ଅନୁଷ୍କା ଶର୍ମା (pronounced [əˈnʊʂkaː ˈʃərmaː]; ଜନ୍ମ ୧ ମଇ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି ଏବଂ ଭାରତୀୟ ଚଳଚ୍ଚିତ୍ର ଜଗତରେ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ଭିତରୁ ସେ ଜଣେ । ସେ ଫିଲ୍ମ‌ଫେୟାରରେ ସାତ‌ଥର ମନୋନୀତ ହୋଇଥିଲେ ଏବଂ ଏବେଯାଏଁ ମାତ୍ର ଥରେ ସେ ପୁରସ୍କୃତ ହୋଇଥିଲେ । ଅନୁଷ୍କା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ ଏବଂ ବାଙ୍ଗାଲୋରରେ ତାଙ୍କର ପିଲାଦିନ କଟିଥିଲା । ଅନୁଷ୍କା ୨୦୦୭ରେ ମଡେଲିଂରେ ଯୋଗଦେଲେ ଏବଂ ପରେ ସେ ମଡେଲିଂକୁ ପେଷା ଭାବରେ ଆପଣେଇବା ପାଇଁ ମୁମ୍ବାଇ ଯାଇଥିଲେ ।

ଅନୁଷ୍କା ଶର୍ମା
୨୦୧୫ରେ NH10 ଚଳଚ୍ଚିତ୍ରର ପ୍ରଚାରବେଳେ ଅନୁଷ୍କା
Born (1988-05-01) ୧ ମଇ ୧୯୮୮ (ବୟସ ୩୫)
Nationalityଭାରତୀୟ
Educationବାଙ୍ଗାଲୋର ବିଶ୍ୱବିଦ୍ୟାଳୟ
Occupations
  • ଅଭିନେତ୍ରୀ
  • ଚଳଚ୍ଚିତ୍ର ପ୍ରଯୋଜିକା
  • ଫ୍ୟାସନ ଡିଜାଇନର୍
Years active୨୦୦୭–ଏବେଯାଏଁ
Spouse
(m. ୨୦୧୭)

ଅନୁଷ୍କା ୨୦୦୮ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ଅଭିନେତା ଶାହାରୁଖ ଖାଁଙ୍କ ସ‌ହ ରବ୍ ନେ ବନା ଦି ଯୋଡ଼ିରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ । ଏହାପରେ ସେ ୟଶ୍ ରାଜ୍ ଫିଲ୍ମସ୍‌ର ବିଭିନ୍ନ ଚଳଚ୍ଚିତ୍ର ବ୍ୟାଣ୍ଡା ବାଜା ବରାତ୍, ଜବ୍ ତକ୍ ହୈ ଜାନ୍ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୧୨ରେ ଜବ୍ ତକ୍ ହୈ ଜାନ୍ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପିକେରେ ତାଙ୍କର ସାମ୍ବାଦିକ ଭୂମିକା ସବୁଠାରୁ ବଡ଼ ସଫଳତା ଦେଇଥିଲା ତାଙ୍କୁ, ଏହାପରେ ସେ ୨୦୧୬ରେ ସଲମାନ ଖାଁଙ୍କ ସ‌ହ ସୁଲ୍‌ତାନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଅନୁଷ୍କା ତାଙ୍କର ପ୍ରଯୋଜନା ସଂସ୍ଥା ଖୋଲିଥିଲେ । ତାଙ୍କ ପ୍ରଯୋଜନାରେ ପ୍ରଥମ ଚଳଚ୍ଚିତ୍ର ଥିଲା NH10, ଏହି ଚଳଚ୍ଚିତ୍ରଟି ଏକ ଅପରାଧଭିତ୍ତିକ ଚଳଚ୍ଚିତ୍ର ଥିଲା ।

ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ଅନୁଷ୍କା ବିଭିନ୍ନ ସଂସ୍ଥାର ବିଭିନ୍ନ ଜିନିଷର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ଭାବରେ କାର୍ଯ୍ୟ କରୁଛନ୍ତି । ସେ ତାଙ୍କ ନିଜ ପାଇଁ ତାଙ୍କର ପୋଷାକ ମଧ୍ୟ ତିଆରି କରିଥାନ୍ତି । ଲିଙ୍ଗ ସମାନତା ଏବଂ ପଶୁପକ୍ଷୀ ସଂରକ୍ଷଣ ଭଳି କାର୍ଯ୍ୟକ୍ରମକୁ ଅନୁଷ୍କା ମଧ୍ୟ ସମର୍ଥନ କରିଆସୁଛନ୍ତି ଏବଂ ତା' ପାଇଁ ସେ କିଛି କାର୍ଯ୍ୟ ମଧ୍ୟ କରିଛନ୍ତି । ଏଥିସ‌ହ ସେ ଏକ ପ୍ରଯୋଜନା ସଂସ୍ଥା କ୍ଲିନ୍ ସ୍ଲେଟ୍ ଫିଲ୍‌ସ୍‌ର ମଧ୍ୟ ସ‌‌ହ-ପ୍ରତିଷ୍ଠାତା । ଅନୁଷ୍କା ୨୦୧୭ରେ ଭାରତୀୟ କ୍ରିକେଟ ଖେଳାନୀ ବିରାଟ କୋହଲୀଙ୍କୁ ବିବାହ କରିଥିଲେ ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅନୁଷ୍କା ଶର୍ମା ୧ ମଇ ୧୯୮୮ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ ।[୧][୨] ତାଙ୍କର ପିତା କର୍ଣ୍ଣେଲ ଅଜୟ କୁମାର ଶର୍ମା ଜଣେ ଭାରତୀୟ ସୈନବାହିନୀ ଅଧିକାରୀ ଏବଂ ମାଆ ଜଣେ ଗୃହିଣୀ ।[୨][୩] ତାଙ୍କର ବାପା ଉତ୍ତର ପ୍ରଦେଶର ଅଧିବାସୀ ଏବଂ ମାଆ ଗରବାଲିର ।[୪][୫] ତାଙ୍କ ବଡ଼ ଭାଇ ଅନୁଷ୍କାଙ୍କ ସ‌ହ ମିଶି ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ, ସେ ପୂର୍ବରୁ ଭାରତୀୟ ନୌସେନାରେ କାର୍ଯ୍ୟରତ ଥିଲା ।[୬]

ଅନୁଷ୍କା ଛୋଟବେଳୁ ବାଙ୍ଗାଲୋର ଚାଲିଆସିଥିଲେ ଏବଂ ସେଠାରେ ପିଲାଦିନ କଟିଥିଲା । ସେ ବାଙ୍ଗାଲୋରର ସୈନିକ ସ୍କୁଲରେ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ ଏବଂ ବାଙ୍ଗାଲୋରର ମାଉଣ୍ଟ କାର୍ମେଲ୍ ମହାବିଦ୍ୟାଳୟରୁ କଳାରେ ସ୍ନାତକ ହାସଲ କରିଥିଲେ ।[୭][୮] ସେ ଜଣେ ମଡେଲ କିମ୍ବା ସାମ୍ବାଦିକ ଭାବରେ ତାଙ୍କର ଜୀବିକା ଗ୍ରହଣ କରିବାକୁ ଚାହୁଁଥିଲେ, ମାତ୍ର ଅଭିନୟ କରିବେ ବୋଲି ଆଶା କରିନଥିଲେ ।[୭] ଅନୁଷ୍କା ସ୍ନାତକ ସରିବା ପରେ ମଡେଲିଂ ପାଇଁ ମୁମ୍ବାଇ ଯାଇଥିଲେ ।[୯] ଇଲାଇଟ୍ ମଡେଲ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍କା ପ୍ରସାଦ ବିଦପାଙ୍କ ଅଧିନରେ କାମ କରିଥିଲେ ।[୧୦] ୨୦୦୭ରେ ଅନୁଷ୍କା ଲ୍ୟାକ୍‌ମେ ଫ୍ୟାସନ୍ ଉଇକ୍‌ରେ ୱେଣ୍ଡେଲ୍ ରୋଡ୍‌ରିକ୍ସଙ୍କ ପାଇଁ କାମ କରିଥିଲେ । ଏହାପରେ ସେ ସନ୍‌ସିଲ୍, ୱିସ୍‌ପର୍, ନାଥେଲ୍ଲା ଅଳଙ୍କାର ଏବଂ ଫିଆତ୍ ପଲିଓ ପାଇଁ ବିଜ୍ଞାପନ କରିଥିଲେ ।[୧୦] ଏହାପରେ ଅନୁଷ୍କା ଟୀପ୍ପଣୀ କରିଥିଲେ କି ସେ ଅଭିନୟ ପାଇଁ ହିଁ ସେ ଜନ୍ମ ହୋଇଥିଲେ । କାରଣ ସେ ଯେତେବେଳେ ରାମ୍ପ ପାଇଁ ଚାଲନ୍ତି, ସେତେବେଳେ ସେ ହସିଦିଅନ୍ତି, ମାତ୍ର ସେମାନଙ୍କୁ ମୁହଁର କୌଣସି ପ୍ରକାରର ଭାବ ଦରକାର ପଡ଼େନି । ତେଣୁ ତାଙ୍କୁ ଏହା ଏକ ଅସୁବିଧାରେ ପକାଇଥିଲା ।[୯] ମଡେଲିଂ ସ‌ହିତ ଅନୁଷ୍କା ଅଭିନୟ ସ୍କୁଲରେ ଯୋଗଦେଲେ ଏବଂ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଡ଼ିସନ୍ ଦେବା ଆରମ୍ଭ କରିଦେଇଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଅନୁଷ୍କା ୨୦୦୮ରେ ଆଦିତ୍ୟ ଚୋପ୍ରାଙ୍କର ରୋମାଣ୍ଟିକ ଚଳଚ୍ଚିତ୍ର ରବ୍ ନେ ବନା ଦି ଯୋଡ଼ି ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ଅଭିନେତା ଶାହାରୁଖ ଖାଁ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଗୋଟିଏ ଦିନ ମିଳିଥିଲା ଅଡ଼ିସନ୍ ଦେବାକୁ ।[୯] ଏହାପରେ ସେ ତାଙ୍କୁ ୟଶ୍‌ରାଜ୍ ଚଳଚ୍ଚିତ୍ରର ୩ଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଚୁକ୍ତି କରାଯାଇଥିଲା ।[୧୧][୧୨] ଏହି ଚଳଚ୍ଚିତ୍ରଟି ବ‌ହୁତ ବଡ଼ ବ୍ୟବସାୟିକ ସଫଳତା ପାଇଥିଲା ଏବଂ ୨୦୦୮ର ୨ୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଥିଲା ।[୧୩] ଏହି ଚଳଚ୍ଚିତ୍ର ପାଇଁ ଅନୁଷ୍କାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଟ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୧୪]ଏହାର ଦୁଇବର୍ଷ ପରେ ଅନୁଷ୍କା ବଦମାସ୍ କମ୍ପାନୀରେ ଅଭିନେତା ଶାହିଦ କପୁରଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ମିଶ୍ରିତ ପ୍ରତିକ୍ରିୟା ପାଇଥିଲା ।[୧୫]

 
୨୦୧୫ରେ ଅନୁଷ୍କା ଏବଂ ବିରାଟ କୋହଲୀ

ଏହପରେ ୨୦୧୦ରେ ଅନୁଷ୍କା ନବାଗତ ଅଭିନେତା ରଣବୀର ସିଂହଙ୍କ ସ‌ହ ବ୍ୟାଣ୍ଡା ବାଜା ବରାତ୍‌ରେ ଅଭିନୟ କରିଥିଲେ ।[୧୬] ଏହି କଥାଚିତ୍ରରେ ଅନୁଷ୍କା ଜଣେ ପଞ୍ଜାବୀ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ପଞ୍ଜାବୀ ଭଲଭାବରେ ଶିଖିବାକୁ ପଡ଼ିଥିଲା ।[୧୭] ଏହି ଚଳଚ୍ଚିତ୍ରଟି ଧୀରେ ଧୀରେ ବ୍ୟବସାୟିକ ସଫଳତା ପାଇଥିଲା ।[୧୮] ଅନୁଷ୍କାଙ୍କର ଅଭିନୟକୁ ଅନେକ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୯][୨୦] ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ୨ୟଥର ପାଇଁ ମନୋନୀତ କରାଯାଇଥିଲା ।[୨୧]

