ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ

ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ସଂଯୁକ୍ତ ଗଣରାଜ୍ୟଦ୍ୱାରା ଘୋଷିତ ଏକ ଆନ୍ତର୍ଜାତିକ ପାଳନ ଦିବସ । ଏହା କନ୍ୟା ଦିବସ (Day of the Girl) ଭାବେ ମଧ୍ୟ ଜଣା । ସମଗ୍ର ବିଶ୍ୱରେ ଝିଅମାନେ ସାମନା କରୁଥିବା ଲିଂଗଗତ ଅସମାନତା ସଚେତନତା ବୃଦ୍ଧିର ଏକ ସୁଯୋଗ ଶିକ୍ଷା ଅଧିକାର, ପୁଷ୍ଟି, ଆଇନ ଅଧିକାର, ସ୍ୱାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ୍ୱ ବୟସରେ ବିବାହ ଭଳି ଅସମାନତା ବିରୁଦ୍ଧରେ ଏକ ସଚେତନତା ଦିବସ । ଏହା ବ୍ୟତିତ ଶିକ୍ଷା, ପୋଷଣ, କାନୁନ କ୍ଷେତ୍ରରେ ଅଧିକାର, ଚିକିତ୍ସା, ଦେଖାରେଖା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ[୧] ପରି ମାମଲାରେ ଶିଳି କନ୍ୟାମନଙ୍କୁ ସୁରକ୍ଷା ଯୋଗାଇଦେବା ଏହାର ଉଦ୍ଦେଶ୍ୟ । ୧୧ ଅକ୍ଟୋବର ୨୦୧୨କୁ ଆନ୍ତର୍ଜାତୀୟ ଶିଶି କନ୍ୟା ଦିବସ ରୂପେ ପାଳନ କରାଯାଇଥାଏ ।

ପ୍ଲାନ ଇଣ୍ଟରନାସନଲଦ୍ୱାରା ବିଶ୍ୱସମୁଦାୟକୁ ଶିଶୁକନ୍ୟାମାନଙ୍କ ଉଦ୍ଦେଶ୍ୟରେ ଧ୍ୟାନ ଆକର୍ଷଣ ପାଇଁ (ପ୍ଲାନେଟାରିଅମ ହମବର୍ଗ ବିଲଡିଂ) ଗୋଲାପୀ ଆଲୋକରେ ସୁସଜ୍ଜିତ କରାଯାଇଛି ।

ପୃଷ୍ଠଭୂମି ସମ୍ପାଦନା

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପୁରା ଦୁନିଆରେ ଝିଅମାନଙ୍କ ସମ୍ମୁଖରେ ଆସୁଥିବା ମାମଲା ବିଷୟରେ ସତେଚନା ସୃଷ୍ଟି କରାଇଥାଏ । ପୁରା ଦୁନିଆରେ ଏପରକି ଅନେକ ଝିଅ ଅଛନ୍ପତି ଯେଉଁମାନେ ଏହି ସଚେତନାଠାରୁ ଖୁବ ଦୂରରେ । ଏପରିକି ୬୨ ପ୍ରତିଶତରୁ ଅଧିକ ଝିଅ ଶିକ୍ଷାଠାରୁ ଦୂରରେ । ୫ରୁ ୧୪ ବର୍ଷର ଝିଅ ସମ ବୟଷ୍କ ପୁଅଙ୍କ ତୁଳନାରେ ୧୬୦ ମିଲିୟନରୁ ଅଧିକ ସମୟ ଘର କାମ କରିବାରେ ଖର୍ଚ୍ଚ କରିଥାନ୍ତି ।[୨] ଏହା ସହିତ ୫ ଜଣ ଝିଅଙ୍କ ମଧ୍ୟରୁ ଜଣେ ୧୮ ବର୍ଷରୁ କମ ବୟସରେ ବିବାହ କରିଥାନ୍ତି । ୧୧ ଅକ୍ଟୋବର ୨୦୧୬ରେ ସଂଯୁକ୍ତ ରାଷ୍ଟ୍ର ମହିଳାର ସଦଭାବନା ରାଜଦୂତ ଏମ୍ମା ୱାଟସନ ପୁରା ବିଶ୍ୱରେ ଏବଂ ସମସ୍ତ ପରିବାରରେ ବାଲ୍ୟବିବାହ ଶେଷ କରିବା ପାଇଁ ପ୍ରଥମେ ପ୍ରୟାସ କରିଥିଲେ । ଏନେକ କ୍ଷେତରରେ ମହିଳାଙ୍କ ବିରୋଧରେ ଯୌନ ଶୋଷ ଣ କରିଥିବା ବ୍ୟକ୍ତି ଦଣ୍ଡ ନପାଇ ଖୋଲାରେ ବୁଲୁଛନ୍ତି ।

