ଆନୋରେକସିଆ ନର୍ଭୋସା

ମାନସିକ ଅରୁଚି, (ଇଂରାଜୀ ଭାଷାରେ ଆନୋରେକସିଆ ନର୍ଭୋସା) ବା କେବଳ ଅରୁଚି [୧] ଏକ ଖାଇବା ବେମାରୀ ଯେଉଁଥିରେ ରୋଗୀର କମ ଓଜନ, ଓଜନ ବୃଦ୍ଧିର ଡର, ପତଳା ରହିବାର ଉଦ୍ଦାମ ଇଚ୍ଛା ଓ ସୀମିତ ଖାଦ୍ୟ ଥାଏ । [୨] ଏହି ଭଳି ରୋଗୀ ଅନେକ ସମୟରେ ନିଜକୁ ଅତ୍ୟଧିକ ଓଜନର ଲୋକ ଭାବନ୍ତି ଯଦିଓ ସେମାନଙ୍କର ଓଜନ କମ ଥାଏ । [୨][୩] ଅଳ୍ପ ଓଜନ ଯୋଗୁ କିଛି ଅସୁବିଧା ହେଉଥିବା କଥା ସେମାନେ ମନା କରନ୍ତି । [୪] ଅଧିକାଂଶ ସମୟରେ ସେମାନେ ନିଜର ଓଜନ ଦେଖନ୍ତି, ଅଳ୍ପ ପରିମାଣର ଖାଦ୍ୟ ଓ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଆନ୍ତି । ନିଜର ଓଜନ କମେଇବା ନିମନ୍ତେ ଅତ୍ୟଧିକ ବ୍ୟାୟାମ କରନ୍ତି, ବାନ୍ତି କରନ୍ତି ଓ ଝାଡ଼ାକରେଇବା ଔଷଧ ଖାଆନ୍ତି । ଏହି ରୋଗ ଜଟିଲ ହୋଇ ଓଷ୍ଟିଓପୋରୋସିସ, ବନ୍ଧ୍ୟାଦୋଷ ଓ ହୃତ୍‌ପିଣ୍ଡ ରୋଗ ହୋଇପାରେ । [୨] ମହିଳାମାନଙ୍କର ଋତୁବନ୍ଦ ହୋଇଯାଇପାରେ । [୪]

ମାନସିକ ଅରୁଚି
"ମିସ ଏ"ଙ୍କର ସନ ୧୮୬୬ର ଛବି ଓ ଚିକିତ୍ସା ପରର ସନ ୧୮୭୦ର ଛବି । ସେତେବେଳକାର ମାନସିକ ଅରୁଚିର ନୂଆ କେଶ ଅନୁଶୀଳନରେ ଏହି ମହିଳା ଥିଲେ । ସାର ଉଇଲିଅମ ଗଲଙ୍କ ପ୍ରକାଶିତ ପ୍ରାକ୍ ଡାକ୍ତରୀ ସନ୍ଦର୍ଭରେ ଏହି ଚିତ୍ର ଥିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F50.0-F50.1
ଆଇସିଡ଼ି-୯-ସିଏମ୍307.1
ଓଏମ୍‌ଆଇଏମ୍606788
ରୋଗ ଡାଟାବେସ749
ମେଡ଼ିସିନ-ପ୍ଲସ000362
ଇ-ମେଡ଼ିସିନemerg/34 med/144
Patient UKଆନୋରେକସିଆ ନର୍ଭୋସା
MeSHD000856