୨୦୧୨ରେ ୟଶ୍ ରାଜ୍ ଫିଲ୍ମ‌ସ୍‌ର ୟଶ୍ ଚୋପ୍ରାଙ୍କର ଶେଷ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯବ୍ ତକ୍ ହୈ ଜାନ୍‌ରେ ଅନୁଷ୍କା ଜଣେ ସ‌ହ-ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନେତା ଶାହାରୁଖ ଖାଁ ଏବଂ ନାୟିକା ଭାବରେ କ୍ୟାଟ୍ରିନା କୈଫ ଅଭିନୟ କରିଥିଲେ ।[୨୨][୨୩] ଏହି ଚଳଚ୍ଚିତ୍ରରେ ଅନୁଷ୍କାଙ୍କର ଅଭିନୟ ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହ-ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୨୪] ଏହି ଚଳଚ୍ଚିତ୍ରଟି ୨୦୧୨ ଅଧିକ ଆୟକରିଥିବା ୩ୟ ଚଳଚ୍ଚିତ୍ର ଥିଲା ।[୨୫]

୨୦୧୪ର ଅନୁଷ୍କା ଅଭିନେତା ଅମିର ଖାଁଙ୍କ ସ‌ହ ପିକେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ହୀରାନି । ଅନୁଷ୍କା ଏହି ଚଳଚ୍ଚିତ୍ରରେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ ।[୨୬] ଏହି ଚଳଚ୍ଚିତ୍ରଟୀ ମୁକ୍ତିଲାଭ କରିବାବେଳେ ଅନେକ ଏହାର ବିରୋଧ କରିଥିଲେ, ମାତ୍ର ଚଳଚ୍ଚିତ୍ରଟିର ସେହି ବର୍ଷର ସର୍ବାଧିକ ଆୟ କରିଥିଲା ।[୨୭][୨୮][୨୯]

ଏହାପରେ ଅନୁଷ୍କା କ୍ଲିନ୍ ସ୍ଲେଟ୍ ଫିଲ୍ମ‌ସ୍ ନାମକ ତାଙ୍କର ପ୍ରଯୋଜନା ସଂସ୍ଥା ଖୋଲିଥିଲେ । ଏହି ପ୍ରଯୋଜନା ସଂସ୍ଥାର ପ୍ରଥମ ଚଳଚ୍ଚିତ୍ର NH10 ୨୦୧୫ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଏକ ଅପରାଧ ଭିତ୍ତିକ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରଟିର ନାୟିକା ଭାବରେ ଅନୁଷ୍କା ଅଭିନୟ କରିଥିଲେ ।[୩୦] ଏହି ଚଳଚ୍ଚିତ୍ରଟି ବେଜିଂ ୫ମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।[୩୧] ଏହି ଚଳଚ୍ଚିତ୍ର ପାଇଁ ଅନୁଷ୍କା ତିନିମାସର ଛୁଟି ନେଇ ନିଜକୁ ପ୍ରସ୍ତୁତ କରିଥିଲେ ।[୩୨] ଏହି କଥାଚିତ୍ରଟିରେ ଅନୁଷ୍କାଙ୍କର ଭୂମିକାକୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୩୩][୩୪] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା ।[୩୫][୩୬]

୨୦୧୬ରେ ଅନୁଷ୍କା ଅଭିନେଅ ସଲମାନ ଖାଁଙ୍କ ସ‌ହ ସୁଲ୍‌ତାନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର କୁସ୍ତି ଉପରେ ପର୍ଯ୍ୟବସିତ ଥିଲା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଲି ଆବାସ୍ ଜାଫର୍ ।[୩୭] ଜଣେ ମହିଳା କୁସ୍ତୀ ଯୋଦ୍ଧା ଭୂମିକାରେ ଅଭିନୟ କରିବାକୁ ଅନୁଷ୍କା ପ୍ରଥମେ ରାଜି ନ ଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଲୋକଙ୍କ ସ‌ହ ମିଶିବା ପରେ ଏହି କଥାଚିତ୍ରଟିରେ ଅଭିନୟ ପାଇଁ ମନସ୍ତ କରିଥିଲେ ।[୩୮] ସେ ୬ ସପ୍ତାହ ହରୀଆଣି ଭାଷା ଶିଖିବା ଏବଂ କୁସ୍ତି ବିଷୟରେ ଶିଖିବାକୁ ସମୟ ନେଇଥିଲେ ।[୩୯][୪୦] ଏହି ଚଳଚ୍ଚିତ୍ରଟୀର ମିଶ୍ରିତ ପ୍ରତିକ୍ରିୟା ପାଇଥିଲା ।[୪୧] ସମୀକ୍ଷକମାନେ ତାଙ୍କର ଏହି ଅଭିନୟକୁ ପସନ୍ଦ କରିଥିଲେ ।[୪୨] ମାତ୍ର ସୁପ୍ରତୀକ ଚାଟାର୍ଜୀ ଭଳି ସମୀକ୍ଷକମାନେ ତାଙ୍କର ଅଭିନୟକୁ ସେତେଟା ପସନ୍ଦ କରିନଥିଲେ ।[୩୭] ଏହି ଚଳଚ୍ଚିତ୍ରଟି ବ୍ୟବସାୟରେ ବ‌ହୁତ ବଡ଼ ସଫଳତା ପାଇଥିଲା ।[୪୩]

