ଅର୍ଜୁନ ରେଡ୍ଡି

୨୦୧୭ ତେଲୁଗୁ କଥାଚିତ୍ର

ଅର୍ଜୁନ ରେଡ୍ଡି ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୭ ମସିହାରେ ମୁକ୍ତିଲାଭ କରିଥିଲା । ସନ୍ଦୀପ ବଙ୍ଗା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ସନ୍ଦୀପଙ୍କ ଭାଇ ପ୍ରଣୟ ରେଡ୍ଡି ବଙ୍ଗା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଯାହାକି ଭଦ୍ରକାଳୀ ପିକ୍ଚର୍ସ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ଦେବରକୋଣ୍ଡା ଏବଂ ଶାଲିନୀ ପାଣ୍ଡେ । ରାହୁଲ ରାମକ୍ରିଷ୍ଣା, ଜୟ ଶର୍ମା, ସଞ୍ଜୟ ସ୍ୱରୂପ, ଗୋପୀନାଥ ଭଟ୍ଟ, କମଲ କାମରାଜୁ ଏବଂ କାଞ୍ଚନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅର୍ଜୁନ ରେଡ୍ଡି
ନିର୍ଦ୍ଦେଶକସନ୍ଦୀପ ବଙ୍ଗା
ପ୍ରଯୋଜକପ୍ରଣୟ ରେଡ୍ଡି ବଙ୍ଗା
ସଂଳାପସନ୍ଦୀପ ବଙ୍ଗା
କଳାକାରବିଜୟ ଦେବରକୋଣ୍ଡା
ଶାଲିନୀ ପାଣ୍ଡେ
ସଙ୍ଗୀତରାଧାନ୍
ହର୍ଷ ବର୍ଦ୍ଧନ ରାମେଶ୍ୱର
ଚିତ୍ରଗ୍ରହଣରାଜ ଥୋଟା
ସମ୍ପାଦକଶଶାଙ୍କ ମଲି
Production
company
ଭଦ୍ରକାଳୀ ପିକ୍ଚର୍ସ
ମୁକ୍ତିଲାଭ ତାରିଖ
୨୫ ଅଗଷ୍ଟ ୨୦୧୭
କଥାଚିତ୍ରର ସମୟ
୧୮୬ ମିନିଟ୍[୧]
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୪-୫.୧ କୋଟି[a]
ମୋଟ ଆୟ୫୧ କୋଟି[୪]

ଏହି କଥାଚିତ୍ରଟିର ଅର୍ଜୁନ ରେଡ୍ଡି ଦେଶମୁଖ (ବିଜୟ ଦେବରକୋଣ୍ଡା) ନାମକ ଜଣେ ମଦୁଆ ସର୍ଜରୀ ଡାକ୍ତର ଏବଂ ତାଙ୍କର ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ । ଅର୍ଜୁନ ରେଡ୍ଡିଙ୍କର ନିଜ ରାଗ ଉପରେ ସଞ୍ଜମତା ନଥାଏ, ଯେଉଁଥିପାଇଁ ସେ ଅନେକ ସମୟରେ ଅସୁବିଧାରେ ପଡ଼ୁଥାନ୍ତି । ତା'ର ପ୍ରେମିକା ପ୍ରୀତି ଶେଟ୍ଟୀର ବାହାଘର ପରେ ସେ ଅତ୍ୟଧିକ ମଦ ପିଇବା ସହ ନାନା ପ୍ରକାରର ଡ୍ରଗ୍ସ ନେଉଥିଲେ । କଥାଚିତ୍ରଟିର ମୁଖ୍ୟ କାହାଣୀ ଅର୍ଜୁନ ରେଡ୍ଡିର ସଫଳତା ଓ ବିଫଳତା ଉପରେ ପର୍ଯ୍ୟବସିତ ହୋଇଛି ।

ଅର୍ଜୁନ ରେଡ୍ଡି, ବଙ୍ଗାଙ୍କର ଜୀବନ ଉପରେ ସାମାନ୍ୟ ଆଧାରିତ, ଯେଉଁଥିରେ ସେ ଭୌତିକ ଚିକିତ୍ସା ବିଷୟରେ ଅଧ୍ୟୟନ କରୁଥିବା ବେଳେ ତାଙ୍କ କାହାଣୀର ଆଂଶିକ ଭାଗ ରଖିଛନ୍ତି । ସେ ଏହି କଥାଚିତ୍ରର ପୃଷ୍ଠଭୂମି ଉପରେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ ଏବଂ ଏହାର ସୁଟିଂ ପୂର୍ବରୁ ଚାରିରୁ ପାଞ୍ଚ ବର୍ଷ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୬ ମସିହାର ଜୁନ ମାସ ୨୦ ତାରିଖରୁ ହାଇଦ୍ରାବାଦରେ ଏହି କଥାଚିତ୍ରଟିର ପ୍ରିନ୍ସପାଲ୍ ଫଟୋଗ୍ରାଫି ଆରମ୍ଭ କରାଯାଇଥିଲା ଏବଂ ଏହାର ସୁଟିଂ ଶେଷ ହେବା ପାଇଁ ୮୫ ଦିନ ସମୟ ଲାଗିଥିଲା । ଏହି କଥାଚିତ୍ରଟି ହାଇଦ୍ରାବାଦ ବ୍ୟତୀତ ମାଙ୍ଗାଲୋର, ଡେରାଡୁନ୍ ଏବଂ ନୂଆଦିଲ୍ଲୀରେ ସୁଟିଂ କରାଯାଇଥିଲା । ଏଥି ସହିତ ଫିଲ୍ମର କିଛି ସୁଟିଂ ମଧ୍ୟ ଇଟାଲୀରେ କରାଯାଇଥିଲା । ରାଧାନ୍ ଏବଂ ହର୍ଷ ବର୍ଦ୍ଧନ ରାମେଶ୍ୱର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏହାର ସ୍ୱର ସଂଯୋଜନା କରିଥିଲେ । ରାଜ ଥୋଟା ଏହି କଥାଚିତ୍ରଟିର ଚିତ୍ରଗ୍ରହଣ କରିଥିଲେ ଏବଂ ଶଶାଙ୍କ ମଲି ଏହାର ସମ୍ପାଦନା କରିଥିଲେ ।

