"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
୧୯ କ ଧାଡ଼ି:
 
ସରସ୍ୱତୀ ଶବ୍ଦ ସରସ(ପ୍ରବାହ) ଓ ବତୀ(...ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ହେଉଛି ପ୍ରବହମାନା। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ, ଦିବ୍ୟତେଜଯୁକ୍ତା, ସୁନ୍ଦରୀ, ଶୁକ୍ଳବର୍ଣ୍ଣା, ଶୁକ୍ଳ ବସ୍ତ୍ର ପରିହିତା, ଶୁକ୍ଲ ପଦ୍ମାସୀନା। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା।
==ଧର୍ମ ଓ ପୂଜା==
ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା(ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା। ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ। ମୃତ୍ୟୁ ଉପରାନ୍ତ ଜୀବନରେ ସେ [[ଆତ୍ମା]]ମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ [[ମୟୁର]]ର ଡ଼ାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ। [[ବୌଦ୍ଧ ଧର୍ମ]]ରେ ମଧ୍ୟ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ [[ବୁଦ୍ଧ]]ଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (''Thurathadi'') (သူရဿတီ) ଉଚ୍ଚାରଣ (θùja̰ðədì|pron), ଥାଇ ଭାଷାରେ ସୁରାସୱଦୀ (''Surasawadee'') (สุรัสวดี), ଜାପାନୀ ଭାଷାରେ ବେଞ୍ଜାଇତେନ (弁才天/弁財天) ବୋଲି ପରିଚିତା। ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ [[ଦୁର୍ଗା]]ଙ୍କର କନ୍ୟାବୋଲି ପୂଜା କରାଯାଏ। ସେଥିପାଇଁ [[ଦୁର୍ଗାପୂଜା]]ରେ ଦୁର୍ଗାଙ୍କ ସହିତ ସରସ୍ୱତୀ, [[ଲକ୍ଷ୍ମୀ]], [[ଗଣେଶ]] ଓ [[କାର୍ତ୍ତିକେୟ]]ଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। <ref>Kinsley, David (1988). ''[http://books.google.com/books?id=hgTOZEyrVtIC Hindu Goddesses: Vision of the Divine Feminine in the Hindu Religious Traditions].'' University of California Press. ISBN 0-520-06339-2. p. 95.</ref>
 
ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି [[ଦୁର୍ଗା]] ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରିରେ ପୂଜା ପାଆନ୍ତି । [[ଆଶ୍ଵୀନ]] ନବରାତ୍ରରେ ସ୍ଵୟଂ ମା' [[ଦୁର୍ଗା]] ପୂଜା ପାଆନ୍ତି। ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା' ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ମା' ସରସ୍ଵତୀ ସତଗୁଣ ସ୍ଵରୂପା, ଆନନ୍ଦମୟ ସ୍ଵରୂପା, ବ୍ରହ୍ମାଙ୍କ ପୁତ୍ରୀ ।<ref>http://truereligiondebate.wordpress.com/2008/03/07/hindu-god-brahma-and-his-goddess-daughter-sarasvati-where-is-the-line-drawn-between-a-god-who-has-forced-sex-with-his-own-daughter-his-own-flesh-and-blood-and-runs-lusting-for-his-own-daughter-and/</ref> ମା' ଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା ପ୍ରସନ୍ନ ହୁଅନ୍ତି । ମା' ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା' ସରସ୍ଵତୀ ବଗ୍ଦେବୀ, ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନର ଆଶିର୍ବାଦ ଦେଇଥାନ୍ତି । <ref>http://www.saiaustin.org/balvikas/lessons/Lesson%202%20-%20Saraswathi%20Devi.pdf</ref>
 
==ଆହୁରି ଦେଖନ୍ତୁ==
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି