"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବୈଶିଷ୍ଟ୍ୟ: ବାର ଓ ଫୁଲ
୨୫ କ ଧାଡ଼ି:
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍ '''
*ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । [[ଶ୍ରୀ ଅରବିନ୍ଦ]]ଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ଵକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।
==ବାର ଓ ଫୁଲ==
କେଉଁ ବାରରେ କେଉଁ ପୁଷ୍ପ ଦେବଦେବୀଙ୍କୁ ଅର୍ପଣ କଲେ କି ପ୍ରକାର ଫଳ ପ୍ରାପ୍ତି ହୁଏ ତତ୍ ସଂମ୍ପର୍କୀୟ ବିବରଣି ଅଗସ୍ତ୍ୟମୁନି ପ୍ରଦାନ କରି ଅଛନ୍ତି ।
*[[ରବିବାର]] [[ପଦ୍ମଫୁଲ]]ରେ ଠାକୁରଙ୍କୁ ସଜାଇଲେ ଘରେ ସମୃଦ୍ଧି ଆସିବ ।
*[[ସୋମବାର]] ଇଷ୍ଟଦେବୀଙ୍କୁ କଇଁ ଓ ଜସ୍ମିନ ପ୍ରଦାନ କଲେ ଗୃହରେ ଏକତା ଆସିବ । ସଦସ୍ୟଙ୍କ ମଧ୍ୟରୁ ଅବୁଝାମଣା ଦୂରେଇଯିବ ।
*[[ମଙ୍ଗଳବାର]] ଦେବୀଙ୍କୁ ଟ୍ୟୁରୋଜ ଦେଲେ ସ୍ଵାମୀମାନେ ଆଶାତୀତ ଦୁର୍ଘଟଣାରୁ ରକ୍ଷାପାଇପାରିବେ ।
*[[ବୁଧବାର]] ଇଶ୍ଵରଙ୍କୁ ପାରିଜାତ ଦେଲେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।
*[[ଶୁକ୍ରବାର]] ଧବଳ ଓ ଇସତଲାଲ୍ ରଙ୍ଗର ରାମବାଣ ପୁଷ୍ପ ଠାକୁରଙ୍କୁ ଦେଲେ ପିଲାମାନଙ୍କର ସମସ୍ତ ତ୍ରୁଟି ଦୂର ହୋଇଯାଏ । ସ୍ଵାମୀର ପରମାୟୁ ଦୂର ହୋଇଯାଏ ।
*ସବୁ ଦିନ ଜସ୍ମିନକୁ ଟଙ୍କାବାକ୍ସ/ଲୁହାସିନ୍ଦୁକରେ ରଖାଗଲେ ସର୍ବ ସମୃଦ୍ଧି ପ୍ରାପ୍ତ ହେବ । <ref>ପୌରୁଷ ଫେବୃଆରୀ ୨୦୧୦, ପୃଷ୍ଠା - ୯୪</ref>
 
==ଆଧାର==
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି