"ଅଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding hak:Kiông
ଟିକେ Robot: Cosmetic changes
୨୦ କ ଧାଡ଼ି:
}}
 
[[Fileଫାଇଲ:gingerfield.jpg|thumb|ଅଦା କ୍ଷେତ ]]
 
ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା [[ଗଦ]] ଗଛ ପରି ଦିଶେ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । [[ସାରୁ]], [[ହଳଦୀ]], [[କପୁରା]] ପରି ଏଇ ଗଛର ଚେରକୁ ବ୍ୟବହାର କରାଯାଏ । [[ଆମ୍ବକଷିଆ ଅଦା]] ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ। [[ଓଡ଼ିଶା]]ରେ ସର୍ବତ୍ର ଏହି ଗଛ ଦେଖାଯାଏ।
== ବିବିଧ ଭାରତୀୟ ପ୍ରାଦେଶିକ ନାମ ==
[[Fileଫାଇଲ:Ingwer 2 fcm.jpg|thumb|ଅଦା]]
{| class="wikitable"
|-
୬୫ କ ଧାଡ଼ି:
== ବ୍ୟବହାର ==
ଅଦା ଗଛର ଚେରକୁ ହିଁ ମୁଖ୍ୟତଃ ଉପଯୋଗ କରାଯାଏ । ଏହା ଅଗ୍ନୀବର୍ଦ୍ଧକ, ରୁଚିକର, ସ୍ୱର ପରିସ୍କାରକ, ମୁଖଶୋଧକ, ମଳ ନିଃସାରକ, ପାଚକ, ବାୟୁ, ଶୂଳ, ଶୋଥ, ହୃଦୟରୋଗ, କଫ, ପେଟଫମ୍ପା, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ମୂତ୍ରରୋଧ, କୋଷ୍ଠକାଠିନ୍ୟ, କାଶ, ସ୍ୱରଭଙ୍ଗ, ଶ୍ଳେଷ୍ମପୀଡା, ଶିରବ୍ୟଥା ଆଦିର ନିବାରକ ଅଟେ ।
[[Fileଫାଇଲ:Ginger cross section.jpg|thumb|right|କଟା ଅଦା]]
ଅଦାକୁ ମୂଷାମାଟିରେ ଆଠଦିନ ପୋତି ରଖିଲାପରେ ବାହାର କରି ଏହି ଅଦା ରସକୁ ମାଲିସ କଲେ ବହୁତ ଦିନରୁ ରହି ଯାଇଥିବା ଜଖମ, ଦରଜ, ସ୍ତ୍ରୀ ଲୋକଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଯାଏ । ଏହାର ରସକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୁଏ। ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଦା ସାଧାରଣ[[ଲୁଣ]] ବା [[ସୈନ୍ଧବ ଲୁଣ]] ଖାଇଲେ ଖାଦ୍ୟପଦାର୍ଥ ସହଜରେ ଜୀର୍ଣ୍ଣ ହୁଏ। ଅରୁଚି ଆଦିରେ ଅଦାକୁ [[ତେନ୍ତୁଳି]], [[ଜୀରା]] [[ଲୁଣ]] ସହିତ ମଧ୍ୟ ବ୍ୟବହାର କରାଯାଏ । ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷ୍ମା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର କରିବାପାଇଁ ଅଦାରସ ସହିତ [[ମହୁ]]ର ପ୍ରୟୋଗ କରାଯାଏ। ପୁରୁଣା [[ଗୁଡ଼]] ସହିତ ସେବନ କଲେ ଶୋଥ, ଗୁଳ୍ମ ଆଦି ଭଲ ହୁଏ। ଅଦାରସ ସହିତ [[ଡାଳଚିନି]] ଘୋରି ଲଗାଇଲେ ମୁଣ୍ଡବ୍ୟଥା ଦୂର ହୁଏ । ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟପ୍ରତି ସ୍ପୃହା ଜନ୍ମେ, ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନିବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପାକ ହୁଏ। କାଶ, ଶ୍ୱାସ ଆଦିରେ ଏହାକୁ [[ପିପ୍ପଳୀ]] ସହିତ ପ୍ରୟୋଗ କରାଯାଏ। ଅଦା, ଧଳା[[ଦୁବ]], ଅରୁଆ[[ଚାଉଳ]]କୁ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଭଲ ହୁଏ । ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ପ୍ଳୀହା ନିବାରିତ ହୁଏ। ଅଦାରସ ସହିତ [[ଲବଙ୍ଗ]]ଗୁଣ୍ଡ ଓ [[ମହୁ]] ମିଶାଇ ସେବନ କଲେ, ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱର ଆରମ୍ଭ ହେବାପରି ଜଣା ପଡୁଥିଲେ ଭଲ ହୋଇଯାଏ। ଅଦା ଓ [[ତେଜପତ୍ର]]କୁ ପାଣିରେ ସିଝାଇ, ଥଣ୍ଡା ହେଲା ପରେ ସେଥିରେ [[ମିଶ୍ରି]] ଅଥବା ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର କାଶ, ଶ୍ୱାସ ନିବାରିତ ହୁଏ । ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ [[ଲୁଣ]] ଓ [[ଶୁଣ୍ଠୀ]]ଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।
== ଆଧାର ==
{{ଆଧାର}}
== ବାହାର ଆଧାର ==
୭୩ କ ଧାଡ଼ି:
{{Commons category|Ginger}}
* '''ବନୌଷଧି ବିଜ୍ଞାନ'''. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜୀବ ଜଗତ]]
Line ୭୮ ⟶ ୭୯:
[[ଶ୍ରେଣୀ:ଔଷଧୀୟ ଗଛ]]
[[ଶ୍ରେଣୀ:ମସଲା]]
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ace:Halia]]
"https://or.wikipedia.org/wiki/ଅଦା"ରୁ ଅଣାଯାଇଅଛି