ଅଲିମ୍ପିକ ନ୍ୟାଶନାଲ ପାର୍କ

ଆମେରିକୀୟ ଜାତୀୟ ଉଦ୍ୟାନ

ଜୈବ ବିବିଧତାରେ ପରିପୂର୍ଣ୍ଣ ଅଲିମ୍ପିକ ନ୍ୟାଶନାଲ ପାର୍କ ଆମେରିକାର ୱଶିଂଟନ ରାଜୟର ଉତ୍ତର-ପଶ୍ଚିମରେ ଅବସ୍ଥିତ । ୯ଲକ୍ଷ ୨୨ ହଜାର ୬୫୦ ଏକର ପରିମିତ ଏହି ପାର୍କକୁ ଚାରିଟି ଭାଗରେ ବିଭକ୍ତ କରାଯାଇଛି । ଯଥା: ପ୍ରଶାନ୍ତ ମହାସାଗରୀୟ ଉପକୂଳ,ଆଲପାଇନ୍ ଅଞ୍ଚଳ,ପଶ୍ଚିମାଞ୍ଚଳ ଚିରହରିତ ଅରଣ୍ୟ ଏବଂ ପୂର୍ବର ଶୁଷ୍କ ଅରଣ୍ୟ । ପ୍ରକୃତରେ ୧୦୦୯ ମସିହାରେ ରାଷ୍ଟ୍ରପତି ଥିଓଡର ରୁଜଭେଲ୍ଟ ପାହାଡ଼ ଓ ଜଙ୍ଗଲ ଘେରା ଏହି ଅଞ୍ଚଳକୁ ନେଇ ମାଉଣ୍ଟ ଅଲିପସ ନ୍ୟାଶନାଲ ମନୁମେଣ୍ଟ ପ୍ରତିଷ୍ଠା କରିଥିଲେ । ୧୯୩୮ରେ ଏହାକୁ ଜାତୀୟ ପାର୍କ ଭାବରେ ଘୋଷଣା ଲାଗି କଂଗ୍ରେସରେ ଏକ ପ୍ରସ୍ତାବ ଆସିଥିଲା ଏବଂ ରାଷ୍ଟର୍ପତି ଫ୍ରାଙ୍କଲିନ ରୁଜଭେଲ୍ଟ ଏହାକୁ ଅନୁମୋଦନ କରିଥିଲେ । ୧୯୭୬ରେ ଅଲିମ୍ପିକ ନ୍ୟାଶନାଲ ପାର୍କ ଏକ ଆନ୍ତର୍ଜାତୀୟ ଜୈବମଣ୍ଡଳରେ ପରିଣତ ହେଲା । ଶେଷରେ ୧୯୮୧ରେ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ଏହାକୁ ସ୍ଥାନିତ କରାଗଲା ।

ଅଲିମ୍ପିକ ନ୍ୟାଶନାଲ ପାର୍କ
IUCN Category II (National Park)
Location of Olympic National Park
ଅବସ୍ଥାନJefferson, Clallam, Mason, and Grays Harbor counties, Washington, USA
ପାଖ ସହରPort Angeles
ଦିଗବାରେଣି47°58′10″N 123°29′55″W / 47.96935°N 123.49856°W / 47.96935; -123.49856
କ୍ଷେତ୍ରଫଳ922,650 acres (373,380 ha)[୧]
ସ୍ଥାପିତJune 29, 1938
ପର୍ଯ୍ୟଟକ ସଂଖ୍ୟା2,966,502 (in 2011) [୨]
ପରିଚାଳନାNational Park Service

