଷ୍ଟେସନରୁ ୧୧ ଅକ୍ଟୋବର ୧୯୬୮ ତାରିଖ ଦିନ ଏହାର ଉଡାଣ କରାଯାଇଥିଲା [୩]। ବୈଷୟିକ ଦୃଷ୍ଟିରୁ ଏହି ଅଭିଯାନ ଏକ ସଫଳ ଅଭିଯାନ ଥିଲା ଯାହାକି ପରବର୍ତ୍ତୀ ସମୟରେ ବୈଜ୍ଞାନିକଙ୍କ ମନରେ ଆପୋଲୋ-୮କୁ ଚନ୍ଦ୍ରର କକ୍ଷ ପଥକୁ ପଠାଇବାର ବିଶ୍ୱାସ ଜନ୍ମାଇପାରିଥିଲା । ୨୨ ଅକ୍ଟୋବର ୧୯୬୮ ଦିନ ଯାନଟି ପରୀକ୍ଷଣ ସମାପ୍ତ କରି ଆଟଲାଣ୍ଟିକ ମହାସାଗରରେ ଖସିପଡିଥିଲା ।

ବିଶେଷତ୍ୱ ସମ୍ପାଦନା

ଏହି ଅଭିଯାନର କିଛି ବିଶେଷତ୍ୱ ହେଉଛି;

  • ଏହି ଅଭିଯାନରେ ପ୍ରଥମ ଥର ପାଇଁ ଏକ ଚାଳକ ଦଳ ସଟର୍ଣ୍ନ-ଆଇବି ରକେଟରେ ଅନ୍ତରୀକ୍ଷ ଉଡାଣ କରାଯାଇଥିଲା
  • ଏହି ଅଭିଯାନରେ ପ୍ରଥମ ଥର ପାଇଁ ତିନି ମହାକାଶଯାତ୍ରୀ ଏକା ଥରକେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ
  • ଏହି ଅଭିଯାନରେ ପ୍ରଥମ ଥର ପାଇଁ ଅନ୍ତରୀକ୍ଷ ଯାତ୍ରାର ଜୀବନ୍ତ ପ୍ରସାରଣ ଆକେରିକୀ ଦୂରଦର୍ଶନଦ୍ୱାରା କରାଯାଇଥିଲା ।
  • ଏହି ଅଭିଯାନ ଥିଲା କେପ କେନେଡି ଅନ୍ତରୀକ୍ଷ ଷ୍ଟେସନରୁ କରାଯାଇଥିବା ପ୍ରଥମ ଓ ଶେଷ ମାନବ ବାହିତ ଅନ୍ତରୀକ୍ଷ ଯାନର ଉତକ୍ଷେପଣ ।

ଆଧାର ସମ୍ପାଦନା

  1. Tuesday, rews. "Apollo 7: NASA's first mini-mutiny in space". Astronomy.com. Retrieved 7 August 2019. {{cite web}}: Text "Published:" ignored (help)
  2. "Apollo 7 Crew | National Air and Space Museum". airandspace.si.edu. Retrieved 7 August 2019.
  3. Patrinos, Thalia (11 October 2018). "NASA Celebrates the 50th Anniversary of Apollo 7". NASA. Retrieved 7 August 2019.