"କେଦାରନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୬ କ ଧାଡ଼ି:
 
==ପୌରାଣିକ==
ପୌରାଣିକ ଆଖ୍ୟାୟିକା ଅନୁସାରେ [[ମହାଭାରତ]] ଯୁଦ୍ଧରେ [[ପାଣ୍ଡବ]] ମାନେ ନିଜରପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ [[କାଶୀ]], [[ଗୁପ୍ତକାଶୀ]] ଆସି [[କେଦାରଖଣ୍ଡ]]ରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବ ମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବ ମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ । ଦ୍ଵିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ [[କେଦାରନାଥ]] ଅନ୍ୟ କେତେକ ଭାଗ ମଦମହେଶ୍ଵର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ଵରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ । ତେଣୁ ବିଶ୍ଵାସ କରାଯାଏ ଶ୍ରୀକେଦାରନାଥ ଓ ଶ୍ରୀପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ
==ମନ୍ଦିର==
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଗର୍ଭଗୃହର ଭିତରପାଖ କାଠରେ ଆବୃତ।ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବିରାଟ ନନ୍ଦୀ ବିଗ୍ରହ ଗର୍ଭଗୃହ ମଧ୍ୟକୁ ମୁଖକରି ବିଜେ କରିଛନ୍ତି।ମନ୍ଦିର ପ୍ରବେଶ ଦ୍ଵାରରେ ବିନାୟକ ମୂର୍ତ୍ତି ଧ୍ୟାନମୁଦ୍ରାରେ ବିରାଜମାନ।ଗର୍ଭଗୃହ ସମ୍ମୁଖ ମଣ୍ଡପରେ ଶ୍ରୀକୃଷ୍ଣ,ଯୁଧିଷ୍ଠିର,ଭୀମ,ଅର୍ଜୁନ,ନକୁଳ,ସହଦେବ ଓ ଦ୍ରୌପଦୀଙ୍କ ମୂର୍ତ୍ତି ଏବଂ ବୀରଭଦ୍ର ସ୍ଵାମୀ ,କେଦାରଗୌରୀ ଓ ଅନ୍ୟ ଦେବାଦେବୀଙ୍କ ବିଗ୍ରହ ଶୋଭାପାଉଛି।
 
==ଶିବଲିଙ୍ଗ==
ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି।ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ଫୁଟ,ଚଉଡାରେ ପ୍ରାୟ ୪ଫୁଟ ଓ ଉଚ୍ଚତାରେ ୪ଫୁଟ।ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି।
"https://or.wikipedia.org/wiki/କେଦାରନାଥ"ରୁ ଅଣାଯାଇଅଛି