ଅପୁର୍ବୀ ଚନ୍ଦେଲା

ଭାରତୀୟ ବନ୍ଧୁକଚାଳିକା

ଅପୁର୍ବୀ ସିଂହ ଚନ୍ଦେଲା(ଜନ୍ମ : ୪ ଜାନୁଆରୀ ୧୯୯୩ ) ଜଣେ ଭାରତୀୟ ବନ୍ଧୁକଚାଳିକା ଓ ସେ ୧୦ ମିଟର ଏୟାର ରାଇଫଲ ବିଭାଗରେ ପ୍ରତିଯୋଗିତା କରିଥାନ୍ତି । ସେ ୨୦୧୪ ମସିହାରେ ଗ୍ଲାସଗୋଠାରେ ହେଇଥିବା କମନୱେଲ୍ସ ଗେମରେ ସେହି ସେହି ବିଭାଗରେ ଭାରତପାଇଁ ପ୍ରତିଯୋଗିତା କରି ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ । [୧]

ଅପୁର୍ବୀ ଚନ୍ଦେଲା
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1993-01-04) ୪ ଜାନୁଆରୀ ୧୯୯୩ (ବୟସ ୩୧)
ଉଦୟପୁର, ଭାରତ
ଉଚ୍ଚତା156 cm (5 ft 1 in)
Sport
ଦେଶଭାରତ
କ୍ରୀଡ଼ାବନ୍ଧୁକ ଚାଳନା
Event(s)୧୦ ମି ଏଯାର୍ ରାଇଫଲ୍
Medal record
Women's shooting
Competitor for  ଭାରତ
Commonwealth Games
Gold 2014 Glasgow 10 m air rifle
Updated on ୨୬ ଜୁଲାଇ ୨୦୧୪.

ପ୍ରାରମ୍ଭିକ ଜୀବନ  ସମ୍ପାଦନା

ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁର ସହରରେ ଜନ୍ମ ଗ୍ରହଣ କରିଥିବା ଅପୁର୍ବୀ ସେଠାକାର ମହାରାଣୀ ଗାୟତ୍ରୀ ଦେବୀ ବାଳିକା ସ୍କୁଲରେ ଶିକ୍ଷା ପ୍ରାପ୍ତ ହେଇଥିଲେ । ପରେ ସେ ନୂଆ ଦିଲ୍ଲୀସ୍ଥିତ ଜେସୁସ ଓ ମେରୀ କଲେଜ , ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସମାଜବିଜ୍ଞାନ ସହ ଡିଗ୍ରୀ କରିଥିଲେ । 

ପରିବାର  ସମ୍ପାଦନା

ଅପୁର୍ବୀ ଚନ୍ଦେଲା, ଏକ ରାଜପୁତ ପରିବାରରେ[୨] ଜୟପୁରଠାରେ[୩]  ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୁଳଦୀପ ସିଂହ ଚନ୍ଦେଲାଙ୍କର[୪]  ହୋଟେଲ ବ୍ୟବସାୟ ଥିଲା ଓ ତାଙ୍କ ମାଁଙ୍କ ନାମ ବିନ୍ଦୁ ରାଠୋର । [୫]

ଅବଦାନ  ସମ୍ପାଦନା

ଅପୁର୍ବୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଇଥିବା ୨୦୧୨ ମସିହାର ଜାତୀୟ ଶୁଟିଙ୍ଗ ପ୍ରତିଯୋଗିତାରେ ତାଙ୍କର ନିଜ ବିଭାଗ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ । ତାହା ସିନିୟର ବିଭାଗରେ ତାଙ୍କର ପ୍ରଥମ ପଦାର୍ପଣ ଥିଲା ।[୬] ୨୦୧୪ ମସିହାରେ ସେ ହେଗଠାରେ ହେଇଥିବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ୪ଟି ପଦକ ହାସଲ କରିଥିଲେ । ସେଥି ମଧ୍ୟରୁ ଦୁଇଟି ଭିନ୍ନ ବିଭାଗରେ ଦୁଇଟି ଏକକ ଓ ୨ଟି ଦଳଗତ ମେଡାଲ [୭]ରହିଥିଲା । ସେହି ବର୍ଷରେ ସେ ଗ୍ଲାସଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ମହିଳା ଏକକ ୧୦ ମିଟର ଏୟାର ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେଠାରେ ସେ ୨୦୬.୭ ପଏଣ୍ଟ ପାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନୂତନ ରେକର୍ଡ଼ ପ୍ରତିଷ୍ଠା କରିଥିଲେ । [୮]

୨୦୧୬ ମସିହାରେ ହେଇଥିବା ରିଓ ଅଲିମ୍ପିକ ପାଇଁ ଅପୁର୍ବୀ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ତାଙ୍କ ନିଜ ବିଭାଗରେ ସେ ୩୪ ନମ୍ବର ସ୍ଥାନରେ ରହିଥିଲେ ।[୯]

ତାଙ୍କର ବିଶ୍ୱ ସ୍ତରୀୟ ପଦକ ତାଲିକା  ସମ୍ପାଦନା

No. Event Championship Year Place Medal
1 10m air rifle ISSF World Cup 2015 Changwon 03 ! 
2 10m air rifle ISSF World Cup Final 2015 Munich 02 ! 

ଆଧାର ସମ୍ପାଦନା

  1. "Women's 10 metre air rifle Finals". glasgow2014.com. 26 July 2014. Retrieved 26 July 2014.
  2. "Rediff Labs: Breaking News - Local News - News Today - Live News". Archived from the original on 2018-04-16. Retrieved 2017-03-16.
  3. "CWG gold winner Apoorvi Chandela welcomed and felicitated in Jaipur". Patrika Group. No. 4 August 2014. Retrieved 4 August 2014.
  4. "Jaipur girl realises dream of shooting alongside Bindra, wins two gold".
  5. "Apurvi Chandela wins gold in Commonwealth Games 2014 ~ Rajasthan News, Jaipur News, Ajmer, Udaipur, Jodhpur, Kota, News".
  6. "Apurvi Chandela takes air rifle gold". The Hindu. 25 December 2012. Retrieved 26 July 2014.
  7. "Rajasthan shooter Apurvi Chandela bags 4 medals at Hague meet". thehindubusinessline.com. 10 February 2014. Retrieved 26 July 2014.
  8. "CWG gold winner shooter Apoorvi Chandela is aiming for Olympic games". Patrika Group. No. 5 August 2014. Retrieved 5 August 2014.
  9. "Rio Olympics 2016: Jitu Rai finishes 8th in 10m Air Pistol; Apurvi Chandela, Ayonika Paul out in qualifiers". First Post. 7 August 2016. Retrieved 8 August 2016.

ବାହାର ଲିଙ୍କ  ସମ୍ପାଦନା