[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମରକଣ୍ଟକ
AmraKutt
Hill station
Amarkantal Photo
Amarkantak is a Hindu Tirtha place, a site where three rivers including the Narmada start
Nickname: 
Maikal
Country ଭାରତ
Stateମଧ୍ୟପ୍ରଦେଶ
ଜିଲ୍ଲା ଅନୁପୁର
Elevation
1,048 m (3,438 ft)
Population
 (2001)
 • Total୭,୦୭୪
Languages
 • OfficialHindi
Time zoneUTC+5:30 (IST)
PIN
ISO 3166 codeIN-MP

ଅମରକଣ୍ଟକ,  ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ଏକ ତୀର୍ଥ ସ୍ଥଳ ଓ ନଗର ପଞ୍ଚାଯତ । ବିନ୍ଧ୍ୟ ପର୍ବତମାଳା ଓ ସାତପୁରା ରେଞ୍ଜର ମିଳନ ସ୍ଥଳରେ ଅବସ୍ଥିତ ଏହି ସ୍ଥାନଟି ପ୍ରକୃତିକ ସମ୍ପଦ ତଥା ସୁନ୍ଦରତାରେ ଭର୍ତ୍ତି ହେଇଥାଏ । ଏହା ଏକ ଶୈଳନିବାସ ଓ ଏଠାରୁ ନର୍ମଦା ନଦୀ , ସୋନା ନଦୀ ଓ ଜିହିଲା ନଦୀର ଉପତ୍ତି ହୋଇଛି । 

୧୫ ଶ ଶତାବ୍ଦୀର ଜନପ୍ରିଯ ସନ୍ଥ କବୀର ଏହି ସ୍ଥଳରେ କବୀର ଚବୁତରା[୧] ନିର୍ମାଣ କରି ତପସ୍ୟା କରିଥିଲେ । 

ବ୍ୟୁପତ୍ତି  ସମ୍ପାଦନା

ଦୁଇଟି ସଂସ୍କୃତ ନାମ amara ( ଅମର ) ଓ kantaa ( ବାଧକ )କୁ ନେଇ ଏହି ନାମକରଣ ହେଇଛି । କବି କାଳିଦାସଙ୍କ ଲେଖାରେ ଏହାର ଉଲ୍ଲେଖ ରହିଛି । [୨] 

ଅବସ୍ଥିତି ସମ୍ପାଦନା

 
ନର୍ମଦାକୁଣ୍ଡ ମନ୍ଦିର , ନର୍ମଦା ନଦୀର ଉପତ୍ତି ସ୍ଥଳ

ଅମରକଣ୍ଟକର ଭୌଗୋଳିକ ଅବସ୍ଥିତି 22.67°N 81.75°E. ଏହାର ଉଚ୍ଛତା ୩୪୩୮ ଫୁଟ । ଏଠାକୁ ପହଞ୍ଚିବାକୁ ରେବା , ଶାହଦଲ , ଅନୁପୁର ଜବଲପୁର , କଟନୀ ଓ ପେଣ୍ଡରାଠାରୁ ରାସ୍ତା ରହିଥିବା ବେଳେ ଏହାର ନିକଟତମ ରେଳ ଷ୍ଟେସନ ପେଣ୍ଡରା ରୋଡ ଏଠାରୁ ୪୩ କିଲୋମିଟର । ଜବଲପୁର ବିମାନ ବନ୍ଦର ଏହାର ନିକଟତମ ଏୟାର ପୋର୍ଟ । ଜବଲପୁରରୁ ଦିଲ୍ଲୀକୁ ଦୈନିକ ଫ୍ଲାଇଟ ରହିଛି । [୩][୪]

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା ଅନୁସାରେ[୫] ଅମରକଣ୍ଟକର ଜନସଂଖ୍ୟା ୭,୪୧୬ ଥିଲା । ଏଥିରୁ ପୁରୁଷ ସଂଖ୍ୟା ୪,୫୧୩ ଓ ମହିଳା ସଂଖ୍ୟା ୩,୯୦୨ । ସାକ୍ଷ୍ୟରତା ହାର ୮୦.୨୦ % ଥିଲା , ଯାହା ଜାତୀୟ ହାରଠାରୁ ଅଧିକ ଥିଲା । ମହିଳା ସାକ୍ଷ୍ୟରତା ହାର ମାତ୍ର ୭୧.୦୨ % ଥିଲା ବେଳେ ପୁରୁଷ ସାକ୍ଷ୍ୟରତା ହାର ୮୮.୦୬ ରହିଥିଲା । ୬ ବର୍ଷରୁ କମ ସଂଖ୍ୟା ୧୦.୯୪ % ରହିଥିଲା ।