କିଛି ସଫଳ ଚଳଚ୍ଚିତ୍ର ସ‌ହ ବମ୍ବେ ଭେଲ୍‌ବେଟ୍, ଜବ୍ ହ୍ୟାରୀ ମେଟ୍ ସେଜଲ୍ ଭଳି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ବ‌ହୁତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୮: ରବ୍ ନେ ବନାଦି ଯୋଡ଼ି
  • ୨୦୧୦: ବଦମାସ୍ କମ୍ପାନୀ
  • ୨୦୧୦: ବ୍ୟାଣ୍ଡ ବାଜା ବରାତ୍
  • ୨୦୧୧: ପଟିଆଲା ହାଉସ୍
  • ୨୦୧୧: ଲେଡିଜ୍ ଭର୍ସେସ୍ ରିକି ବ‌ହଲ୍
  • ୨୦୧୨: ଜବ୍ ତକ୍ ହୈ ଜାନ୍
  • ୨୦୧୩: ମାତୃ କି ବିଜେ କା ମନ୍ଦୋଲା
  • ୨୦୧୪: ପିକେ
  • ୨୦୧୫: NH10
  • ୨୦୧୫: ବମ୍ବେ ଭେଲ୍‌ବେଟ୍
  • ୨୦୧୫: ଦିଲ୍ ଧଡ଼କ୍‌ନେ ଦୋ
  • ୨୦୧୬: ସୁଲ୍‌ତାନ୍
  • ୨୦୧୬: ଏ ଦିଲ୍ ହୈ ମୁସ୍କିଲ୍
  • ୨୦୧୭: ଫିଲୋରୀ
  • ୨୦୧୭: ଜବ୍ ହ୍ୟାରୀ ମେଟ୍ ସେଜଲ୍
  • ୨୦୧୮: ପରୀ
  • ୨୦୧୮: ସଞ୍ଜୁ (ନିର୍ମାଣ ଚାଲିଛି)
  • ୨୦୧୮: ସୁଇ ଧାଗା (ନିର୍ମାଣ ଚାଲିଛି)
  • ୨୦୧୮: ଜିରୋ (ନିର୍ମାଣ ଚାଲିଛି)

ବୈବାହିକ ଜୀବନ ସମ୍ପାଦନା

ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଖେଳାଳି ବିରାଟ କୋହଲୀଙ୍କୁ ୧୧ ଡିସେମ୍ବର ୨୦୧୭ ମସିହାରେ ବିବାହ କରିଥିଲେ ।[୪୪][୪୫][୪୬] ଉଭୟ ବିରାଟ ଏବଂ ଅନୁଷ୍କା ଦୀର୍ଘଦିନ ଧରି ପ୍ରେମ କରୁଥିଲେ ।[୪୭][୪୮][୪୯]