ପରିବେଶ ଓ ଆକର୍ଷଣ ସମ୍ପାଦନା

ପାର୍କକୁ ଘେରି ରହିଛି ପ୍ରଶାନ୍ତ ମହାସାଗରପୁଗେଟ ପ୍ରାଣାଳୀ । ଫଳରେ ଏଠାରେ ବହୁ ବିରଳ ଜଳଜୀବ ସହିତ ପ୍ରାଣୀ ଓ ଉଦ୍ଭିଦ ସମ୍ପଦ । ଭୂଗର୍ଭରେଥିବା ଉପନିବେଶୀୟ ପ୍ଲେଟ ମଧ୍ୟରେ ସଂଘାତ ଯୋଗୁଁ ଏହି ପାର୍କର ସୃଷ୍ଟି ହୋଇଥିବା କୁହାଯାଉଅଛି । ପାର୍କ ମଧ୍ୟରେ ଥିବା ମାଉଣ୍ଟ ଅଲିମ୍ପସ ପାହାଡ଼ରେ ୬୦ଟି ସକ୍ରିୟ ହିମବାହ ରହିଛି । ହିମବାହଗୁଡ଼ିକ ତରଳି ଝରଣା ଆକାରରେ ପ୍ରବାହିତ ହେଉଛି । ସେହି ଭଳି ପାର୍କରେ ରହିଛି ୧୧୭କି.ମି ବ୍ୟାପି ବାଲି ଓ ପଥୁରିଆ ବେଳାଭୂମି । ସେଥିରୁ ୧୩ରୁ ୩୨କି.ମି ଜଙ୍ଗଲରେ ପରିପୂର୍ଣ୍ଣ । ଏହି ବେଳାଭୂମିକୁ ଅନେକ ସମୟରେ ଚାଲିଆସନ୍ତି ସିଲ୍, ତିମି,ସି ଲାୟନ ଏବଂ ସି ଓଟର ଭଳି ସାମୁଦ୍ରିକ ଜୀବ । ତା' ଛଡା ଏଠାରେ ଦେଖାଯାଆନ୍ତି ବିରଳ ପାହାଡି ଛେଳି । ପାର୍କର ପଶ୍ଚିମରେ ପ୍ରବଳରେ ବର୍ଷା ହେଉଥିବା ବେଳେ ପୂର୍ବରେ କମ ବର୍ଷା ହେଇଥାଏ । ତେଣୁ ଏଠାରେ ଏକ ଭିନ୍ନ ପରିବେଶ ଓ ଜଳବାୟୁ ଅନୁଭୂତ ହୁଏ । ବିରଳ ଆଲପାଇନ ଗଛ, ପ୍ରାକୃତିକ ବେଳାଭୂମି ଓ ହିମବାହରୁ ସୃଷ୍ଟି ହୋଇଥିବା ଝରଣା ପାର୍କର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଫଳରେ ପ୍ରତିବର୍ଷ ବିଶେଷ କରି ଶୀତଋତୁରେ ଏହି ପାର୍କ ପରିଦର୍ଶନରେ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି । ଶୀତଋତୁରେ ପାର୍କ ଭିତରେ ଥିବା ହରିକେନ ରିଜ ୱ୍ଇଣ୍ଟର ସ୍ପୋର୍ଟ୍ସ କ୍ଲବ ଖୋଲାଯାଇଥାଏ। ତା ଛଡା ଆଲପାଇନ ଜଙ୍ଗଲ ପରିଦର୍ଶନ ପାଇଁ ରହିଛି ରୋପୱ୍ଏ ବ୍ୟବସ୍ଥା । ୨୦୧୧ରେ ଏହି ପାର୍କ ପରିଦର୍ଶନରେ ଆସିଥିଲେ ୨୯ଲକ୍ଷ ୬୬ ହଜାର ପରିଦର୍ଶକ ଆସିଥିବା ଜଣାଯାଏ ।

ଆଧାର ସମ୍ପାଦନା

  1. "Listing of acreage as of December 31, 2011" (PDF). Land Resource Division, National Park Service. Retrieved 2012-03-07.
  2. "Five Year Annual Recreation Visits Report". Public Use Statistic Office, National Park Service. Retrieved 2012-03-07.