 

ବଣ ଜଙ୍ଗଲ ଓ ପଶୁ ପକ୍ଷୀ  ସମ୍ପାଦନା

 
ଅମରକଣ୍ଟକଠାରେ ପାଇନ ଅରଣ୍ୟ

ଅମରକଣ୍ଟକ ସହରକୁ ଘେରି  ରହିଥିବା ଅରଣ୍ୟରେ ବିଭନ୍ନ ଜାତୀୟ ଔଷଧୀୟ ବୃକ୍ଷ୍ୟ [୬]ରହିଥାଏ । ଏଠାରୁ ୪୦ କିଲୋମିଟର ଦୂରରେ ଅଚଙ୍କମାର ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟ ଛତିଶଗଡ଼  ରାଜ୍ୟରେ ଅଛି ଓ ଏଠାରୁ ବିଳାସପୁର [୭]ରାସ୍ତାରେ ରହିଛି । ଅମରକଣ୍ଟକର ଜଙ୍ଗଲ କାହ୍ନା ଜାତୀୟ ପାର୍କର  ଜଙ୍ଗଲ ସହ ସାମଞ୍ଜସ୍ଯ ରହିଛି । ଏହି ଜଙ୍ଗଲରେ ଭାରତର ବିଖ୍ୟାତ ବେଙ୍ଗଲ ଟାଇଗର[୮] ମଧ୍ୟ ରହନ୍ତି ।  ଏଠାରେ ଅରଣ୍ୟ ରେଶାଲ  ଜଙ୍ଗଲ ଥିଲା । ତାହାକୁ କାଟି ବିଶ୍ୱ ବେଙ୍କ ସହାୟତାରେ ପାଇନ ଗଛର ଅରଣ୍ୟ ସୃଷ୍ଟି କରିବାକୁ ଉଦ୍ୟମ ହେଇଥିଲା । ତେବେ ଏହାକୁ ପରିତ୍ୟାଗ କରା ଯାଇଥିଲା ।[୯] 

କାଳଚୁରୀ ମନ୍ଦିର  ସମ୍ପାଦନା

 
ଅମରକଣ୍ଟକଠାରେ ଅବସ୍ଥିତ ପ୍ରାଚୀନ ମନ୍ଦିର

ଶିକ୍ଷାନୁଷ୍ଠାନ  ସମ୍ପାଦନା

ଏଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ଟ୍ରାଇବାଳ ବିଶ୍ୱବିଦ୍ୟାଳୟ ଆଇନ[୧୦] ଅନୁସାରେ ଏଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଇଛି । ସେଠାରେ ସ୍ଥାନୀୟ ଆଦିବାସୀ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରା ଯାଉଛି ।[୧୧][୧୨] 

ଆଧାର  ସମ୍ପାଦନା

  1. "Kabir Chabutra".
  2. Bhattacharyya, P.K. (1977), Historial Geography of Madhya Pradesh from Earlier Records, Motilal Banarsidass, p. 76 
  3. "ଆର୍କାଇଭ୍ କପି". Archived from the original on 14 ଜୁଲାଇ 2014. Retrieved 28 ଅକ୍ଟୋବର 2016. {{cite web}}: Cite has empty unknown parameter: |1= (help)
  4. "Amarkantak PinCode". citypincode.in.
  5. http://www.census2011.co.in/data/town/802421-amarkantak.html 4,514 are males while 3,902 are females as per report released by Census India 2011.
  6. "Medicinal Plants of Amarkantak". academia.edu. 
  7. "The Hindu". 
  8. "Kanha-Achanakmar".
  9. Yugdharm, Raipur, Forest Wealth Special Issue, 1979
  10. "ଆର୍କାଇଭ୍ କପି" (PDF). Archived from the original (PDF) on 4 ମାର୍ଚ୍ଚ 2016. Retrieved 28 ଅକ୍ଟୋବର 2016. {{cite web}}: Cite has empty unknown parameter: |1= (help)
  11. Emerging Trends in Indian Politics.
  12. Economic Development in India.

External links ସମ୍ପାଦନା