"ଦୁର୍ଗା ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୂଜାବିଧି ଓ ପୌରାଣିକ
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Durga Puja}}
{{Infobox Holiday
Line ୧୭ ⟶ ୧୮:
}}
 
ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଆଦି ରେ ବର୍ଣିତ। ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁର ର ଅତ୍ୟାଚାର ରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା ଶ୍ରୀବିଷ୍ଣୁ ଓ ଶିବ ଙ୍କ ପରାମର୍ଶ ରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମ ରେ ଯଜ୍ଞକୁଣ୍ଡ ରୁ ମାୟା ବୀଜ ଦ୍ବାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ। ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷ ରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ।ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳ ଦ୍ବାରା ମହିଷା ର ହୃଦୟ ବିଦ୍ଧ କଲେ,ଖଡ୍ଗ ଦ୍ବାରା ଶିରଛ୍ଛେଦ କଲେ।ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ର ସନ୍ଧିକ୍ଷଣ,ତେଣୁ ଏହିସମୟ ରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ।ତ୍ରେତା ଯୁଗ ରେ ରାବଣ କୁ ପରାସ୍ତ କରିବାହେତୁ ରାମଚନ୍ଦ୍ର ଚୈତ୍ର ବଦଳ ରେ ଆଶ୍ବିନ ରେ ଏହି ପୂଜା କରିଥିଲେ,ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ବିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟ ରେ ଦେବୀଙ୍କ ମହାପୂଜା ପ୍ରଚଳିତ।ନବମୀ ର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ବାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକ ର ପରମ୍ପରା କୁ ସୂଚାଏ।<ref>http://www.theholidayspot.com/durgapuja/akalbodhan.htm</ref>
== ମାସ/ତିଥି ==
[[ଆଶ୍ୱିନ]] ଶୁକ୍ଳପକ୍ଷ [[ଷଷ୍ଠୀ]]- [[ଦଶମୀ]] ([[ସେପ୍ଟେମ୍ବର]]-[[ଅକ୍ଟୋବର]])
== ପୂଜାବିଧି==
ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରୀଗର ମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରୁହନ୍ତି।ପବିତ୍ର ମହାଳୟା ଅବସରରେ ମା’ ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡି ଚଢାଯାଏ।ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ।କାରଣ ଏହି ଦିନ ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ,ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି।ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ।ମା’ ଙ୍କୁ ସ୍ଵାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ ।ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ।ଶେଷରେ ରାତ୍ରୀ କାଳରେ ମା’ଙ୍କ ଚକ୍ଷୁଦାନ ସମ୍ପନ୍ନ ହୁଏ।ଏହା ମା’ ଙ୍କ ବିଶେଷ ପୂଜାବିଧି।ଶାସ୍ତ୍ରକହେ ଏଥିରେ କୈଣସି ଅବହେଳା ହେଲେ ଅନିଷ୍ଟ ଘଟିବା ସୁନିଶ୍ଚିତ।ସପ୍ତମୀରେ ନବପତ୍ରିକା ପୂଜା କରାଯାଏ।ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ।ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ।
 
ଅଷ୍ଟମୀରେ ହୁଏ ମା’ ଙ୍କ ମୂଖ୍ୟ ସନ୍ଧିପୂଜା। ଏହି ଦିନ ମା’ ଙ୍କ ପାଖରେ ବଳି ଦିଆଯାଏ।ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା।ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି।ଓଡିଶାରେ ଏହିଦିନ ମହିଳାମାନେ ଶାଢି଼, ଫେଣୀ ଇତ୍ୟାଦି ଆଣି ମା’ ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି।
 
ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର,ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି।
 
ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ଵାତନ୍ତ୍ର।ଓଡିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି।ଏହା ସହିତ ମହିଳା ମାନେ ସିନ୍ଦୁର ଖେଳ କରିଥାନ୍ତି।ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ।ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ।
== ଅଞ୍ଚଳ ==
ବିଶେଷକରି କଟକ, ସମ୍ବଲପୁର, ସୋନପୁର ସମେତ ସମଗ୍ର ଓଡ଼ିଶା ତଥା ଭାରତ