କନ୍ୟା ଦିବସ ନା କେବଳ କନ୍ୟାମାନଙ୍କର ସମସ୍ୟା ବିଷୟରେ ସେମାନଙ୍କୁ ସଚେତନ କରାଇଥାଏ ଏହା ସହିତ କନ୍ୟାମାନଙ୍କୁ ଅସୁବିଧାର ସମାଧାନ କିପରି ହୋଇପାରିବ ତାହାକୁ ମଧ୍ୟ ଧ୍ୟାନ ଦେଇଥାନ୍ତି । ଉଦାହରଣ ସୂରୁପ ଯଦି ଝିଅମାନଙ୍କୁ ଶିକ୍ଷିତ କରାଯାଏ ତେବେ ବାଲ୍ୟ ବିବାହ ଏବଂ ବିଭିନ୍ନ ରୋଗ ଏବଂ ସମାଜରେ କ’ଣ ଘଙ୍କୁଛି ସେ ବିଷୟରେ ସେମାନେ ସଚେତନ ହୋଇ ପାରିବେ । ଏହା ସହିତ ସେମାନେ ନିଜ ସେମାନେ ଉଚ୍ଚ ସ୍ତରରେ ପହଁତି ପାରିବେ ।

ଇତିହାସ ସମ୍ପାଦନା

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଏକ ପରିଯୋଜନା ହିସାବରେ ପୁରା ଦୁନିଆରେ ଆରମ୍ଭ ହୋଇଥିଲା । ଏହା ଅକ ବେସରକାରୀ ସଙ୍ଗଠନ ରୂପେ କାର୍ଯ୍ୟ କରୁଥିଲା । ଆଇ ଆମ ଏ ଗାର୍ଲ କ୍ୟାମ୍ପନିଙ୍ଗରୁ ଏହାକୁ ଆରମ୍ଭ କରିବାର ଯୋଜନା ଆସିଥିଲା । ଏହି କ୍ୟାମ୍ପନିଙ୍ଗ ବିଶେଷ କରି ବିକାଶଶୀଳ ଦେଶ ଗୁଡିକରେ କନ୍ୟାମାନଙ୍କର ପୋଷଣ ଏବଂ ଏହାର ମହତ୍ୱ ବିଷୟରେ ସତେଚନ ବୃଦ୍ଧି କରିଥାଏ । କାନ୍ନାଡାର ଅନ୍ତରାଷ୍ଟ୍ରୀୟ ପ୍ରତିନିଧୀ ଆନ୍ତର୍ଜାତୀୟ ସ୍ତରରେ ଏହି ଯୋଜନାକୁ ସମର୍ଧନ କରିଥିବା ବ୍ୟକ୍ତିମାନଙ୍କୁ ସମର୍ଥନ କରିବା ପାଇଁ କାନ୍ନାଡା ସଙ୍ଘୀୟ ସରକାରଙ୍କୁ ସଂପର୍କ କରିଥିଲେ । ଏହାପରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସର ଯୋଜନା ସଂଯୁକ୍ତ ରାଷ୍ଟ୍ର ଗୁଡ଼ିକ ସହିତ ଯୋଡିବା ପାଇଁ ଆବେଦନ ହୋଇଥିଲା ।

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଔପଚାରିକ ରୂପେ ସଂଯୁକ୍ତ ରାଷ୍ଟ୍ର ମହାସବାରେ ପ୍ରଥମେ କାନାଡା ଦ୍ୱାରା ଏକ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ କାନ୍ନାଡାର ମହିଳା ସ୍ଥିତି ମନ୍ତ୍ରୀ ରୋନା ଆମ୍ବୋସ ପ୍ରତିନିଧିତ୍ୱରେ ୫୫ ସଂଯୁକ୍ତ ରାଷ୍ଟ୍ର ଆୟୋଗ ମହିଳାଙ୍କ ସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ । ଡିସେମ୍ବର ୧୯, ୨୦୧୧ରେ ସଂଯୁକ୍ତ ରାଷ୍ଟ୍ର ମହାସଭାବା ବା ୟୁନାଇଟେଡ ନେସନ୍ସ ଜେନେରାଲ ଆସେମ୍ବଲି ୧୧ ଅକ୍ଟୋବର ୨୦୧୨ରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସର ଉଦଘାଟନ କରିବା ପାଇଁ ପ୍ରସ୍ତାବ ଗୃହିତ କରିଥିଲେ ।

