"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାହାର ତଥ୍ୟ, ସଜାଣି
ସଜାଣି
୧୯ କ ଧାଡ଼ି:
 
ସରସ୍ୱତୀ ଶବ୍ଦ ସରସ(ପ୍ରବାହ) ଓ ବତୀ(...ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ହେଉଛି ପ୍ରବହମାନା। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ, ଦିବ୍ୟତେଜଯୁକ୍ତା, ସୁନ୍ଦରୀ, ଶୁକ୍ଳବର୍ଣ୍ଣା, ଶୁକ୍ଳ ବସ୍ତ୍ର ପରିହିତା, ଶୁକ୍ଲ ପଦ୍ମାସୀନା। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା।
==ଧର୍ମ==
 
ଜୋରୋଆଷ୍ଟର ଧର୍ମରେ ସରସ୍ୱତୀଙ୍କୁ ସରୋଶା ନାମରେ ଜଣାଯାଏ, ଯିଏ ଏଇ ପୃଥିବୀର ରକ୍ଷା କାରିଣୀ। ସରୋଶା(ଆଜ୍ଞାବହତା) ହେଉଛନ୍ତି ଆହୁରା ମଜଦାଙ୍କର ପତ୍ନୀ ଓ ଦୂତୀ, ଯାହାଙ୍କର କାମ ହେଲା ଡାଇନାଙ୍କୁ ଶିକ୍ଷାଦେବା। ଡାଇନା ହେଉଛନ୍ତି ବିବେକ ଓ ଧର୍ମର ସଙ୍ଗମ। ମୃତ୍ୟୁ ଉପରାନ୍ତ ଜୀବନରେ ସେ [[ଆତ୍ମା]]ମାନଙ୍କୁ ଆଗର ଦିଗ୍ଦର୍ଶନ ଦେଇଥାନ୍ତି। ତାଙ୍କର ଏକ ଚିହ୍ନ [[ମୟୁର]]ର ଡ଼ାକ ପୂତାତ୍ମାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇଦିଏ। [[ବୌଦ୍ଧ ଧର୍ମ]]ରେ ମଧ୍ୟ ସେ ଭିକ୍ଷୁମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ଓ [[ବୁଦ୍ଧ]]ଙ୍କର ଶିକ୍ଷାକୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ବର୍ମିଜ ଭାଷାରେ ତାଙ୍କୁ ଥୁରାଥଡି (''Thurathadi'') (သူရဿတီ) ଉଚ୍ଚାରଣ (θùja̰ðədì|pron), ଥାଇ ଭାଷାରେ ସୁରାସୱଦୀ (''Surasawadee'') (สุรัสวดี), ଜାପାନୀ ଭାଷାରେ ବେଞ୍ଜାଇତେନ (弁才天/弁財天) ବୋଲି ପରିଚିତା। ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ [[ଦୁର୍ଗା]]ଙ୍କର କନ୍ୟାବୋଲି ପୂଜା କରାଯାଏ। ସେଥିପାଇଁ [[ଦୁର୍ଗାପୂଜା]]ରେ ଦୁର୍ଗାଙ୍କ ସହିତ ସରସ୍ୱତୀ, [[ଲକ୍ଷ୍ମୀ]], [[ଗଣେଶ]] ଓ [[କାର୍ତ୍ତିକେୟ]]ଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। <ref>Kinsley, David (1988). ''[http://books.google.com/books?id=hgTOZEyrVtIC Hindu Goddesses: Vision of the Divine Feminine in the Hindu Religious Traditions].'' University of California Press. ISBN 0-520-06339-2. p. 95.</ref>
 
==ଆହୁରି ଦେଖନ୍ତୁ==
*[[ସରସ୍ଵତୀ ପୂଜା]]
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି