ଆଇସୋଫ୍ଲୁରେନ (ଇଂରାଜୀ ଭାଷାରେ Isoflurane, ବିକ୍ରୟ ନାମ ଫୋରେନ/ Forane ଏକ ସର୍ବାଙ୍ଗ ନିଶ୍ଚେତକ (general anesthetic) । ନିଶ୍ଚେତନ (anesthesia) ଆରମ୍ଭ କରିବାକୁ ଓ ବଜାୟ ରଖିବାକୁ ଏହା ଦିଆଯାଏ ।[୧] ଆଇସୋଫ୍ଲୁରେନ ଶ୍ୱାସନଳୀ ଉତ୍ତେଜକ ହୋଇଥିବାରୁ ଅଧିକାଂଶ ସମୟରେ ଏହା ସ‌ହିତ ଅନ୍ୟ ଔଷଧ ଦିଆଯାଏ ।[୨][୩] ଏହା ଆଘ୍ରାଣ (inhalation) ପଦ୍ଧତିରେ ଦିଆଯାଏ ।[୧]

ଆଇସୋଫ୍ଲୁରେନ
Clinical data
Trade namesForane, others
AHFS/Drugs.comFDA Professional Drug Information
Pregnancy
category
  • C
Routes of
administration
inhalation
ATC code
Identifiers
  • (RS)-2-Chloro-2-(difluoromethoxy)-1,1,1-trifluoro-ethane
    OR
    (RS)-1-chloro-2,2,2-trifluoroethyl difluoromethyl ether
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.043.528 Edit this at Wikidata
Chemical and physical data
FormulaC3H2ClF5O
Molar mass184.5 g/mol
3D model (JSmol)
  • FC(F)(F)C(Cl)OC(F)F
  • InChI=1S/C3H2ClF5O/c4-1(3(7,8)9)10-2(5)6/h1-2H checkY
  • Key:PIWKPBJCKXDKJR-UHFFFAOYSA-N checkY
 ☒NcheckY (what is this?)  (verify)

ଆଇସୋଫ୍ଲୁରେନର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ମାନ୍ଦା (decreased effort to breathe ବା (respiratory depression) ହୁଏ, ନିମ୍ନ ରକ୍ତଚାପ (low blood pressure) ଓ ଅନିୟମିତ ହୃତ୍ ସ୍ପନ୍ଦନ ଆଦି ଲକ୍ଷଣ ଦେଖାଯାଏ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ମାଲିଗନାଣ୍ଟ ହାଇପରଥର୍ମିଆ (malignant hyperthermia) ଓ ହାଇପରକାଲେମିଆ ବା ମାତ୍ରାଧିକ ରକ୍ତ ପଟାସିଅମ ସ୍ତର ହୋଇଯାଏ ।[୧] ମାଲିଗନାଣ୍ଟ ହାଇପରଥର୍ମିଆ ରୋଗୀକୁ ବା ତାହାର ପରିବାରରେ ଏହି ରୋଗ ଇତିହାସ ଥିଲେ ଏହି ଔଷଧ ଦିଆଯାଏନାହିଁ ।[୨] ଗର୍ଭସ୍ଥ ଶିଶୁ ପ୍ରତି ଏହାର ନିରାପତ୍ତା ଜଣାନଥିଲେ ମଧ୍ୟ ସିଜରିଆନ ସେକସନ (cesarean section) ଅପରେଶନ ବେଳେ ଦେଇହୁଏ ।[୧][୨] ହାଲୋଜେନେଟେଡ ଇଥର (halogenated ether) ଶ୍ରେଣୀର ଏହା ଏକ ଔଷଧ । [୪]

ସନ ୧୯୭୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆଇସୋଫ୍ଲୁରେନ ସ୍ୱୀକୃତିପ୍ରାପ୍ତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୫୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୧୭.୨୪ରୁ ୧୭୦.୪୦ ଆମେରିକୀୟ ଡଲାର ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Isoflurane - FDA prescribing information, side effects and uses". www.drugs.com. March 2015. Retrieved 13 December 2016.
  2. ୨.୦ ୨.୧ ୨.୨ ୨.୩ "Isoflurane (inhalation anaesthetic) - Summary of Product Characteristics (SPC) - (eMC)". www.medicines.org.uk. 11 January 2016. Archived from the original on 20 December 2016. Retrieved 13 December 2016.
  3. Kliegman, Robert M.; Stanton, Bonita M. D.; Geme, Joseph St; Schor, Nina F. (2015). Nelson Textbook of Pediatrics (in ଇଂରାଜୀ) (20 ed.). Elsevier Health Sciences. p. 420. ISBN 9780323263528.
  4. Aglio, Linda S.; Lekowski, Robert W.; Urman, Richard D. (2015). Essential Clinical Anesthesia Review: Keywords, Questions and Answers for the Boards (in ଇଂରାଜୀ). Cambridge University Press. p. 115. ISBN 9781107681309.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Isoflurane". International Drug Price Indicator Guide. Retrieved 8 December 2016.[permanent dead link]