"ଅଷ୍ଟଶମ୍ଭୁ ପୀଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଛାଞ୍ଚ
ଟିକେ Robot: Cosmetic changes
୧ କ ଧାଡ଼ି:
[[ଓଡ଼ିଶା]]ର [[ଢେଙ୍କାନାଳ ଜିଲ୍ଲା]]ର କାମାକ୍ଷନଗର ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ ୤<ref>[http://www.india9.com/i9show/Astasambhu-Temples-35062.htm india9.com: Astasambhu Temples]</ref> ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ଵର,<ref>[http://ignca.nic.in/asi_reports/ordhenknl005.pdf ignca.nic.in: Kanakesvara Siva Temple (Astasmbhu Complex), Kualo]</ref> ସ୍ଵପ୍ନେଶ୍ଵର,<ref>[http://ignca.nic.in/asi_reports/ordhenknl008.pdf ignca.nic.in: Swapnesvara Siva Temple (Astasmbhu Complex), Kualo]</ref> ଐଶାନେଶ୍ଵର, କପିଳେଶ୍ଵର, ବୈଦ୍ୟନାଥେଶ୍ଵର, ପଶ୍ଚିମେଶ୍ଵର,<ref>[http://ignca.nic.in/asi_reports/ordhenknl007.pdf ignca.nic.in: Paschimesvara Siva Temple (Astasambhu Complex), Kualo]</ref> ବାଣେଶ୍ଵର ଓ ଲୋକନାଥେଶ୍ଵର ୤<ref>[http://www.orissa.net/body.php?page=astasambhu_temple orissa.net: Astasambhu Temple, Dhenkala]</ref>
ମୁଖ୍ୟମନ୍ଦିରରେ ଥିବା କନକେଶ୍ଵରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ ୤ ଲିଙ୍ଗ ଚତୁପାର୍ଶ୍ଵରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା ୤ ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ ୤ କନକେଶ୍ଵର ମନ୍ଦିରର ଦ୍ଵାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ଵ କାନ୍ଥରେ ଅର୍ଦ୍ଧନାରୀଶ୍ଵର ମୂର୍ତ୍ତି ରହିଛି ୤ ପୀଠର ପୂର୍ବଦିଗରେ ଏକ ସ୍ଵତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ବିରାଜିତ ୤ ଏହି ଦେବୀ କନକେଶ୍ଵରୀ ବା କନକଦୁର୍ଗା ଭାବେ ପରିଚିତ ୤ <ref>[http://ignca.nic.in/asi_reports/ordhenknl004.pdf ignca.nic.in: Kanaka Durga Temple (Astasmbhu Complex), Kualo]</ref>
ଆଠଗୋଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ୤
କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ ୤ ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା ୤ ଓଡ଼ିଶାରେ ଭୌମକରମାନେ ରାଜତ୍ଵ କରୁଥିବା ସମୟରେ ଶୁଳ୍କୀ ମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ଵ କରୁଥିଲେ ୤ ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ ୤ ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ୤
 
== ଆଧାର ==
{{ଆଧାର}}