ଅବନୀତ କୌର୍ ସିଦ୍ଧୁ (ବାଥିଣ୍ଡା, ଜନ୍ମ ୩୦ ଅକ୍ଟୋବର ୧୯୮୧) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ସେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତେଜସ୍ୱିନୀ ସାୱନ୍ତଙ୍କ ସ‌ହ ଏକାଠି ହୋଇ ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧] ସେ ବେଜିଂଠାରେ ଅନୁଷ୍ଠିତ ୨୦୦୮ ଗ୍ରୀଷ୍ମ ଅଲିମ୍ପିକ୍‌ସରେ ୧୦ ମିଟର୍ ଏୟାର୍ ରାଇଫଲ୍ ଓ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ପ୍ରତିଦ୍ୱନ୍ଦୀତା କରିଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ବିଭିନ୍ନ ସଫଳତା ହେଉଛି:

ଅବନୀତ କୌର୍ ସିଦ୍ଧୁ
ଅବନୀତ କୌର୍ ସିଦ୍ଧୁ
Born୩୦ ଅକ୍ଟୋବର ୧୯୮୧
Nationalityଭାରତୀୟ
Citizenshipଭାରତୀୟ
Occupationଖେଳାଳି (ବନ୍ଧୁକଚଳାଳି)

ପୁରସ୍କାର ଓ ସଫଳତା ସମ୍ପାଦନା

  • ରାଜ୍ୟଗୋଷ୍ଠୀ କ୍ରୀଡା ୨୦୦୬, ମେଲ୍‌ବୋର୍ଣ୍ଣ - ସ୍ୱର୍ଣ୍ଣ ପଦକ ଦଳୀୟ
  • ରାଜ୍ୟଗୋଷ୍ଠୀ କ୍ରୀଡା ୨୦୦୬, ମେଲ୍‌ବୋର୍ଣ୍ଣ - ରୌପ୍ୟ ପଦକ ବ୍ୟକ୍ତିଗତ
  • ଏସୀୟ କ୍ରୀଡା, ଦୋହା ୨୦୦୬ - କାଂସ୍ୟ ପଦକ
  • ୧୧ତମ ଏସୀୟ ବନ୍ଧୁକଚାଳନା ପ୍ରତିଯୋଗିତା, କୁଏତ୍, ୨୦୦୭ - କାଂସ୍ୟ ପଦକ
  • ୩୩ତମ ଜାତୀୟ ଖେଳ, ଗୌହାଟୀ, ୨୦୦୭ - ୨ଟି ରୌପ୍ୟ ପଦକ
  • ୫୧ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତା, ଅହମଦାବାଦ - ସ୍ୱର୍ଣ୍ଣ ପଦକ
  • ୨୦୦୮: ଅର୍ଜୁନ ପୁରସ୍କାର ପ୍ରାପ୍ତ
  • ୨୦୧୩: ମହାରାଜା ରଣଜିତ୍ ସିଂ ପୁରସ୍କାର ପ୍ରାପ୍ତ
  • ୨୦୦୮: ଅଷ୍ଟ୍ରେଲିଆ କପ୍, ସିଡ଼ନୀ - ସ୍ୱର୍ଣ୍ଣ ପଦକ
  • ୨୦୧୦ - ଇଣ୍ଟର୍‌ସଟ୍, ନେଦରଲ୍ୟାଣ୍ଡ - ବ୍ୟକ୍ତିଗତ ରୌପ୍ୟ ଓ ଦଳୀୟ ସ୍ୱର୍ଣ୍ଣ ପଦକ
  • ୨୦୧୧- ଦଳୀୟ ସ୍ୱର୍ଣ୍ଣ ପଦକ- ଜାତୀୟ ପ୍ରତିଯୋଗିତା
  • ୨୦୧୨, ୨୦୧୩, ୨୦୧୫, ୨୦୧୬ - ସମସ୍ତ ଚାରୋଟି ସର୍ବ ଭାରତୀୟ ଆରକ୍ଷୀ ବନ୍ଧୁକଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ
  • ୨୦୧୭- ବିଶ୍ୱ ଆରକ୍ଷୀ ପ୍ରତିଯୋଗିତା, ଲସ୍ ଏଞ୍ଜେଲସ୍, ଯୁକ୍ତରାଷ୍ଟ୍ର - ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ

ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ ପଦକ ଜିତିଛନ୍ତି ।

ଜୀବନୀ ସମ୍ପାଦନା

୧୯୮୧ ଜନ୍ମିତ ଅବନୀତ ଭାତିଣ୍ଡାସ୍ଥିତ ସେଣ୍ଟ୍ ଯୋସେଫ୍ କନ୍‌ଭେଣ୍ଟ୍ ସ୍କୁଲ୍‌ରେ ପଢ଼ିଥିଲେ । ସେ ୨୦୦୧ରେ ଦାସ୍‌ମେସ୍ ବାଳିକା ମହାବିଦ୍ୟାଳୟ, ବାଦଲରେ ନିଜର ବନ୍ଧୁକଚାଳନା ଜୀବନ ଆରମ୍ଭ କରିଥିଲେ । ୬ ବର୍ଷ ମଧ୍ୟରେ ସେ ସଫଳତାର ସ‌ହ ଏକ ନମ୍ବର ସ୍ଥାନରେ ରହିବା ସ‌ହ ମେଲ୍‌ବୋର୍ଣ୍ଣରେ ଆୟପଜିତ ୧୮ତମ ରାଜ୍ୟଗୋଷ୍ଠୀ କ୍ରୀଡା - ୨୦୦୬ରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲେ । ସେ ୨୦୦୫ରେ ଇଂରାଜୀ ଭାଷାରେ ସ୍ନାତ୍ତକୋତ୍ତର ପ୍ରାପ୍ତ କରିଥିଲେ । ସେ ବିଭିନ୍ନ ଜାତୟ ଓ ଅନ୍ତର୍ଜାତୀୟ ବିଭାଗରେ ୬୦ଟି ପଦକ ଜିତିଥିଲେ । ସର ଏୟାର୍ ଇଣ୍ଡିଆରେ ଆସିଷ୍ଟାଣ୍ଟ୍ ମ୍ୟାନେଜର୍‌ର କାମ କରନ୍ତି । ତାଙ୍କ ପ୍ରତିଭା ଜାଣି ପଞ୍ଜାବ ସରକାର ତାଙ୍କୁ ନିଜ ରାଜ୍ୟକୁ ଆଣି ଡିଏସ୍‌ପି ପଦବୀ ଦେଇଥିଲେ ।[୨]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ପୂର୍ବତନ ଭାରତୀୟ ହକି ଅଧିନାୟକ ରାଜପାଲ ସିଂଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ଏହ ଦମ୍ପତ୍ତିଙ୍କର ଏକ ଛୁଆ ଅଛି ।[୩]

ଆଧାର ସମ୍ପାଦନା

  1. "SIDHU Avneet Kaur". Melbourne 2006 Commonwealth Games Corporation. Retrieved 22 January 2010.
  2. Deep, Rajay (15 June 2011). "Shooting star Avneet Sidhu to be appointed as DSP". The Tribune. India. Retrieved 20 March 2018.
  3. [୧] Archived 2011-10-21 at the Wayback Machine.Times of India, 15 September 2011.