କୌଣସି ଅଜ୍ଞାତ କାରଣରୁ ଏହି ରୋଗ ହୁଏ । ଆଇଡେଣ୍ଟିକାଲ ଯମଜ ପିଲାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଉଥିବାରୁ କୌଣସି ଜେନେଟିକ ପ୍ରଭାବ ଥିବା ଅନୁମାନ କରାଯାଏ । [୩] ସାଂସ୍କୃତିକ କାରକର ମଧ୍ୟ ଏକ ଭୂମିକା ଥିବା ମନେହେଉଛି, ପତଳା ଶରୀରକୁ ସମାଜରେ ପ୍ରଶଂସା କରୁଥିଲେ ମଧ୍ୟ ଏହା ବେମାରୀ ସୃଷ୍ଟି କରେ । [୪] ଅଧିକନ୍ତୁ ଏହା ଉଚ୍ଚ ସ୍ତରୀୟ ଆଥଲେଟିକ କାର୍ଯ୍ୟକ୍ରମରେ ଯେପରିକି ମଡେଲିଙ୍ଗନାଚରେ ଆବଶ୍ୟକ ହେଉଥିବାରୁ ଏହି ରୋଗ ସମ୍ଭାବନା ବଢ଼ିଯାଏ । [୪][୫] ମାନସିକ ଚାପ ପରେ ଜୀବନଶୈଳୀ ପରିବର୍ତ୍ତନ ହୋଇ ଅରୁଚି ଆରମ୍ଭ ହୁଏ । ଏହି ରୋଗ ନିର୍ଣ୍ଣୟ କରିବା ନିମନ୍ତେ ରୋଗୀର ଉଲ୍ଲେଖନୀୟ କମ ଓଜନ ଥିବା ଆବଶ୍ୟକ । ଏହାର ଗମ୍ଭୀରତା ମାପ ନିମନ୍ତେ ମାନ‌କ ସ୍ଥିର କରାଯାଇଛି: ସାମାନ୍ୟ ରୋଗରେ ବଡି ମାସ ଇଣ୍ଡେକ୍ସ (ବିଏମଆଇ) ୧୭ରୁ ବେଶି, ମଧ୍ୟମ ରୋଗରେ ୧୬ରୁ ୧୭, ଗମ୍ଭୀର ରୋଗରେ ୧୫ରୁ ୧୬ ଓ ଚରମ ରୋଗରେ ୧୫ରୁ କମ । ପିଲାଙ୍କ କ୍ଷେତ୍ରରେ ବୟସ ଅନୁପାତରେ ପରସେଣ୍ଟାଇଲ ହିସାବ କରାଯାଏ ଓ ୫ ପରସେଣ୍ଟାଇଲରୁ କମ ହିସାବକୁ ନିଆଯାଏ । [୪]

ମାନସିକ ସମସ୍ୟା, ଓଜନ ବୃଦ୍ଧି ଓ ବ୍ୟବ‌ହାର ଉନ୍ନତିକରଣ ସାହାଯ୍ୟରେ ଏହି ରୋଗ ଚିକିତ୍ସା କରାଯାଏ । ଔଷଧଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ, କିନ୍ତୁ ଉତ୍କଣ୍ଠା ବା ଅବସାଦ ଦୂର କରାଯାଇପାରେ । [୨] ଅନେକ ପ୍ରକାରର ଥେରାପି ଦିଆଯାଇପାରେ ବିଶେଷତଃ ପିତାମାତା ଦାୟିତ୍ୱ ନେଇ ଖୁଆଇବାକୁ ଚେଷ୍ଟା କରିବା ନିମନ୍ତେ ଦୁଇ ପ୍ରକାର ଥେରାପି ଅଛି ଯଥା:- ମଡସ୍ଲି ଫ୍ୟାମିଲି ଥେରାପିକଗନିଟିଭ ବିହେଭିଅରାଲ ଥେରାପି[୨][୬] ଓଜନ ବୃଦ୍ଧି କରିବା ନିମନ୍ତେ ଅନେକ ସମୟରେ ରୋଗୀକୁ ଡାକ୍ତରଖାନାରେ ଆଡମିସନ କରିବା ଆବଶ୍ୟକ ହୁଏ । [୪] ନାସାପାକସ୍ଥଳି ନଳି ମାଧ୍ୟମରେ ଦିଆଯାଉଥିବା ଖାଦ୍ୟର ଉପକାରୀତା ବିଷୟରେ ମିଳୁଥିବା ପ୍ରମାଣ ନିଃସନ୍ଦେହ ନୁହେଁ । [୭] କେତେକ ଲୋକ ଥରେ ଏହି ରୋଗର ଶିକାର ହୋଇ ଭଲ ହୋଇଯାଆନ୍ତି ଓ କେତେକ ରୋଗୀ ଅନେକ ଥର ଶିକାର ହୁଅନ୍ତି । [୪] ଓଜନ ବୃଦ୍ଦି ସଙ୍ଗେ ସଙ୍ଗେ ଏ ରୋଗର ଜଟିଳତା ଉପଶମ ହୁଏ ବା ଆରୋଗ୍ୟ ହୁଏ । [୪]

