"କେଦାରନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
୭୦ କ ଧାଡ଼ି:
ପୌରାଣିକ ଆଖ୍ୟାୟିକା ଅନୁସାରେ [[ମହାଭାରତ]] ଯୁଦ୍ଧରେ [[ପାଣ୍ଡବ]] ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ [[କାଶୀ]], [[ଗୁପ୍ତକାଶୀ]] ଆସି [[କେଦାରଖଣ୍ଡ]]ରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବ ମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବ ମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ [[କେଦାରନାଥ]] ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ [[ନେପାଳ]]ର [[କାଠମାଣ୍ଡୁ]]ରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ [[ପଶୁପତିନାଥ ମନ୍ଦିର|ପଶୁପତିନାଥ]] ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ ।<ref>http://www.chardhamyatra.org/kedarnath/history-legends.php</ref>
==ମନ୍ଦିର==
[[Imageଫାଇଲ:Kedarnath Temple.jpg|thumb|right|250px|[[କେଦାରନାଥ ମନ୍ଦିର]]]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି । ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ । ଗର୍ଭଗୃହ ସମ୍ମୁଖ ମଣ୍ଡପରେ [[ଶ୍ରୀକୃଷ୍ଣ]], [[ଯୁଧିଷ୍ଠିର]], [[ଭୀମ]], [[ଅର୍ଜୁନ]], [[ନକୁଳ]], [[ସହଦେବ]] ଓ [[ଦ୍ରୌପଦୀ]]ଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ, [[କେଦାରଗୌରୀ]] ଓ ଅନ୍ୟ ଦେବାଦେବୀଙ୍କ ବିଗ୍ରହ ଶୋଭାପାଉଛି ।
 
୭୬ କ ଧାଡ଼ି:
ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ, ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ ।
==ଦର୍ଶନ==
[[Fileଫାଇଲ:Kedarnathroute.jpg|thumb|right|250px| [[କେଦାରନାଥ]]କୁ ଯିବା ରାସ୍ତାର ଦୃଶ୍ୟ]]
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ '''ନିର୍ବାଣ ଦର୍ଶନ''' କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରେଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ '''ଶୃଙ୍ଗାର ଦର୍ଶନ''' କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା [[ରାକ୍ଷୀ ପୂର୍ଣ୍ଣିମା]]ପୂର୍ବଦିନ ପାଳନ କରାଯାଏ ।
 
କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ । ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ । ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଅପ୍ରେଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ ମିଳେ।ସାଧାରଣତଃ [[ଅକ୍ଷୟ ତୃତୀୟା]] ଦିନ ମନ୍ଦିର ଖୋଲାଯାଇଥାଏ ଏବଂ [[ଦୀପାବଳି ]] ପରଦିନ ବନ୍ଦକରାଯାଏ । ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରାଯାଇ ମନ୍ଦିର ବନ୍ଦ କରାଯାଏ । ଭକ୍ତମାଙ୍କର ବିଶ୍ଵାସ, ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଯଜ୍ଞଦୀପ ପ୍ରଜ୍ଜ୍ଵଳିତ ଥାଏ । <ref>http://www.badarikedar.org/kedarnath.aspx</ref>
 
==ଆଧାର==
{{ଆଧାର}}
== ବାହାର ଆଧାର ==
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bg:Кедарнат]]
[[bn:কেদারনাথ]]
[[bpy:কেদারনাথ]]
[[de:Kedarnath]]
[[en:Kedarnath]]
[[es:Kedarnath]]
[[hi:केदारनाथ कस्बा]]
[[bn:কেদারনাথ]]
[[bpy:কেদারনাথ]]
[[it:Kedarnath]]
[[kn:ಕೇದಾರನಾಥ]]
୧୦୭ କ ଧାଡ଼ି:
[[vi:Kedarnath]]
[[zh:凯达尔纳特]]
[[vi:Kedarnath]]
"https://or.wikipedia.org/wiki/କେଦାରନାଥ"ରୁ ଅଣାଯାଇଅଛି