"ସୂର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
No edit summary
୮ କ ଧାଡ଼ି:
ସୁର୍ଯ୍ୟଠାରୁ ଆମ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ୤ ସୂଯ୍ୟପୃଷ୍ଠରୁ କିରଣ ଆସି ଆମ ପାଖରେ ପହଁଞ୍ଚିବା ପାଇଁ ପ୍ରାୟ ୫୦୦ ସେକେଣ୍ଡ ବା ୮ ମିନିଟ୍ ୨୦ ସେକେଣ୍ଡ ସମୟ ଲାଗେ ୤ ତେଣୁ ଯେଉଁ ସୁର୍ଯ୍ୟକୁ ଆମେ ଦେଖୁ, ତାହା ସେତେବେଳର ସୁର୍ଯ୍ୟ ନୁହେଁ ୤ ବରଂ ୮ ମିନିଟ୍ ୨୦ ସେକେଣ୍ଡ ତଳର ସୁର୍ଯ୍ୟ ୤ ସକାଳ ୮ଟା ବେଳେ ସୂର୍ଯ୍ୟପୃଷ୍ଠରୁ ବାହାରିଥିବା ଆଲୋକ ୮ ମିନିଟ୍ ୨୦ ସେକେଣ୍ଡ ପରେ ଅର୍ଥାତ୍ ୮ଟା ୮ ମିନିଟ୍ ୨୦ ସେକେଣ୍ଡ ବେଳେ ଆସି ଆମଠାରେ ପହଁଞ୍ଚେ ୤ ତେଣୁ ଆମେ ସବୁବେଳେ ୮ ମିନିଟ୍ ୨୦ ସେକେଣ୍ଡ ତଳର ବାସି ସୂର୍ଯ୍ୟ ଦେଖୁ ୤ ପୃଥିବୀରେ ରହି ବର୍ତ୍ତମାନର ସୂର୍ଯ୍ୟକୁ ବର୍ତ୍ତମାନ ଦର୍ଶନ କରିବାର ଭାଗ୍ୟ ଆମର ନାହିଁ ୤ ବର୍ତ୍ତମାନର ସୂର୍ଯ୍ୟକୁ ଦର୍ଶନ କରିବା ସକାଶେ ଆମକୁ ପୁଣି ୮ ମିନିଟ୍ ୨୦ ସେକେଣ୍ଡ ଅପେକ୍ଷା କରିବାକୁ ପଡିବ ୤
 
==କୋଟି କୋଟି ସୁର୍ଯ୍ୟ==
== ଆଧାର ==
ଆମେ ଯାହାକୁ ସୁର୍ଯ୍ୟ ବୋଲି କହୁ, ତାହା ବାସ୍ତବରେ ଗୋଟିଏ ବିଶାଳ ନିଆଁପେଣ୍ଡୁ ୤ ତେବେ ସେହି ନିଆଁପେଣ୍ଡୁ ଆମ ପାଇଁ ସବୁକିଛି ୤ ଆମ ଜୀବନ, ଆମର ପ୍ରାଣ ୤ କାହିଁକି ନା, ସୁର୍ଯ୍ୟର ଆଲୋକ ଓ ଉତ୍ତାପ ବିନା ଆମେ ବଞ୍ଚିରହିବା ଅସମ୍ଭବ ୤ ତେଣୁ ସୁର୍ଯ୍ୟ ନଥିଲେ ଆମର ଅସ୍ଥିତ୍ବ ନଥାନ୍ତା ୤ ସୁର୍ଯ୍ୟ ସହିତ ପୃଥିବୀ ଭଳି ଆହୁରି ୭ଟା ଗ୍ରହ, ବାମନ ଗ୍ରହ, ଧୂମକେତୁ, ଗ୍ରହାଣୁ ଓ ଉପଗ୍ରହମାନଙ୍କୁ ନେଇ ଗଠିତ ପରିବାରକୁ କୁହାଯାଏ 'ସୌରଜଗତ' ୤ ଆମ ସୌରଜଗତର ମୁଖ୍ୟ ହେଉଛି ସୁର୍ଯ୍ୟ ୤ ସମୁଦାୟ ସୌରଜଗତରେ ଏକମାତ୍ର ନକ୍ଷତ୍ର ହେଉଛି ସୁର୍ଯ୍ୟ ୤ କିନ୍ତୁ, ସତ କହିଲେ, ଆମ ବିଶ୍ବରେ କୋଟି କୋଟି ସୁର୍ଯ୍ୟ ଅଛନ୍ତି ୤ କିନ୍ତୁ ସେଗୁଡ଼ିକ ଆମଠାରୁ ଅନେକ ଅନେକ ଦୂରରେ ରହିଥିବାରୁ ସେମାନଙ୍କର ଉତ୍ତାପ ଓ ଆଲୋକକୁ ଆମେ ଅନୁଭବ କରିପାରୁ ନାହିଁ ୤ ରାତିରେ ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାଗୁଡ଼ିକ ମଧ୍ୟ ଆମର ସୁର୍ଯ୍ୟ ପରି ଗୋଟିଏ ଗୋଟିଏ ନକ୍ଷତ୍ର ୤ ଆମେ ୭ ପରେ ଗୋଟିଏ ଶୂନ ଲେଖିଲେ ହେବ ସତୁରୀ ୤ ଆମେ ୭ ପରେ ଦୁଇଟା ଶୂନ ଲେଖିଲେ ହେବ ସାତଶହ ୤ ସେହିପରି ଆମେ ୭ ପରେ ୨୨ ଟା
ଶୂନ ଲେଖିଲେ ଯେଉଁ ବିଶାଳ ସଂଖ୍ୟା ହେବ, ବିଶ୍ବରେ ଅତି କମ୍ ରେ ସେତିକି ସଂଖ୍ୟକ ସୁର୍ଯ୍ୟ ଥିବାର ପ୍ରମାଣ ମିଳିଛି ୤ ସେମାନଙ୍କ ଭିତରୁ କେତେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଛୋଟ ୤ କିନ୍ତୁ ଅନେକ ସୁର୍ଯ୍ୟ ଆମ ସୁର୍ଯ୍ୟ ତୁଳନାରେ ଢେର୍ ବଡ଼ ବଡ଼ ୤ ବିଶ୍ବରେ ଅନେକ ସୁର୍ଯ୍ୟ ଅଛନ୍ତି, ଯାହାର ଆକାର ଆମ ସୁର୍ଯ୍ୟର ଆକାରର ପ୍ରାୟ ୪୦୦ ଗୁଣ ହେବ ୤
 
{{ଆଧାର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ସୂର୍ଯ୍ୟ"ରୁ ଅଣାଯାଇଅଛି