ସାରା ପୃଥିବୀରେ ଅରୁଛି ରୋଗ ସନ ୨୦୧୩ରେ ପ୍ରାୟ ୨ ନିୟୁତ ଲୋକଙ୍କର ଥିଲା । [୮] ପଶ୍ଚିମ ଦେଶମାନଙ୍କରେ ମହିଳାମାନଙ୍କ ମଧ୍ୟରୁ 0.୯%ରୁ ୪.୩% ଓ ପୁରୁଷମାନଙ୍କ ମଧ୍ୟରୁ 0.୨%ରୁ 0.୩% ଲୋକ ଜୀବନରେ କୌଣସି ନା କୌଣସି ସମୟରେ ଏହି ରୋଗର ଶିକାର ହୁଅନ୍ତି । of men in Western countries at some point in their life.[୯] ବର୍ଷର ଯେ କୌଣସି ସମୟରେ ପ୍ରାୟ 0.୪% ଯୁବତୀ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ଓ ପୁରୁଷମାନେ ଏହାଠାରୁ ୧୦ ଗୁଣା କମ ଆକ୍ରାନ୍ତ ହୁଅନ୍ତି । [୯][୪] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ଜଣାଯାଇ ନାହିଁ । [୪] କିଶୋରୀ ବୟସରେ (ଇଂରାଜୀରେ ଟିନ୍ ବୟସ) ବା ଅଳ୍ପ ବୟସ୍କ ଯୁବତୀମାନଙ୍କର ଏହି ରୋଗ ହୁଏ । [୨] ବିଂଶ ଶତାବ୍ଦୀରେ ଏହି ରୋଗ ହାର ବଢ଼ିଯିବାର କାରଣ ଅସ୍ପଷ୍ଟ, ଏହା ଅଧିକ ରୋଗ ହେବା ହେତୁ ବା ଉନ୍ନତ ରୋଗ ନିର୍ଣ୍ଣୟ ପଦ୍ଧତି ଯୋଗୁ ସମ୍ଭବ ହେଲା ତାହା ଜଣାଯାଇ ନାହିଁ ।[୩] ସନ ୧୯୯୦ରେ ଏହା ଯୋଗୁ ୪୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ବଢ଼ିଯାଇ ୬୦୦ ମୃତ୍ୟୁ ହୋଇଥିଲା ।[୧୦] ଏହାର କେତେକ ଆନୁସଙ୍ଗିକ କାରଣ ଯୋଗୁ ମଧ୍ୟ ମୃତ୍ୟୁ ହୋଇପାରେ ଯେପରିକି ଆତ୍ମହତ୍ୟା[୨][୯] ଏହି ରୋଗ ଜନିତ ଜଟିଳତା କାରଣରୁ ୧୦ ବର୍ଷ ସମୟରେ ପ୍ରାୟ ୫ % ଲୋକ ମୃତ୍ୟୁ ବରଣ କରନ୍ତି । [୪] ସର୍ବ ପ୍ରଥମେ ଏହି ରୋଗ ବିଷୟରେ ବର୍ଣ୍ଣନା କରି ସନ ୧୮୭୩ରେ ଉଇଲିଅମ ଗଲ ଏହାର ଆନୋରେକସିଆ ନର୍ଭୋସା ନାମକରଣ କରିଥିଲେ ।[୧୧]

ଆଧାର ସମ୍ପାଦନା

  1. Sari Fine Shepphird (2009). 100 Questions & Answers About Anorexia Nervosa. Jones & Bartlett Learning. p. xvi. ISBN 9781449630799.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "What are Eating Disorders?". NIMH. Retrieved 24 May 2015.
  3. ୩.୦ ୩.୧ ୩.୨ Attia E (2010). "Anorexia Nervosa: Current Status and Future Directions". Annual Review of Medicine. 61 (1): 425–35. doi:10.1146/annurev.med.050208.200745. PMID 19719398.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ Diagnostic and statistical manual of mental disorders : DSM-5 (5 ed.). Washington: American Psychiatric Publishing. 2013. pp. 338–345. ISBN 9780890425558.
  5. Arcelus, J; Witcomb, GL; Mitchell, A (March 2014). "Prevalence of eating disorders amongst dancers: a systemic review and meta-analysis". European eating disorders review : the journal of the Eating Disorders Association. 22 (2): 92–101. doi:10.1002/erv.2271. PMID 24277724.
  6. Hay, P (July 2013). "A systematic review of evidence for psychological treatments in eating disorders: 2005-2012". The International journal of eating disorders. 46 (5): 462–9. doi:10.1002/eat.22103. PMID 23658093.
  7. British Psychological Society (2004). "Eating Disorders: Core Interventions in the Treatment and Management of Anorexia Nervosa, Bulimia Nervosa and Related Eating Disorders" (PDF): 103. PMID 23346610. {{cite journal}}: Cite journal requires |journal= (help)
  8. Global Burden of Disease Study 2013, Collaborators (5 June 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  9. ୯.୦ ୯.୧ ୯.୨ Smink, FR; van Hoeken, D; Hoek, HW (August 2012). "Epidemiology of eating disorders: incidence, prevalence and mortality rates". Current psychiatry reports. 14 (4): 406–14. doi:10.1007/s11920-012-0282-y. PMID 22644309.
  10. GBD 2013 Mortality and Causes of Death Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |author= has generic name (help)CS1 maint: numeric names: authors list (link)
  11. Gull, WW (September 1997). "Anorexia nervosa (apepsia hysterica, anorexia hysterica). 1868". Obesity research. 5 (5): 498–502. doi:10.1002/j.1550-8528.1997.tb00677.x. PMID 9385628.