ଅପ‌ପଠନ ବା ଡିସଲେକସିଆ ବା ପଠନ ବିକାର ବା ଆଲେକସିଆ (ଇଂରାଜୀରେ Dyslexia, ବା reading disorder ବା alexia)[୧] ଏକ ଶିକ୍ଷା କରିବା ଦୋଷ ଯେଉଁଥିରେ ପଢ଼ିବାରେ ଅସୁବିଧା ହୁଏ ଯଦିଓ ବୁଦ୍ଧିମତା ସାଧାରଣ ଥାଏ ।[୨] ବିଭିନ୍ନ ଲୋକଙ୍କର ବିଭିନ୍ନ ସ୍ତରର ଅସୁବିଧା ଥାଏ ।[୧] ଶବ୍ଦ ପ୍ରକାଶ କରିବା, ବନାନ କ‌ହିବା, ଶୀଘ୍ର ପଢ଼ିବା, ହସ୍ତାକ୍ଷର ଲେଖିବା, ବଡ଼ ପାଟିରେ ଉଚ୍ଚାରଣ କରି ପଢ଼ିବା ଓ ପାଠ ପଢ଼ି ବୁଝିପାରିବା ଇତ୍ୟାଦି ଅସୁବିଧାମାନ ଏହି ରୋଗରେ ହୁଏ ।[୧][୩] ଅଧିକାଂଶ ସମୟରେ ବିଦ୍ୟାଳୟରେ ପ୍ରଥମେ ଏହି ଅସୁବିଧା ନ‌ଜରକୁ ଆସେ ।[୪] ଏହି ଅସୁବିଧା ଇଚ୍ଛାକୃତ ନୁହେଁ ଓ ଲୋକମାନଙ୍କର ଶିକ୍ଷା ଇଚ୍ଛା ଥିବା ସତ୍ତ୍ୱେ ଏହା ହୁଏ ।[୧]

ଅପ‌ପଠନ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିNeurology, pediatrics
ଆଇସିଡ଼ି-୧୦R48.0
ଆଇସିଡ଼ି-୯-ସିଏମ୍315.02
ଓଏମ୍‌ଆଇଏମ୍127700
ରୋଗ ଡାଟାବେସ4016
ମେଡ଼ିସିନ-ପ୍ଲସ001406
Patient UKଅପ‌ପଠନ
MeSHD004410

ଏହି ରୋଗ ସ‌ହିତ ଜେନେଟିକ ଓ ପରିବେଶ ଓତଃପ୍ରୋତ ଭାବରେ ଜଡ଼ିତ ଥିବା ବିଶ୍ୱାସ କରାଯାଏ ।[୪] କେତେକ ପରିବାରରେ ଏହି ରୋଗ ବଂଶାନୁକ୍ରିମିକ ଚାଲେ ।[୧] ଯାହାର ଆଟେନସନ ଡେଫିସିଟ ହାଇପରାଅକ୍ଟିଭିଟି ଡିଜର୍ଡର (attention deficit hyperactivity disorder ବା ADHD) ଥାଏ ଓ ଅଙ୍କ କସିବା ସମସ୍ୟା ଥାଏ ସେମାନଙ୍କର ଏହି ରୋଗ ହେବା ଦେଖାଯାଏ ।[୪] ମସ୍ତିଷ୍କ ଆଘାତ, ସ୍ଟ୍ରୋକ୍ଡିମେନସିଆ ରୋଗରେ ମଧ୍ୟ ଅପ‌ପଠନ ସମସ୍ୟା ହୁଏ ।[୨] ମସ୍ତିଷ୍କର ଭାଷା ସଂସାଧନ ପ୍ରକ୍ରିୟାରେ ସମସ୍ୟା ଥିଲେ ଏହା ହୁଏ ।[୧] ପର୍ଯ୍ୟାୟକ୍ରମେ ସ୍ମୃତିଶକ୍ତି, ବନାନ, ଦେଖିବା ଶକ୍ତି ଓ ପଢ଼ିବା ଦକ୍ଷତା ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୫] ଏହା ସାଧାରଣ ପଠନ ସମସ୍ୟା, ଦୃଷ୍ଟି ସମସ୍ୟା ଓ ଶିକ୍ଷାଦାନ ସମସ୍ୟାଠାରୁ ପୃଥକ୍ ।[୪]

