ଅନଙ୍ଗ ଉଦୟ ସିଂହ ଦେଓ

ଓଡ଼ିଆ ରାଜନୀତିଜ୍ଞ

ଅନଙ୍ଗ ଉଦୟ ସିଂହ ଦେଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପୁତ୍ର । ପାଟଣାଗଡ଼ ରାଜବଂଶର ଉତ୍ତରାଧିକାରୀ ଭାବେ ଅନଙ୍ଗ ଉଦୟ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରୁ ସ୍ୱତନ୍ତ୍ରଦଳ ଟିକେଟରେ ୧୯୭୪ ମସିହାରେ ବିଧାନ ସଭାକୁ ନିର୍ବାଚିତ ହୋଇ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱାଧୀନ ମନ୍ତ୍ରୀମଣ୍ଡଳରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ୧୯୭୭ରୁ ୧୯୯୦ ପର୍ଯ୍ୟନ୍ତ ସେ ବାହରେ ରହିବା ପରେ ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ସେ ବଲାଙ୍ଗୀର ଆସନରୁ ଜନତାଦଳ ଟିକେଟରେ ରାଜ୍ୟ ବିଧାନ ସଭାକୁ ପ୍ରତିନିଧିତ୍ୱ କରିଥିଲେ । ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାରରେ ସେ ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ହୋଇଥିଲେ ୤ ୨୦୦୦ ମସିହାରେ ଜନତା ଦଳ ବିଜଦରେ ରୂପାନ୍ତରିତ ହେବାପରେ ସେ ଦଳୀୟ ଟିକେଟରେ ବଲାଙ୍ଗୀର ଆସନରୁ ବିଧାନ ସଭାରେ ପ୍ରତିନିଧିତ୍ୱ କରିଆସୁଛନ୍ତି ।[୧] ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାରରେ ଅନଙ୍ଗ ଉଦୟ ଶକ୍ତି, ଇସ୍ପାତ ଓ ଖଣି, ପୂର୍ତ୍ତ, ଗୃହନିର୍ମାଣ, ଯୋଜନା ଓ ସମନ୍ୱୟ ଓ ଅବକାରୀ ଭଳି ଦାୟିତ୍ୱ ତୁଲାଇଛନ୍ତି ।

ଅନଙ୍ଗ ଉଦୟ ସିଂହ ଦେଓ
ବିଧାୟକ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-11-11) ୧୧ ନଭେମ୍ବର ୧୯୪୫ (ବୟସ ୭୮)
ଶୈଳଶ୍ରୀ ରାଜପ୍ରସାଦ, ବଲାଙ୍ଗୀର
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ରତା ପାର୍ଟି
ସନ୍ତାନ୩ ପୁତ୍ର
ବୃତ୍ତିରାଜନୀତି
ୱେବସାଇଟhttp://ausinghdeo.com/new/

ଆଧାର ସମ୍ପାଦନା

  1. "Membership of Shri Ananga Udaya Singh Deo in ORISSA LEGISLATIVE ASSEMBLY". ws.ori.nic.in. 2012. Archived from the original on 13 April 2012. Retrieved 30 May 2012. 14th(2009-Continuing)

ବାହାର ଆଧାର ସମ୍ପାଦନା