ଆଇଜାକ ସାନ୍ତ୍ରା

ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ

ଆଇଜାକ ସାନ୍ତ୍ରା (୩ ନଭେମ୍ବର ୧୮୯୨ – ୨୯ ଅଗଷ୍ଟ ୧୯୬୮) ଜଣେ ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ ଥିଲେ ।[୧] ଭାରତରୁ କୁଷ୍ଠ ରୋଗର ମୂଳତ୍ପାଟନ ଦିଗରେ ସେ କାର୍ଯ୍ୟ କରିଥିଲେ ।[୨][୩] ୧୯୫୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୪]

ଆଇଜାକ ସାନ୍ତ୍ରା
ଜନ୍ମ(1892-11-03)୩ ନଭେମ୍ବର ୧୮୯୨
ମୃତ୍ୟୁ୨୯ ଅଗଷ୍ଟ ୧୯୬୮(1968-08-29) (ବୟସ ୭୫)
ସମ୍ବଲପୁର
21°28′N 83°58′E / 21.47°N 83.97°E / 21.47; 83.97
ବୃତ୍ତିPhysician
ପ୍ରସିଦ୍ଧିକୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ
ବୈବାହିକ-ସାଥୀରାଜକୁମାରୀ ଦାସ
ସନ୍ତାନଦିଲ୍ଲୀପ କୁମାର ଦାସ
ପୁରସ୍କାରପଦ୍ମଶ୍ରୀ
ରାଏ ସାହେବ

ଜୀବନୀ ସମ୍ପାଦନା

ଆଇଜାକ ସାନ୍ତ୍ରା ୧୯୮୨ ମସିହା ନଭେମ୍ବର ୩ତାରିଖରେ [୫] ସମ୍ବଲପୁରର ଏକ ଗରିବ ପାଦ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । [୧] ପିତାଙ୍କ ଇଚ୍ଛା ଥିଲା ଆଇଜାକ ପାଦ୍ରୀ ହୁଅନ୍ତୁ,[୫] ଆଇଜାକ କିନ୍ତୁ ସମ୍ବଲପୁରରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯୧୯ମସିହାରେ ଡାକ୍ତରୀ ପଢ଼ିବା ପାଇଁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଡାକ୍ତରୀ ପଢ଼ିବା ବେଳର ଅଭିଜ୍ଞତା ତଥା କୁଷ୍ଠ ରୋଗକୁ ନେଇ ସମାଜରେ ପ୍ରଚଳିତ କଳଙ୍କ, ତାଙ୍କୁ କୃଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରିବାକୁ ପ୍ରେରିତ କରିଥିଲା ।[୧]ଆଇଜାକ ଶିକ୍ଷା ସମାପ୍ତ କରି ସରକାରୀ ଚାକିରିରେ ଯୋଗଦେଇଥିଲେ । ୧୯୨୭-୩୧ ମଧ୍ୟରେ "ଲେପ୍ରସି ସର୍ଭେ ଅଫ ଇଣ୍ଡିଆ"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୩୨ ମସିହାରେ ସେ "ଲେପ୍ରସି ପ୍ରିଭେନସନ ସୋସାଇଟି ଅଫ ଗ୍ରେଟ ବ୍ରିଟେନ"ର ସଭ୍ୟ ଭାବରେ ମନୋନୀତ ହୋଇ, ୧୯୪୭ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ । [୧] "ଇଣ୍ଟରନେସନାଲ ଲେପ୍ରସି ଆସୋସିଏସନ"ର ବିଶେଷଜ୍ଞ ଭାବରେ ସେ ଜାପାନ ଓ ନାଇଜେରିଆ ଆଦି ରାଷ୍ଟ୍ରରେ ମଧ୍ୟ କାମ କରିଥିଲେ ।[୬] "ନୋଟସ ଅନ ଲେପ୍ରସିଇନ୍ ଜାପାନ" ନାମକ ଏକ ପୁସ୍ତକ ରଚନା କରିଥିଲେ । [୭]