ଆଧାର ସମ୍ପାଦନା

  1. "Anushka Sharma celebrates 25th birthday in Goa". Hindustan Times. 1 May 2013. Archived from the original on 3 May 2013. Retrieved 10 March 2014.
  2. ୨.୦ ୨.୧ Gupta, Priya (18 December 2012). "There is no system in the film industry: Anushka". The Times of India. Archived from the original on 17 December 2012. Retrieved 10 March 2014.{{cite web}}: CS1 maint: numeric names: authors list (link)
  3. Joshi, Sonali (8 April 2012). "Anushka Sharma buys three flats worth Rs.10 crore in Mumbai's posh area". India Today. Archived from the original on 11 March 2014. Retrieved 10 March 2014.{{cite web}}: CS1 maint: numeric names: authors list (link)
  4. Singh, Mauli (29 December 2010). "Ranveer is my favourite co-star: Anushka". The Times of India. Retrieved 10 March 2014.{{cite news}}: CS1 maint: numeric names: authors list (link)
  5. Bahadur, Sona (4 April 2011). "Cloud Nine". Verve. Archived from the original on 10 March 2014. Retrieved 10 March 2014.{{cite news}}: CS1 maint: numeric names: authors list (link)
  6. Kumar, Sunaina (9 April 2011). "The 1,000 watt girl". Tehelka. Archived from the original on 20 December 2013. Retrieved 10 April 2011.
  7. ୭.୦ ୭.୧ "Anushka Sharma: Lesser known facts". The Times of India. Archived from the original on 21 June 2015. Retrieved 2 June 2015.
  8. "Just how educated are bollywood heroines". Rediff.com. 18 January 2012. Archived from the original on 5 August 2013. Retrieved 2 June 2015.
  9. ୯.୦ ୯.୧ ୯.୨ "10 facts about Anushka Sharma you didn't know". The Express Tribune. 11 March 2015. Archived from the original on 22 May 2015. Retrieved 6 June 2015.
  10. ୧୦.୦ ୧୦.୧ "Anushka Sharma's Biography". Koimoi. Archived from the original on 11 June 2015. Retrieved 6 June 2015.
  11. Mohamed, Khalid (13 December 2008). "Review: Rab ne Bana di Jodi". Hindustan Times. Archived from the original on 2 July 2015. Retrieved 1 July 2015.
  12. Kazmi, Nikhat (12 December 2008). "Rab Ne Bana Di Jodi Movie Review". Archived from the original on 6 May 2016. Retrieved 13 October 2015.
  13. "Box Office 2008". Box Office India. Archived from the original on 1 November 2015. Retrieved 2 June 2015.
  14. "Nominations for the 54th Filmfare Awards". Radio Sargam. 16 February 2009. Archived from the original on 3 April 2010. Retrieved 9 March 2010.
  15. Verma, Sukanya (10 May 2010). "Is Badmaash Company really THAT bad?". Rediff.com. Archived from the original on 4 May 2011. Retrieved 16 January 2011.
  16. "YRF launches new face with Anushka Sharma". The New Indian Express. 5 February 2010. Archived from the original on 23 December 2013. Retrieved 20 November 2010.
  17. Mehta, Shweta (27 October 2010). "I am not Rajnikanth". Hindustan Times. Archived from the original on 2 July 2015. Retrieved 1 July 2015.
  18. "Band Baaja Baaraat 5th Week Scores Over Tees Maar Khan 3rd Week". Box Office India. 17 January 2011. Archived from the original on 20 January 2011. Retrieved 31 January 2011.
  19. Kazmi, Nikhat (9 December 2010). "Band Baaja Baaraat: Review". The Times of India. Archived from the original on 13 March 2016. Retrieved 7 October 2011.
  20. Chopra, Anupama (10 December 2010). "Movie Review: Band Baaja Baaraat". NDTV. Archived from the original on 9 November 2013. Retrieved 11 May 2014.
  21. "It's SRK vs Salman at Filmfare". The Times of India. 13 January 2011. Archived from the original on 15 January 2011. Retrieved 14 January 2011.
  22. Masand, Rajeev (November 13, 2012). "Once more with feeling!". Archived from the original on 1 July 2015. Retrieved 6 June 2015.
  23. Sen, Raja (13 November 2014). "Review: Jab Tak Hai Jaan is all about Shah Rukh Khan". Rediff.com. Archived from the original on 29 October 2013. Retrieved 11 May 2014.
  24. "Filmfare Winners 2013". India Today. 21 January 2013. Archived from the original on 21 January 2013. Retrieved 22 January 2013.
  25. "Top Worldwide Grossers 2012". Box Office India. Archived from the original on 5 September 2015. Retrieved 22 September 2015.
