"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୫୪ କ ଧାଡ଼ି:
== ଅଚଳନ(Immobilisation) ==
 
ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନ ଦ୍ଵାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । କିଛି ଚିକିତ୍ସା ଦ୍ଵାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ ।
 
==ଆଧାର==