ସେବା ନିବୃତ ହେବା ପରେ, ଆଇଜାକ ୧୯୫୧ମସିହାରେ ଓଡ଼ିଶାପଶ୍ଚିମ ବଙ୍ଗ ସୀମାରେ ଥିବା ଛୋଟ ଗ୍ରାମ ହାତିବାଡ଼ିଠାରେ, "ହାତିବାଡ଼ି କୁଷ୍ଠାଶ୍ରମ" ପ୍ରତିଷ୍ଠା କରିଥିଲେ[୩][୫] । ଡାପ୍‌ସୋନ ଔଷଧର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ହାତିବାଡ଼ି କୁଷ୍ଠାଶ୍ରମଠାରେ, ଆଇଜାକ "ସୁଶ୍ରୁତ ସଂହିତା" ଅନୁଯାୟୀ "ଚାଲମଗଜ"ରୁ ପ୍ରସ୍ତୁତ ଏକ ଔଷଧ ଦ୍ୱାରା କୁଷ୍ଠ ରୋଗର ଚିକିତ୍ସା କରିବା ଆରମ୍ଭ କରିଥିଲେ । [୧] ଆଇଜାକ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହାତିବାଡି କୁଷ୍ଠାଶ୍ରମରେ କାର୍ଯ୍ୟ କରିଥିଲେ ।  ପରେ ଏହି ଅନୁଷ୍ଠାନଟି "ହିନ୍ଦ୍ କୁଷ୍ଠ ନିବାରିଣୀ ସଂଘଦ୍ୱାରା ପରିଚାଳିତ ହୋଇଥିଲା ଓ କ୍ରମେ ଓଡ଼ିଶା ସରକାରଙ୍କ ଅଧିନକୁ ଆସିଥିଲା ।[୨]

ଆଇଜାକ, ରାଜକୁମାରୀ ଦାସଙ୍କୁ ବିବାହ କରିଥିଲେ ।[୮]ଦିଲ୍ଲୀପ କୁମାର ଦାସ ତାଙ୍କର ପୁତ୍ର ।[୧] ୧୯୬୮ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବଲପୁରଠାରେ ଆଇଜାକଙ୍କର ତିରୋଧାନ ଘଟିଥିଲା । [୧]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  •  ରାୟ ସାହେବ ଉପାଧୀ (ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ) - ୧୯୩୮[୧]
  • ପଦ୍ମଶ୍ରୀ - ୧୯୫୬[୪]
  • ସମ୍ବଲପୁରରେ ତାଙ୍କ ପୈତୃକ ଗ୍ରାମରେ ଏକ ଅନୁଷ୍ଠାନ ତାଙ୍କ ନାମରେ ନାମିତ[୩][୯]
  • ସ୍ମାଇଲ ଫାଉଣ୍ଡେସନଦ୍ୱାରା ତାଙ୍କ ନାମରେ ଏକ ବାଳ ନିକେତନ ନାମିତ [୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Hindustan Times" Archived 2015-04-02 at the Wayback Machine..
  2. ୨.୦ ୨.୧ "Biswa" Archived 2015-04-03 at the Wayback Machine..
  3. ୩.୦ ୩.୧ ୩.୨ Laksha P. Swain (2006). Migration and Adjustment. Northern Book Centre. p. 109. ISBN 9788172112110.
  4. ୪.୦ ୪.୧ "Padma Shri" Archived 2015-10-15 at the Wayback Machine. (PDF).
  5. ୫.୦ ୫.୧ ୫.୨ "Native Planet".
  6. "ILA" (PDF).
  7. Dr Sarah Ferber, Ms Sally Wilde (2013). The Body Divided: Human Beings and Human 'Material' in Modern Medical History. Ashgate Publishing. p. 264. ISBN 9781409482840.
  8. "Geni".
  9. "Isaac Santra Institute of Social Work".
  10. "Smile Foundation India" Archived 2016-09-29 at the Wayback Machine..