ଏହି କଥାଚିତ୍ରଟିର ନିର୍ମାଣ ପାଇଁ ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କଥାଚିତ୍ରଟି ୨୫ ଅଗଷ୍ଟ ୨୦୧୭ରେ ବିଶ୍ୱ ସ୍ତରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିକୁ ସେନ୍ସର୍ ବୋର୍ଡ଼ ତରଫରୁ 'A' (ଆଡଲ୍ଟ) ସାର୍ଟିଫିକେଟ୍ ମିଳିଥିଲା । ମୁକ୍ତିଲାଭ କରିବା ପରେ ଏହି କଥାଚିତ୍ରଟି ସମୀକ୍ଷକମାନେ ପ୍ରଶଂସା କରିବା ସହ ଏହାର ନିର୍ଦ୍ଦେଶନା, ରଚନା, ଚିତ୍ରଗ୍ରହଣ ଏବଂ ଅଭିନେତାମାନଙ୍କର ଅଭିନୟ ପାଇଁ ସବୁଠାରୁ ପ୍ରଶଂସା ସାଉଁଣ୍ଟିଥିଲା । ବିଜୟ ଦେବରକୋଣ୍ଡାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି କଥାଚିତ୍ରଟିର ଦୃଶ୍ୟମାନ କରାଯାଇଥିବା କିଛି ରୋମାଣ୍ଟିକ୍ ଦୃଶ୍ୟ ଏବଂ ବ୍ୟବହାର କରାଯାଇଥିବା ଗାଳିକୁ ଯୁବପିଢ଼ି ମଧ୍ୟରେ ନାକାରାତ୍ମକ ଧାରା ସୃଷ୍ଟି ବୋଲି ଅନେକ ସ୍ଥାନରେ ସମାଲୋଚିତ ହୋଇଥିଲା ।

ଏହି କଥାଚିତ୍ରଟି ବ୍ୟବସାୟିକ ସଫଳତା ପାଇଥିଲା ଏବଂ ବିଶ୍ୱ ସ୍ତରରେ ୫୧ କୋଟିରୁ ଅଧିକ ଆୟ କରିଥିଲା । ଏହାର ଡିଷ୍ଟ୍ରିବ୍ୟୁଟର୍ ସେୟାର ୨୬ କୋଟିରୁ ଅଧିକ ଥିଲା । ଏହି କଥାଚିତ୍ରଟି ୬୫ତମ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କା ଉତ୍ସବରେ ୬ଟି ବିଭାଗରେ ମନୋନୀତ ହୋଇଥିଲା । ଏହି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ତେଲୁଗୁ କଥାଚିତ୍ର ପୁରସ୍କାର, ସନ୍ଦୀପ ବଙ୍ଗାଙ୍କୁ ଶ୍ରେଷ୍ଠ ତେଲୁଗୁ ନିର୍ଦ୍ଦେଶକ ପାଇଁ ଏବଂ ବିଜୟ ଦେବରକୋଣ୍ଡାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଥିଲେ । ଏହି କଥାଚିତ୍ରଟି ପରବର୍ତ୍ତୀ ସମୟରେ ହିନ୍ଦୀରେ କବୀର ସିଂହ ଭାବରେ ଏବଂ ତାମିଲରେ ଆଦିତ୍ୟ ବର୍ମା ଭାବରେ ପୁନଃ-ନିର୍ମାଣ କରାଯାଇଥିଲା ।

ଆଧାର ସମ୍ପାଦନା

  1. Nathan, Archana (29 August 2017). "'Producers told me to forget this story:' Fortunately, the director of 'Arjun Reddy' ignored them". Scroll.in. Archived from the original on 2 April 2018. Retrieved 2 April 2018.
  2. Jayakrishnan (10 September 2017). "Arjun Reddy box office collection week 2: Vijay Devarakonda starrer collects Rs 41.5 crore worldwide". The Times of India. Archived from the original on 2 April 2018. Retrieved 2 April 2018.
  3. Dundoo, Sangeetha Devi (9 September 2017). "Three hours and a huge hit later". The Hindu. Archived from the original on 2 April 2018. Retrieved 2 April 2018.
  4. "Telugu film 'Arjun Reddy' reaches the Rs 50 crore club". The News Minute. 16 October 2017. Archived from the original on 6 February 2018. Retrieved 6 February 2018.
  1. Jayakrishnan of The Times of India estimates the film's budget as  40 million,[୨] whereas Sangeetha Devi Dundoo of The Hindu says that  51.5 million was spent to produce the film.[୩]

ବାହାର ଆଧାର ସମ୍ପାଦନା