"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲକ୍ଷଣ ଲେଖାଗଲା
୧୭୬ କ ଧାଡ଼ି:
 
=== ଶିଶୁମାନଙ୍କ ଅସ୍ଥି ଭଗ୍ନ ===
 
ପିଲାମାନଙ୍କ ଅସ୍ଥି କୋମଳ ଓ ଅପରିପକ୍ଵ । ବଡ଼ ମଣିଷଙ୍କ ଭଳି ଅସ୍ଥି ଶକ୍ତ ହୋଇ ନ ଥାଏ । ସେମାନଙ୍କ ଲମ୍ଵ ଅସ୍ଥିର(Long bone) ଦୁଇ ମୁଣ୍ଡରେ ବର୍ଦ୍ଧନକାରୀ ପ୍ଲେଟ(Growth Plate) ଥାଏ, ଯାହା ଦ୍ଵାରା ଉଭୟ ଦିଗରେ ହାଡ ବଢେ । ଏହି କାରଣମାନଙ୍କ ଯୋଗୁ ପିଲାମାନଙ୍କର ଗ୍ରୀନ୍ ସ୍ଟିକ୍ ଭଗ୍ନ ଓ ଗ୍ରୋଥ୍ ପ୍ଲେଟ ଭଗ୍ନ ହୁଏ ।
*ଶିଶୁମାନଙ୍କର ହାଡ଼ ଆଘାତପ୍ରାପ୍ତ ହେଲେ ବଙ୍କା ହୋଇଯାଏ । ସମ୍ପୁର୍ଣ୍ଣ ନ ଭାଙ୍ଗି ଗୋଟିଏ ପାଖରେ(One cortex) ଭାଙ୍ଗେ । ଏହାକୁ ଗ୍ରୀନ୍ ସ୍ଟିକ ଭଗ୍ନ(Greenstick) କହନ୍ତି । ବିନା ଅପରେଶନରେ ଏହାର୍ ଚିକିତ୍ସା କରିହେବ ।
*ଗ୍ରୋଥ ପ୍ଲେଟ ଭାଙ୍ଗିଗଲେ ହାଡ଼ ବଢିବାରେ ଅସୁବିଧା ହୁଏ । ମୁଣ୍ଡ ପଟରେ କିଛି ଅଂଶ ବଢେ ଓ କିଛି ଅଂଶ ବଢି ପାରେ ନାହିଁ । ଏଣୁ ହାଡ଼ ବଙ୍କା ହୋଇଯାଏ । ଏହାକୁ ସଲ୍ଟର୍ ହାରିସ୍ ଭଗ୍ନ କହନ୍ତି ।
*ପ୍ଲାଷ୍ଟିକ ବିକୃତି: ହାଡ଼ ଚିରଦିନ ପାଇଁ ବଙ୍କା ହୋଇଯାଏ । ଅପରେଶନ(Osteotomy) କରି ଏହାକୁ ସଳଖ କରି ହେବ ।
*ସୁପ୍ରାକଣ୍ଡାଇଲାର(Supracondylar fracture) ଓ କ୍ଳାଭିକ୍ଲ୍(Clavicle fracture) ଭଗ୍ନ ଶିଶୁମାନଙ୍କଠାରେ ଅଧିକ ଦେଖାଯାଏ ।
 
==ଆଧାର==