"କ୍ୟାପିଟାଲ ହାଇସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ବିଶେଷତ୍ଵ
୨୧ କ ଧାଡ଼ି:
}}
 
'''କ୍ୟାପିଟାଲ ହାଇସ୍କୁଲ''' [[ଓଡ଼ିଶା|ଓଡ଼ିଶାର]] [[ଭୁବନେଶ୍ଵର|ଭୁବନେଶ୍ଵରରେ]] ଥିବା ଏକ [[ଓଡ଼ିଶା ସରକାର|ସରକାରୀ]] [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମ ଉଚ୍ଚବିଦ୍ୟାଳୟ ।<ref>[http://books.google.com/books?id=L-IfAQAAIAAJ&q=capital+high+school+bhubaneswar&dq=capital+high+school+bhubaneswar&hl=en&sa=X&ei=JLumT9DHIMfOrQeSrr33AQ&ved=0CEEQ6AEwAA Press in India: Part 1 ]. Ministry of Information and Broadcasting, India. Office of the Registrar of Newspapers (1965)</ref> ଏଠାରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଏଠାରେ ଉଭୟ ବାଳକ ଓ ବାଳିକା ମାନେ ଶିକ୍ଷା ଗ୍ରହଣ କରନ୍ତି । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ ।
 
== ଅବସ୍ଥିତି ==
ଏହି ବିଦ୍ୟାଳୟଟି [[ଭୁବନେଶ୍ଵର]]ର କେନ୍ଦ୍ରସ୍ଥଳ ୩ ନମ୍ବର ଅଞ୍ଚଳରେ ଅବସ୍ଥିତ ।
 
== ବିଶେଷତ୍ଵ ==
ଏହି ବିଦ୍ୟାଳୟଟି, ଭୁବନେଶ୍ଵରର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ଵାଧୀନତା ପରବର୍ତୀ ସମୟରେ ଏହି ବିଦ୍ୟାଳୟଟି ଭୁବନେଶ୍ଵରରେ ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟ ସହ ସଂଶ୍ଳିଷ୍ଠ ରହିଛି "ଠକ୍କର ବାପା ଆଦିବାସୀ ଛାତ୍ରାବାସ" । ଏଠାରେ ପ୍ରାୟ ୧୦୦ ଜଣ ଅନ୍ତେବାସୀ ରହି କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷାଗ୍ରହଣ କରନ୍ତି । <ref name="Mishra2011">{{cite book|author=Bijoya Mishra|title=Higher Education of SC/ST Girls in Orissa: A Study of Participation and Attainment|url=http://books.google.com/books?id=JxzeUS95pJIC&pg=PA132|accessdate=24 September 2012|year=2011|publisher=Gyan Publishing House|isbn=978-81-212-1133-8|pages=132–}}</ref> ଏହି ବିଦ୍ୟାଳୟର ବିରାଟ ଖେଳ ପଡିଆରେ ବିଭିନ୍ନ ପ୍ରକାର କ୍ରିଡାର ସୁବିଧା ରହିଛି । ବିଦ୍ୟାଳୟ ପରିସରରେ ଥିବା ବୃହତ ପ୍ରାଥନା ଗୃହଟିରେ ବିଭିନ୍ନ ପ୍ରକାରର ଆଞ୍ଚଳିକ ତଥା ରାଜ୍ଯସ୍ଥରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
 
== ଇତିହାସ ==
କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପ୍ରଥମ ପ୍ରଧାନ ଶିକ୍ଷକ ରୁପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟ ପ୍ରଥମେ ଆଜିର ଦୁଇ ନମ୍ବର ବାଳିକା ବିଦ୍ୟାଳୟରେ ଚାଲୁଥିଲା । ୧୯୫୮ ମସିହା ଅଗଷ୍ଟ ୨୪ ତାରିଖ ଦିନ ଦୁଇ ନମ୍ବର ମୂଳ ସ୍କୁଲରୁ ଅଲଗା ହୋଇ, କ୍ୟାପିଟାଲ ହାଇସ୍କୁଲ ଏବେକାର ତିନି ନମ୍ବର ଠାରେ ଥିବା ନୂତନ କୋଠାଘରକୁ ଆସିଥିଲା । ଗଣେଶ ଚନ୍ଦ୍ର ମିଶ୍ର ମଧ୍ୟ ବଦଳି ହୋଇ ନୂଆ ସ୍କୁଲକୁ ପ୍ରଧାନ ଶିକ୍ଷକ ହୋଇ ଆସିଥିଲେ । ସୁଧାମଞ୍ଜରୀ ଦାସ ବାଳିକା କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ଵ ତୁଲାଇଥିଲେ । ଗଣେଶ ଚନ୍ଦ୍ର ମିଶ୍ରଙ୍କ ପରବର୍ତୀ ସମୟରେ ଶ୍ରୀ ଲକ୍ଷ୍ମଣ କର, ଶ୍ରୀ ଶରତ ଚନ୍ଦ୍ର ବସୁ<ref name="Assembly1965">{{cite book|author=Orissa (India). Legislative Assembly|title=Debates|url=http://books.google.com/books?id=-IYdAAAAIAAJ|accessdate=24 September 2012|year=1965}}</ref> ଇତ୍ୟାଦି ବହୁ ଛାତ୍ରବତ୍ସଳ ଶିକ୍ଷକ, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିଯାଇଛନ୍ତି । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । ୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା । ହୀରକ ଜୟନ୍ତି ଅବସର ରେ ଭାରତୀୟ ଡାକବିଭାଗ ତରଫରୁ ସ୍କୁଲ କୁ ଉତ୍ସର୍ଗୀକୃତ ଏକ ସ୍ଵତନ୍ତ୍ର ଲଫାପା ପ୍ରକାଶ କରାଯାଇଛି ।<ref>http://philamirror.info/2012/05/09/special-cover60-years-of-capital-high-school-bhubaneswar/</ref>
ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ଦଶ ଜଣଙ୍କ ମଧ୍ୟ ରେ ସ୍ଥାନ ଅର୍ଜନ କରିଛନ୍ତି ।<ref>http://www.capitalhighschoolbhubaneswar.com/results.htm</ref>
ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।
 
==ଗାଲେରୀ==