ଅସିନ ଥୋଟ୍ଟୁମକଳ (ଜନ୍ମ: ୨୬ ଅକ୍ଟୋବର ୧୯୯୫),[୧][୨][୩] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଶିକ୍ଷିତ ଭାରତ ନାଟ୍ୟମ ନର୍ତ୍ତକୀ । ସେ ୩ଟି ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି । ଆସୀନ ତାଙ୍କ ଅଭିନୟ ଜୀବନ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ ଏବଂ ପରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । [୪] ସେ ଆଠଟି ଭାଷା କ‌ହିପାରନ୍ତି ।[୫] ତେଣୁ ସେ ତାଙ୍କ ନିଜ ଚଳଚ୍ଚିତ୍ର ନିଜ କଣ୍ଠରେ ଡବିଂ କରିଥାନ୍ତି ।[୬][୭] ପଦ୍ମିନୀଙ୍କୁ ଛାଡ଼ିଲା ପରେ ସେ ହେଉଛନ୍ତି ଏକମାତ୍ର ମଲାୟଲମ୍ ଅଭିନେତ୍ରୀ, ଯିଏକି ତାଙ୍କର ସମସ୍ତ ଚଳଚ୍ଚିତ୍ର ପାଇଁ ନିଜେ ହିଁ କଣ୍ଠଦାନ କରିଛନ୍ତି ।[୮] ୨୦୦୭ରେ ଏକ ସଂସ୍ଥା ଅସିନଙ୍କୁ ‌କଲିଉଡ଼୍‌ର ରାଣୀ ଦର୍ଶାଇଥିଲା ।[୯][୧୦] ୧୦୦କୋଟି ଆୟ କରିଥିବା ହିନ୍ଦୀ କଥାଚିତ୍ରରେ ସେ ମଧ୍ୟ ଅଭିନୟ କରିଛନ୍ତି ।[୧୧]

ଅସିନ ଥୋଟ୍ଟୁମକଳ
୨୦୧୨ରେ ସ୍କ୍ରିନ ଆୱାର୍ଡ଼ରେ ଅସିନ
Born
ଅସିନ ଥୋଟ୍ଟୁମକଳ

(1985-10-26) ୨୬ ଅକ୍ଟୋବର ୧୯୮୫ (ବୟସ ୩୮)[୧][୨][୩]
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୧–୨୦୧୫
Spouseରାହୁଲ ଶର୍ମା (m. ୨୦୧୬)
Parent(s)ସେଲିନା ଥୋଟ୍ଟୁମକଳ, ଜୋସେଫ୍ ଥୋଟ୍ଟୁମକଳ

୨୦୦୧ରେ ଅସିନ ମାଲାୟଲମ୍ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସତ୍ୟନ୍‌ଙ୍କ ସ‌ହ ଅଭିନୀତ ଏହି ଚଳଚ୍ଚିତ୍ରଟି ଅନେକ ସଫଳତା ପାଇଥିଲା । ଏହାପରେ ୨୦୦୩ରେ ଅସିନ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅସିନଙ୍କୁ ଫିଲ୍ମ‌ଫେୟାର (ତେଲୁଗୁ)ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୦୪ରେ ଅସିନ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୫ରେ ଅସିନ ଏବଂ ସୂର୍ଯ୍ୟ ଶିବକୁମାରଙ୍କ ଅଭିନୀତ କଥାଚିତ୍ର ‌ଗଜନୀ‌ ଚଳଚ୍ଚିତ୍ର ପାଇଁ ଅସିନଙ୍କୁ ଫିଲ୍ମ‌ଫେୟାର (ତାମିଲ)ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହାପରେ ଅସିନଙ୍କର ଅଭିନୀତ ତାମିଲ ଚଳଚ୍ଚିତ୍ର ବାରଲାରୁ, ପୋକ୍କିରୀ, ବେଲ୍, ଦଶାବତାରମ୍ ଆଦି ଅସିନଙ୍କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲା । କଳା ଏବଂ ସାହିତ୍ୟ କ୍ଷେତ୍ରରେ ଅସିନଙ୍କର ପ୍ରଗାଢ଼ ଜ୍ଞାନ ପାଇଁ ତାମିଲନାଡ଼ୁ ସରକାର ତାଙ୍କୁ ‌କାଳାଇମାମଣି‌ ସମ୍ମାନରେ ସମ୍ମାନିତ କରିଥିଲେ ।[୧୨] ୨୦୧୩ରେ ତାମିଲ ଚଳଚ୍ଚିତ୍ରରେ ବରେଣ୍ୟ ଅବଦାନ ପାଇଁ ଅସିନଙ୍କୁ ୨ୟ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଗର୍ବିତ ଚେହେରା ଭାବରେ ପୁରସ୍କୃତ କରାଯାଇଥିଲା ।[୧୩]

୨୦୦୫ରେ ସୂର୍ଯ୍ୟଙ୍କ ସ‌ହ ଅଭିନୀତ ତାମିଲ କଥାଚିତ୍ର ‌ଗଜନୀ‌କୁ ୨୦୦୮ରେ ହିନ୍ଦୀରେ ପୁନଃନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ପୁଣିଥରେ ଅସିନଙ୍କୁ ସେହି ଚରିତ୍ର ମିଳିଥିଲା ଅଭିନେତା ଅମିର ଖାଁଙ୍କ ସ‌ହ । ଏହି ଚଳଚ୍ଚିତ୍ରଟି ଅସିନଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା, ଯାହାକି ଅନେକ ସଫଳ ବ୍ୟବସାୟ କରିଥିଲା । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅସିନଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହପରେ ଅସିନ ହିନ୍ଦୀ ଚଳଚ୍ଚିତ୍ର ରେଡ୍ଡି[୧୪], ହାଉସଫୁଲ-୨, ବୋଲବଚନ, ଖିଲାଡ଼ି-୭୮୬, ଅଲ୍ ଇଜ୍ ୱେଲ୍ ଆଦିରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅସିନ ୨୬ ଅକ୍ଟୋବର ୧୯୮୫ରେ କେରଳର କୋଚିଠାରେ ଜନ୍ମଗ୍ରହଣ କରିଥିଲେ ।[୧୫] ତାଙ୍କ ବାପା ଜୋସେଫ୍ ଜଣେ ପ୍ରାକ୍ତନ-CBI ଅଧିକାରୀ ଥିଲେ ଏବଂ ପରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କର ମାଆ ସେଲିନ୍ ଜଣେ ଶଲ୍ୟ ଚିକିତ୍ସକ । ଅସିନଙ୍କର ନାମ ପ୍ରଥମେ ମେରୀ ରଖିବାର ଥିଲା, ମାତ୍ର ପରେ ତାଙ୍କର ଜେଜେମାଙ୍କ ଅନୁସାରେ ତାଙ୍କ ନାମ ଅସିନ ରଖାଯାଇଥିଲା ।[୧୬] ଅସିନଙ୍କ ନାମର ଅର୍ଥ ହେଉଛି "ଶୁଦ୍ଧ ଏବଂ ଦୋଷମୁକ୍ତ" ।[୧୭] ସେ ତାଙ୍କ ନାମର ଇଂରାଜୀ ଅକ୍ଷର A ସଂସ୍କୃତରୁ ଉଦ୍ଧୃତ ହୋଇଛି ବୋଲି କୁହନ୍ତି, ଯାହାର ଅର୍ଥ ‌ବ୍ୟତୀତ‌ ଏବଂ SIN ଇଂରାଜୀରୁ, ଯାହାର ଅର୍ଥ ପାପ । "ପାପ ବ୍ୟତୀତ" ଅର୍ଥାତ "ଶୁଦ୍ଧ ଏବଂ ଦୋଷମୁକ୍ତ" ।[୧୮][୧୯]

ଅସିନ ପ୍ରାରମ୍ଭରୁ ଦଶମ ଯାଏଁ ନେଭି ପବ୍ଲିକ ସ୍କୁଲରେ ପଢ଼ୁଥିଲେ ।[୨୦] ଏହାପରେ ସେ +୨ ପାଇଁ କୋଚିର ସେଣ୍ଟ ଟେରେସା ସ୍କୁଲରେ ଯୋଗ ଦେଇଥିଲେ । ପରେ ସେ ମହାତ୍ମାଗାନ୍ଧି ବିଶ୍ୱବିଦ୍ୟାଳୟ ସ‌ହ ଜଡ଼ିତ ମହାବିଦ୍ୟାଳୟ ସେଣ୍ଟ ଟେରେସା କଲେଜରେ ଇଂରାଜୀରେ ସ୍ନାତକ ହାସଲ କରିଥିଲେ ।[୨୧]

ଅଭିନୟ ଜୀବନ ସମ୍ପାଦନା

୨୦୦୧ରେ ଅସିନ ୧୫ବର୍ଷ ବୟସରେ ମାଲାୟଲମ୍ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହପରେ ସେ ଅଭିନେତା ରବି ତେଜାଙ୍କ ସ‌ହ ୨୦୦୩ରେ ତେଲୁଗୁ ଚଲଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଦକ୍ଷିଣ ତେଲୁଗୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୨୨] ପରେ ୨୦୦୪ରେ ଅସିନ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨୩] ୨୦୦୫ରେ ତାମିଲ ଚଳଚ୍ଚିତ୍ର ‌ଗଜନୀ‌ ପାଇଁ ଅସିନଙ୍କୁ ତାମିଲ ଫିଲ୍ମ‌‌ଫେୟାରରେ ଶେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୨୪][୨୫] ଏହପରେ ଅସିନ ବାରଲାରୁ, ପୋକ୍କିରୀ,[୨୪] ବେଲ୍[୨୬], ଦଶାବତାରମ୍[୨୭] ଭଳି ସଫଳ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୦୫ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‌ଗଜନୀ‌ ୨୦୦୮ରେ ହିନ୍ଦୀରେ ପୁନଃନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ରର ମୁଖ୍ୟଭୂମିକାରେ ଅସିନଙ୍କ ସ‌ହ ଅମିର ଖାଁ ଅଭିନୟ କରିଥିଲେ । ଅସିନଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୨୮][୨୯]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅସିନ ବର୍ତ୍ତମାନ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି ।[୩୦] କୋଚିରେ ତାଙ୍କର ଏକ ଘର ମଧ୍ୟ ଅଛି ।[୩୧][୩୨][୩୩] ବାଗମୋହନ, କେରଳରେ ମଧ୍ୟ ଏକ ଫାର୍ମହାଉସ ଅଛି ।[୩୪][୩୫][୩୬] ଅସିନ ତାଙ୍କ ମାତୃଭାଷା ମାଲାୟଲମ‌କୁ ଛାଡ଼ିଲା ପରେ ଅନ୍ୟାନ୍ୟ ୭ଟି ଭାଷା ଜାଣିଛନ୍ତି । ସେହି ଭାଷାଗୁଡ଼ିକ ହେଲା: ତେଲୁଗୁ, ତାମିଲ, ସଂସ୍କୃତ, ଇଂରାଜୀ, ହିନ୍ଦୀ ଏବଂ ଫରାସୀ । [୩୭] ଏତଦ ବ୍ୟତୀତ ଅସିନ ମଧ୍ୟ ଇଟାଲିଆନ ଭାଷା ଆଂଶିକ କ‌ହିପାରନ୍ତି ।[୩୮] ଏବଂ ସେ ଖିଲିଡ଼ି- ୭୮୬ ହିନ୍ଦୀ ଚଳଚ୍ଚିତ୍ର ପାଇଁ ମରାଠୀ ଭାଷା ମଧ୍ୟ ଶିଖିଥିଲେ ।[୩୯] ୨୦୧୩ ଜୁନରେ ଅସିନ ଏକ ସାକ୍ଷାତକାରରେ କ‌ହିଥିଲେ କି ସେ ଫାଙ୍କା ସମୟରେ ଜର୍ମାନୀ ଭାଷା ଶୁଖିଥିଲେ ।[୫] ୨୦୧୪ରେ ଅସିନ ସ୍ପେନ ପରିଦର୍ଶନ ପରେ ମଧ୍ୟ ସ୍ପାନିସ ଭାଷା ଶିଖିଥିଲେ ।[୩୮][୪୦]

ମାଇକ୍ରମାକ୍ସର ସ‌ହ-ପ୍ରତିଷ୍ଠାତା ରାହୁଲ ଶର୍ମାଙ୍କୁ ଅସିନ ୨୦୧୬ରେ ବିବାହ କରିଥିଲେ ।[୪୧] ଏବଂ ବିବାହ ପରେ ଅସିନ ଚଳଚ୍ଚିତ୍ରରୁ ସନ୍ୟାସ ନେଇଥିଲେ ।[୪୨]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୧: ନରେନ୍ଦ୍ରନ ମାକନ ଜୟକାନ୍ତନ ବାକା (ମାଲାୟଲମ)
  • ୨୦୦୩: ଆମ୍ମା ନାନା ଓ ତାମିଲ ଆମ୍ମାଇ (ତେଲୁଗୁ)
  • ୨୦୦୩: ଶିବମଣି (ତେଲୁଗୁ)
  • ୨୦୦୪: ଏମ୍. କୁମାରନ ସ/ଓ ମହାଲକ୍ଷ୍ମୀ (ତାମିଲ)
  • ୨୦୦୪: ଲକ୍ଷ୍ମୀ ନରସିହ୍ମା (ତେଲୁଗୁ)
  • ୨୦୦୪: ଘର୍ଷଣ (ତେଲୁଗୁ)
  • ୨୦୦୫: ଉଲ୍ଲମ କେଟ୍ଟୁକୁମାଏ (ତାମିଲ‌)
  • ୨୦୦୫: ଚକ୍ରମ୍ (ତେଲୁଗ)
  • ୨୦୦୫: ଗଜନୀ (ତାମିଲ/ତେଲୁଗୁ)
  • ୨୦୦୫: ମାଜା (ତାମିଲ)
  • ୨୦୦୫: ଶିବକାଶି (ତାମିଲ)
  • ୨୦୦୬: ଆନ୍ନାଭରମ୍ (ତେଲୁଗୁ)
  • ୨୦୦୬: ବାରାଲାରୁ (ତାମିଲ)
  • ୨୦୦୭: ଅଲ୍‌ୱାର (ତାମିଲ)
  • ୨୦୦୭: ପୋକ୍କିରୀ (ତାମିଲ‌)
  • ୨୦୦୭: ବେଲ୍ (ତାମିଲ)
  • ୨୦୦୮: ଦଶାବତାରମ୍ (ତାମିଲ)
  • ୨୦୦୮: ଗଜନୀ (ହିନ୍ଦୀ)
  • ୨୦୦୯: ଲଣ୍ଡନ ଡ୍ରିମ୍‌ସ୍ (ହିନ୍ଦୀ‌)
  • ୨୦୧୧: କାବାଲାନ୍ (ତାମିଲ‌)
  • ୨୦୧୧: ରେଡ୍ଡି (ହିନ୍ଦୀ‌)
  • ୨୦୧୨: ହାଉସଫୁଲ-୨ (ହିନ୍ଦୀ)
  • ୨୦୧୨: ବୋଲବଚନ୍ (ହିନ୍ଦୀ‌)
  • ୨୦୧୨: ଖିଲାଡ଼ି- ୭୮୬
  • ୨୦୧୫: ଅଲ୍ ଇଜ୍ ୱେଲ୍

ଆଧାର ସମ୍ପାଦନା

  1. ୧.୦ ୧.୧ "I am only 23: Asin". The Times of India. 21 April 2009. Archived from the original on 21 October 2013. Retrieved 3 May 2017.
  2. ୨.୦ ୨.୧ Dasgupta, Priyanka (26 October 2010). "I can't hide my age: Asin". The Times of India. Archived from the original on 4 October 2013. Retrieved 3 May 2017.
  3. ୩.୦ ୩.୧ Singh, Prashant (26 October 2012). "Asin Thottumkal has a working birthday, turns 26 on sets". Hindustan Times. Archived from the original on 24 December 2018. Retrieved 3 May 2017.
  4. "I want to work with younger actors of my generation: Asin". The Times of India. 17 February 2013. Archived from the original on 30 March 2013. Retrieved 3 May 2017.
  5. ୫.୦ ୫.୧ "Asin busy in learning German". Desimartini.com. Top Movies Entertainment Ltd. 7 June 2013. Retrieved 3 May 2017.
  6. "Biography: Asin Thottumkal | Meen Curry". meencurry.com (in ଆମେରିକୀୟ ଇଂରାଜୀ). Archived from the original on 2017-02-20. Retrieved 2017-05-03.
  7. "Asin speaks Hindi". asinonline.com. Archived from the original on 4 October 2013. Retrieved 3 May 2017.
  8. "Asin speaks Hindi". asinonline.com. Archived from the original on 4 October 2013. Retrieved 3 May 2017.
  9. "Top 5 heroines of the year 2007: Asin easily topples all!". www.filmibeat.com. Archived from the original on 2018-12-24. Retrieved 2017-05-03.
  10. "Asin`s birthday bash!". Sify.
  11. "Asin & Kareena rule Bollywood`s 100 Cr club!". Sify.
  12. "Kalaimamani awards presented to 70 persons". The Hindu. Chennai, India. 29 November 2009. Archived from the original on 2 December 2009. Retrieved 3 May 2017.
  13. Bollywood Hungama. "Asin bags the Pride of South Indian Cinema Award - Latest Movie Features - Bollywood Hungama". bollywoodhungama.com.
  14. Top Worldwide Grossers ALL TIME: 100 Crore Archived 2013-01-02 at archive.ph Error: unknown archive URL. Box Office India (3 February 2012). Retrieved 3 May 2017.
  15. "Look". The Telegraph. Calcutta, India. 14 May 2006. Retrieved 3 May 2017.
  16. Asin was supposed to be named as Mary Archived 2013-10-30 at the Wayback Machine.. The Times of India. (14 June 2012). Retrieved 3 May 2017.
  17. "Asin's another name!".
  18. Ahmed, afsana (11 May 2009). "Salman's very supportive: Asin". The Times of India. Archived from the original on 18 July 2013. Retrieved 3 May 2017.
  19. "A surprise step, an award-winning debut". The Hindu. Chennai, India. 9 March 2009. Archived from the original on 21 April 2011. Retrieved 3 May 2017.
  20. "I am quite like Aamir: Asin". The Times of India. 10 November 2012. Archived from the original on 12 November 2012. Retrieved 3 May 2017.
  21. "I have seen enough success before to not get carried away". Rediff. Retrieved 3 May 2017.
  22. Thottumkal, Asin (24 December 2008). "Awards". AsinOnline.com. Retrieved 3 May 2017.
  23. Radhakrishnan, Mathangi (15 October 2004). "'M. Kumaran...' rules the Tamil box office". MusicIndiaOnline. Archived from the original on 24 February 2007. Retrieved 3 May 2017.
  24. ୨୪.୦ ୨୪.୧ Kamath, Sudhish (1 November 2005). "Asin turns out to be the brightest sparkler this year". The Hindu. Chennai, India. Archived from the original on 25 May 2006. Retrieved 3 May 2017.
  25. "Ghajini". Sify. 27 September 2005. Retrieved 3 May 2017.
  26. Hari, TSV (8 November 2007). "Vel is slick and neat". Rediff. Retrieved 3 May 2017.
  27. Vijayasarathy, R. G. (13 June 2008). "Dasavathaaram is spectacular". Rediff. Retrieved 3 May 2017.
  28. Adarsh, Taran (23 December 2008). "Review: Ghajini has blockbuster written all over it". Sify. Retrieved 3 May 2017.
  29. "Top Lifetime Grossers 2000–2009 (Figures in Ind Rs)". Box-Office-India.
  30. Mehul S Thakkar (5 August 2012). "Prabhudheva is Asin's new neighbour". The Times of India. Archived from the original on 21 May 2013. Retrieved 3 May 2017.
  31. "Birthday girl Asin gifts herself a plush 6-room home – Entertainment – DNA". Daily News and Analysis. 26 October 2011. Retrieved 3 May 2017.
  32. "Asin – The cool chameleon!". Sify.com. 2 November 2011. Retrieved 3 May 2017.
  33. "Birthday girl Asin gifts herself a plush apartment". daily.bhaskar.com. 26 October 2011. Retrieved 3 May 2017.
  34. "Asin's summer getaway is her quaint farmhouse in Vagamon - The Times of India". The Times Of India.
  35. "Archived copy". Archived from the original on 15 April 2014. Retrieved 2017-05-03.{{cite web}}: CS1 maint: archived copy as title (link)
  36. "Asin's 'little piece of heaven' down south". indiaglitz.com.
  37. "Asin's Jack of all and master of one". Asianage. 3 November 2012. Retrieved 3 May 2017.
  38. ୩୮.୦ ୩୮.୧ "Asin Thottumkal knows seven languages!". dna.
  39. DC chennai (27 August 2012). "Asin learns Marathi". Deccan Chronicle. Retrieved 3 May 2017.
  40. "Asin learning Spanish". intoday.in.
  41. "Asin Marries Rahul Sharma". Retrieved 20 January 2016.
  42. "Asin quits acting after marriage: Other actresses who chose family over career". Daily News & Analysis. 2016-04-06. Retrieved 2017-05-03.

ଅଧିକ ତ‌ଥ୍ୟ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଅସିନ