"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Robot: Cosmetic changes
୩୧ କ ଧାଡ଼ି:
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] ଭଜନ ଓ ଜଣାଣ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ ।<ref>http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK</ref> ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ମଧ୍ଯ କୁହାଯାଏ ।
 
== ବାଲ୍ଯ ଜୀବନ ଓ ଶିକ୍ଷା ==
'''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ [[କଟକ]]କୁ ଚାଲିଆସିଥିଲେ । [[କଟକ]] ର [[କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିଵାଟ କଲେଜ]]ରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ ଭାଇଙ୍କ ଠାରୁ ପ୍ରେରଣା ପାଇ<ref>http://orissacinema.com/interviews/sikandar_alam.html</ref> ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref>
 
== ପରିବାର ==
'''ସିକନ୍ଦର ଆଲାମ''' ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ [[ନାଇମା ଆଲାମ]] ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>
 
== କର୍ମଜୀବନ ==
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ]] [[କଟକ]]ରେ ଗୀତ ଗାୟିବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ , ଜଣାଣ, ଗଜଲ, ଆଧୁନିକ ପ୍ରର୍ଭୁତି,ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ]]ରେ ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ [[ଓଡିଆ]] ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ଯରୁ [[ଅମଡ଼ା ବାଟ]], [[ଅଦିନ ମେଘ]],[[ମାଣିକ ଯୋଡ଼ି]],[[ମମତା (୧୯୭୫ର ସିନେମା)|ମମତା ]] , [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ପ୍ରଭୃତି ଅନ୍ୟତମ ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ଯ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ଯା [[ନାଜିଆ ଆଲାମ]]ଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ଯ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।
 
'''ସିକନ୍ଦର ଆଲାମ''', ରାଜ୍ଯ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ [[ଓଡିଶା]] ରାଜ୍ଯ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଦେସନର ସଭାପତି ପଦବି ମଧ୍ୟ ଅଳଙ୍କ୍ରୁତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref>
୪୪ କ ଧାଡ଼ି:
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref>
 
== ସମ୍ମାନ ଓ ପୁରସ୍କାର ==
ଜୀବନ ବ୍ୟାପି ସଂଗୀତ ସାଧନା ଓ କର୍ମଚଞ୍ଚଳତା ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଛି ।
 
୭୧ କ ଧାଡ଼ି:
*୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ<ref>http://profile.odiamusic.com/sikandaralam/awards-title/</ref>
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* [http://www.imdb.com/name/nm3381195/ ସିକନ୍ଦର ଆଲାମ ଇଣ୍ଟରନେଟ ମୁଭି ଡାଟାବେସରେ]
* [http://ollywood.wikidot.com/blogs:for-us-singing-is-divine:sikandar-alam ସିକନ୍ଦର ଆଲାମ ସାକ୍ଷାତକାର]
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ]
 
 
[[ଶ୍ରେଣୀ:ସଙ୍ଗୀତ]]