ଉତ୍ପତି ସମ୍ପାଦନା

ଏହି ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ, ପ୍ଲାନ ଇଣ୍ଟରନାସନାଲ (ଏକ ବିଶ୍ୱସ୍ତରୀୟ ଅଣସରକାରୀ ସଂଗଠନ) ତରଫରୁ ଏକ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା । ପ୍ଲାନ ଇଣ୍ଟରନାସନାଲର କାରଣ ମୁଁ ଜଣେ ଝିଅ Because I Am a Girl ପ୍ରଚାରରୁ ଏହାର ଆନ୍ତର୍ଜାତିକ ଦିବସ ଭାବେ ପାଳନର ଚିନ୍ତାଧାରା ଉତ୍ପତି ହୋଇଥିଲା । ପ୍ରକାଶ ଥାଉ କି ଏହି ପ୍ରଚାର ପ୍ରଗତିଶୀଳ ଦେଶମାନଙ୍କରେ ଶିଶୁ କନ୍ୟାଙ୍କ ପୁଷ୍ଟିକରଣ ସଚେତନତା ବୃଦ୍ଧି ପାଇଁ କାର୍ଯ୍ୟ କରୁଥିଲା କାନାଡାରେ ଥିବା ପ୍ଲାନ ଇଣ୍ଟରନାସନଲଙ୍କ ପ୍ରତିନିଧି କାନାଡ଼ାର ଫେଡେରାଲ ଗଭାର୍ଣମେଣ୍ଟକୁ ଏହି କାର୍ଯ୍ୟରେ ସହାୟତା ଲୋଡିଥିଲେ [୩] ସମର୍ଥକମାନଙ୍କ ଏକ ମିଳିତ ଅଭିଯାନ ଆନ୍ତର୍ଜାତିକ ସ୍ତରରେ ଏକ ଆଲୋଡନ ସୃଷ୍ଟି କରି ପାରିଥିଲା ।

ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ୟୁନାଇଟେଡ ନେସନସ ଆସେମ୍ଲିରେ କାନାଡ଼ାଦ୍ୱାରା ପ୍ରଥମେ ଏକ ସଂକଳ୍ପ (ରିଜୋଲ୍ୟୁସନ) ଭାବେ ପ୍ରସ୍ତାବିତ ହୋଇଥିଲା । ରୋନା ଅମ୍ବରୋସ କାନାଡାର ଜଣେ ମନ୍ତ୍ରୀ ମହିଳାଙ୍କର ଏହି ସ୍ଥିତି ପାଇଁ ଏହି ସଂକଳ୍ପକୁ ପ୍ରଯୋଜନା କରିଥିଲେ । ୫୫ତମ ୟୁନାଇଟେଡ ନେସନସ କମିସନ ଅନ ଦ ଷ୍ଟାଟସ ଅଫ ଓମେନ ସମ୍ମୁଖରେ ଏକ ମହିଳା ଏବଂ ଶିଶୁ କନ୍ୟାଙ୍କ ପ୍ରତିନିଧିମଣ୍ଡଳ ଏହାକୁ ସମର୍ଥନ କରି ଏକ ଉପସ୍ଥାପନ କଲେ । ଡିସେମ୍ବର ୧୯ , ୨୦୧୧ରେ ୟୁନାଇଟେଡ ନେସନସ ଜେନେରାଲ ଆସେମ୍ଲି ଅକ୍ଟୋବର ୧୧, ୨୦୧୨କୁ ଉଦ୍ଘାଟନୀ ଦିବସ ଭାବେ ପାଳନ ପାଇଁ ଏକ ସଂକଳ୍ପ ଆପଣେଇବାକୁ ଭୋଟ କଲା ।

ଏହି ସଂକଳ୍ପ ଦର୍ଶାଏ ଯେ ଶିଶୁ କନ୍ୟାଙ୍କ ଏହି ଦିବସ ଶିଶୁଙ୍କ ସଶକ୍ତିକରଣ ଏବଂ ଯେଉଁ ଶିଶୁମାନେ ବିବର୍ଜିତ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ସମସ୍ତ ମିଲେନିୟମ ଡେଭଲପମେଣ୍ଟ ଗୋଲ୍(ଦାରିଦ୍ର୍ୟ, ଶିକ୍ଷା, ସେମାନଙ୍କ ଉପରେ ପ୍ରଭାବ ପକାଉଥିବା କାରକଗୁଡ଼ିକ) ହାସଲ କରିବା ପାଇଁ ସେମାନଙ୍କଠାରେ ନିବେଶ ହେବ । ଭେଦଭାବ ଏବଂ ହିଂସାର ବଳୟ ଭାଙ୍ଗି ସେମାନଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦିଆଯିବ ଯେପରିକି ସେମାନେ ସ୍ୱାଧୀନ ଭାବେ ସେମାନଙ୍କ ଅଧିକାରକୁ ଉପଭୋଗ କରିପାରିବେ ଏବଂ ସେମାନଙ୍କ ପିତାମାତା, ଅଭିଭାବକ, ପରିବାର, ଯତ୍ନକାରୀ ଏବଂ ପୁରୁଷମାନେ ମଧ୍ୟ ସେମାନଙ୍କୁ ସକ୍ରିୟ ସହାୟତା ପ୍ରଦାନ କରିବେ । [୪]