ଲୋକର ଦରକାର ମୁତାବକ ଶିକ୍ଷା ପଦ୍ଧତି ବଦଳେଇ ଚିକିତ୍ସା କରାଯାଏ ।[୨] ଏହିଦ୍ୱାରା ରୋଗ ଆରୋଗ୍ୟ ନ ହେଲେ ମଧ୍ୟ ଅସୁବିଧା ଗୁଡ଼ିକ କିଛି ପରିମାଣରେ ଦୂର ହୋଇଯାଏ ।[୬] ଦୃଷ୍ଟି ଶକ୍ତି ନିମନ୍ତେ ଚିକିତ୍ସା ସଫଳ ହୁଏ ନାହିଁ ।[୭] ଅପ‌ପଠନ ରୋଗରେ ସବୁଠାରୁ ଅଧିକ ବିଦ୍ୟା ଶିକ୍ଷା ଅସୁବିଧା ହୁଏ,।[୮] ଓ ଏହାଦ୍ୱାରା ୩ରୁ ୭ % ଲୋକ ପ୍ରଭାବିତ ହୁଅନ୍ତି ।[୪][୯] ପୁରୁଷମାନଙ୍କର ରୋଗ ନିର୍ଣ୍ଣୟ ଅଧିକ ହେଲେ ମଧ୍ୟ[୪] ଅନେକ ବିଶ୍ୱାସ କରନ୍ତି, ଏହା ପୁରୁଷ ଓ ମହିଳାମାନଙ୍କୁ ସମ ପରିମାଣରେ ହୁଏ ।[୮] ଏହି ରୋଗରେ ଲୋକସଂଖ୍ୟାର ୨୦ % ଲୋକଙ୍କର କେତେକ ଲକ୍ଷଣ ଥାଇପାରେ ।[୧୦] ପୃଥିବୀରେ ସମସ୍ତ ସ୍ଥାନରେ ଏହି ରୋଗ ଦେଖାଯାଏ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "What are reading disorders?". National Institutes of Health. Retrieved 15 March 2015.
  2. ୨.୦ ୨.୧ ୨.୨ "NINDS Dyslexia Information Page". National Institute of Neurological Disorders and Stroke. National Institutes of Health. 30 September 2011. Archived from the original on 2 December 2016. Retrieved 29 April 2015.
  3. "What are the symptoms of reading disorders?". National Institutes of Health. Retrieved 15 March 2015.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Peterson, RL; Pennington, BF (26 May 2012). "Developmental dyslexia" (PDF). Lancet. 379 (9830): 1997–2007. doi:10.1016/s0140-6736(12)60198-6. PMID 22513218. Archived from the original (PDF) on 2 April 2015. Retrieved 26 July 2015.
  5. "How are reading disorders diagnosed?". National Institutes of Health. Retrieved 15 March 2015.
  6. "What are common treatments for reading disorders?". National Institutes of Health. Retrieved 15 March 2015.
  7. Handler, SM; Fierson, WM; Section on, Ophthalmology; Council on Children with, Disabilities; American Academy of, Ophthalmology; American Association for Pediatric Ophthalmology and, Strabismus; American Association of Certified, Orthoptists (March 2011). "Learning disabilities, dyslexia, and vision". Pediatrics. 127 (3): e818-56. doi:10.1542/peds.2010-3670. PMID 21357342.
  8. ୮.୦ ୮.୧ Darcy Ann Umphred; Rolando T. Lazaro; Margaret Roller; Gordon Burton (2013). Neurological Rehabilitation. Elsevier Health Sciences. p. 383. ISBN 978-0-323-26649-9.
  9. Kooij, J. J. Sandra (2013). Adult ADHD diagnostic assessment and treatment (3rd ed. ed.). London: Springer. p. 83. ISBN 9781447141389. {{cite book}}: |edition= has extra text (help)
  10. "How many people are affected by/at risk for reading disorders?". National Institutes of Health. Retrieved 15 March 2015.