ଅମ୍ବାଳିକା

ମହାଭାରତର ଚରିତ୍ର

ଅମ୍ବାଳିକା ମହାଭାରତରେ କାଶୀରାଜାଙ୍କ ପୁତ୍ରୀ ଥିଲେ ।[୧] ଅମ୍ବାଳିକାଙ୍କ ଦୁଇଜଣ ବଡ଼ ଭଉଣୀ ଥିଲେ । ସେମାନେ ହେଲେ ଅମ୍ବା, ଅମ୍ବିକା । ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକାଙ୍କ ସ୍ୱୟମ୍ବର ହେବାକୁ ଥିଲା । ସେମାନଙ୍କ ସ୍ୱୟମ୍ବରକୁ ଭୀଷ୍ମ ଏକୁଟିଆ ଆସି ସମସ୍ତ ରାଜାମାନଙ୍କୁ ପରାସ୍ତ କରିଥିଲେ ଏବଂ ତିନି କନ୍ୟାଙ୍କୁ ହରଣ କରି ହସ୍ତୀନାପୁର ନେଇଯାଇଥିଲେ । ସେଠାରେ ସେ ତିନି କନ୍ୟାଙ୍କୁ ସତ୍ୟବତୀଙ୍କ ସାମ୍ନାରେ ପ୍ରସ୍ତୁତ କରିଥିଲେ ଯାହାଦ୍ୱାରା ସେମାନଙ୍କ ବିବାହ ହସ୍ତୀନାପୁରର ରାଜା ଏବଂ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟଙ୍କ ସହ ସମ୍ପନ୍ନ ହୋଇଯାଉ । ଅମ୍ବିକା ଏବଂ ଅମ୍ବାଳିକା ବିଚିତ୍ରବିର୍ଯ୍ୟଙ୍କ ପତ୍ନୀ ହୋଇଥିଲେ ।[୨] କିନ୍ତୁ ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ ସେ ଦୁଇଜଣ ନିଃସନ୍ତାନ ରହିଗଲେ । ଭୀଷ୍ମ ପ୍ରଥମରୁ ବ୍ରହ୍ମଚାର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର, ଚିତ୍ରାଙ୍ଗଦ ତଥା ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ବଂଶ ଅସୁବିଧାରେ ଥିଲା । ଏହି ସମୟରେ ସତ୍ୟବତୀ ନିଜର ସବୁଠାରୁ ବଡ଼ପୁଅ ବେଦବ୍ୟାସଙ୍କୁ ମନେ ପକେଇଲେ ଏବଂ ଅମ୍ବିକା ଓ ଅମ୍ବାଳିକା ଙ୍କର ଗର୍ଭାଧାନ କରାଇଥିଲେ ।
ସତ୍ୟବତୀ ଅମ୍ବାଲିକାଙ୍କୁ ନିର୍ଦ୍ଦେଶ ଦେଲେକି, ସେ ଅମ୍ବିକାଙ୍କ ପରି ନିଜ ଆଖି ବନ୍ଦ ନ କରନ୍ତୁ । ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ଯେତେବେଳେ ତାଙ୍କ କୋଳରୁ ପାଣ୍ଡୁଙ୍କ ଜନ୍ମ ହେଲା, ସେତେବେଳେ ସେ ଜନ୍ମରୁ ହିଁ ଦଣ୍ଡିସି ରୋଗରେ ଗ୍ରସ୍ତ ଥିଲେ । [୩]

ଆଧାର ସମ୍ପାଦନା

  1. "ଅମ୍ବାଙ୍କ ଉଦୟ". Star of Mysore (Highbeam). Archived from the original on 2017-03-09. Retrieved 20 ଏପ୍ରିଲ 2012. {{cite web}}: Check date values in: |accessdate= (help)
  2. Law, B.C. (1973). Tribes in Ancient India, Poona: Bhandarkar Oriental Research Institute, p.105
  3. Rajagopalachari, Chakravarti. Jay Mazo (ed.). ମହାଭାରତ. International Geeta Society. {{cite book}}: |access-date= requires |url= (help); Text "pp160-163" ignored (help)