ପ୍ରତି ବର୍ଷ ଶିଶୁକନ୍ୟା ଦିବସ ପାଇଁ ନିର୍ଦ୍ଦିଷ୍ଟ ପ୍ରଚାର ବିଷୟ ବସ୍ତୁ ନିଆଯାଇଛି । ପ୍ରଥମଟି(୨୦୧୨ରେ) ବାଲ୍ୟ ବିବାହ ବିଲୋପ କରିବା",[୫] ଦ୍ୱିତୀୟଟି (୨୦୧୩ରେ) ଅଭିନବ ବାଳିକା ଶିକ୍ଷା,[୬] ଏବଂ ତୃତୀୟଟି (୨୦୧୪ରେ) କିଶୋରୀ ସଶକ୍ତିକରଣ: ହିଂସାର ବଳୟ ହଟେଇବା" [୭]

ବିଶ୍ୱଯାକରେ କାର୍ଯ୍ୟକ୍ରମମାନ ସମ୍ପାଦନା

ଏହି ଦିବସକୁ ପାଳନ କରିବା ପାଇଁ ବିଶ୍ୱର ଅନେକ ଦେଶରେ କାର୍ଯ୍ୟକ୍ରମମାନ ଆଯୋଜନ କରାଯାଉଛି ୟୁନାଇଟେଡ ନେସନସଦ୍ୱାରା ମୁମ୍ବାଇରେ ହୋଇଥିବା ଏକ କନସର୍ଟ ପ୍ରଯୋଜିତ ହୋଇଥିଲା । [୮] ଏନଜିଓ ଯଥା ଗର୍ଲ ଗାଇଡ ଅଷ୍ଟ୍ରେଲିଆ ଏହି ଆବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରି ସମର୍ଥନ ଦେଉଛନ୍ତି । [୯] ସଂଗଠନ ଯଥା ଫୁଟବଲ ସାଉଥ ଆଫ୍ରିକା ସେମାନଙ୍କ ନିଜନିଜ କାର୍ଯ୍ୟକ୍ରମମାନ ଆଯୋଜନ(୨୦,୦୦୦ ମହିଳାଙ୍କୁ ନେଇ ୧୯୫୬-ବ୍ଲାକ ସାଶ ପଦଯାତ୍ରା ) କରି ଟି-ସାର୍ଟ ଶିଶୁ କନ୍ୟାମାନଙ୍କୁ ବଣ୍ଟନ କରନ୍ତି । [୧୦]

ଆଧାର ସମ୍ପାଦନା

  1. "As Malala Recovers, U.N. Marks International Day of the Girl Child". Los Angeles Times. 11 October 2012. Retrieved 11 October 2016.
  2. Haynes, Suyin (11 October 2016). "What to Know About the UN's International Day of the Girl". Motto. TIME. Archived from the original on 18 January 2018. Retrieved 11 October 2016.
  3. Ambrose, Rona and Rosemary McCarney (December 29, 2011). "International Day of the Girl Child: girls' rights are human rights". Edmonton Journal. Archived from the original on July 19, 2012. Retrieved September 26, 2012.
  4. "Resolution Adopted by the General Assembly: 66/170 International Day of the Girl Child". United Nations. Retrieved September 26, 2012.
  5. "WHO | Ending child marriage". Who.int. 2012-10-11. Retrieved 2014-08-21.
  6. International Day of the Girl Child, WHO
  7. "Day of the Girl Child - Gender equality - UNICEF". UNICEF. 17 October 2014. Archived from the original on 18 July 2017. Retrieved 2 December 2014.
  8. Bhandary, Shreya (September 25, 2012). "'Because I am a Girl Rock Concert' to celebrate first ever 'International Day of the Girl Child'". Times of India. Retrieved September 26, 2012.
  9. "International Day of the Girl Child". Girl Guides Australia. Archived from the original on June 11, 2016. Retrieved September 26, 2012.
  10. "South Africa: Women, Football and Song". All Africa (orig. in Daily Maverick). September 14, 2012. Retrieved September 26, 2012.

ବାହ୍ୟ ଲିଙ୍କ ସମ୍ପାଦନା