  26. Chatterjee, Saibal (19 December 2014). "PK Movie Review". NDTV. Archived from the original on 19 December 2014. Retrieved 20 December 2014.
  27. Hooli, Shekhar H. (18 December 2014). "'PK' – Movie Review: Viewers Can't Praise Aamir Khan, Anushka Sharma, Rajkumar Hirani Enough". International Business Times. Archived from the original on 31 December 2014. Retrieved 5 January 2015.
  28. Hoad, Phil (7 January 2015). "Aamir Khan's religious satire PK becomes India's most successful film". The Guardian. Archived from the original on 7 January 2015. Retrieved 8 January 2015.
  29. "PK Hits 700 Crore Worldwide – China At 14.5 Million". Box Office India. 6 June 2015. Archived from the original on 8 June 2015. Retrieved 6 June 2015.
  30. "Anushka Sharma turns producer with NH10". Bollywood Hungama. 31 October 2013. Archived from the original on 2 November 2013. Retrieved 31 October 2013.
  31. "Anushka to attend screening of NH10 in Beijing Film festival". Deccan Herald. 15 April 2015. Archived from the original on 2 July 2015. Retrieved 2 July 2015.
  32. Basu, Mohar (24 February 2015). "Audience for films like NH10 exists but not many make such films says Anushka Sharma". The Times of India. Retrieved 19 January 2016.
  33. Chatterjee, Saibal (13 March 2015). "NH10 Movie Review". NDTV. Archived from the original on 13 March 2015. Retrieved 13 March 2015.
  34. "'NH10' Movie Review: Anushka Sharma is the Hero". International Business Times. 13 March 2015. Archived from the original on 27 January 2016. Retrieved 12 January 2016.
  35. Mehta, Ankita (31 March 2015). "Box Office Collection: Anushka's 'NH10' Earns ₹30 Crore; 'Dum Laga Ke Haisha' Still Running". International Business Times. Archived from the original on 2 June 2015. Retrieved 2 June 2015.
  36. "Hunterrr and NH10 score well". Filmfare. 30 March 2015. Archived from the original on 18 May 2015. Retrieved 11 May 2015.
  37. ୩୭.୦ ୩୭.୧ Chatterjee, Suprateek (6 July 2016). "'Sultan' Review: Star Power Trumps Authenticity In This Crowd-Pleaser". The Huffington Post. Archived from the original on 18 August 2016. Retrieved 8 July 2016.
  38. Mahindru, Megha (17 May 2016). "Anushka Sharma gets candid about her lip job, taking risks and Twitter trolls". Vogue India. Archived from the original on 4 July 2016. Retrieved 8 July 2016.
  39. "Sultan Director Explains How Anushka Sharma Shot For the Film". NDTV. 9 June 2016. Archived from the original on 6 July 2016. Retrieved 8 July 2016.
  40. "Anushka spent time with wrestlers to get her Haryanvi accent right". Hindustan Times. 11 June 2016. Archived from the original on 13 June 2016. Retrieved 8 July 2016.
  41. Mehta, Ankita (7 July 2016). "'Sultan' movie review round-up: Here is what critics have to say about Salman-Anushka starrer". International Business Times. Archived from the original on 7 July 2016. Retrieved 8 July 2016.
  42. Gupta, Rachit (6 July 2016). "Movie Review: Sultan". Filmfare. Archived from the original on 8 July 2016. Retrieved 8 July 2016.
  43. "Sultan Hits 500 Crore Worldwide". Box Office India. 18 July 2016. Archived from the original on 23 July 2016. Retrieved 21 July 2016.
  44. "It's official: Anushka Sharma and Virat Kohli are married". The Express Tribune. 11 December 2017. Retrieved 11 December 2017.
  45. "Virat Kohli officially announces marriage to Anushka Sharma, Twitter goes berserk". Hindustan Times. 11 December 2017. Retrieved 11 December 2017.
  46. "CONFIRMED: Anushka Sharma and Virat Kohli get hitched in Italy!". Bollywood Hungama. 11 December 2017. Retrieved 12 Dec 2017.
  47. "Virat Kohli's post supporting Anushka Sharma declared the 'Golden Tweet' of 2016". The Times of India. Retrieved 8 December 2016.
  48. Hebbar, Prajakta (30 March 2015). "Why Anushka Sharma Doesn't Like To Talk About Her Relationship With Virat Kohli". The Huffington Post. Archived from the original on 4 May 2015. Retrieved 2 June 2015.
  49. Mangaokar, Shalvi (6 June 2015). "I feel uncomfortable: Anushka Sharma on discussing Virat Kohli in public". Hindustan Times. Archived from the original on 3 July 2015. Retrieved 1 July 2015.

ବାହାର ଆଧାର ସମ୍ପାଦନା