"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୨ କ ଧାଡ଼ି:
 
ପରାଧିନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ବାଭାବିକ। ସେହିପରି କଂଗ୍ରେସ ମଧ୍ଯ ସ୍ବାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ଯନ୍ତ ଶାସନରେ ରହିଥିଲା। କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ଯ ନଷ୍ଟ ହେଲା। ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା। କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ଯନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ଯ କଂଗ୍ରେସଶାସିତ ରାଜ୍ଯ ପଡିବ ନାହିଁ। ପ୍ରାୟ ଅଧିକାଂଶ ରାଜ୍ଯରେ ଜନସଂଘ ଓ କମ୍ଯୁନିଷ୍ଟମାନେ ମିଳିତ ଭାବେ କାର୍ଯ୍ଯ କରୁଥିଲେ। ଉଭୟଙ୍କ ମଧ୍ଯରେ ଗୋଟିଏ ପ୍ରତିବଦ୍ଧତା ଥିଲା ଯେ, ସମସ୍ତେ ଭାରତମାତାର ସନ୍ତାନ ଓ ସମସ୍ତେ ବିଂଶ ଶତାବ୍ଦୀରେ ଜନ୍ମିତ। କିନ୍ତୁ ଏହା ଅର୍ଥ ଓ ବାହୁବଳରେ ବିଭିନ୍ନ ରାଜ୍ଯରେ କ୍ଷମତାସୀନ ଅଣକଂଗ୍ରେସ ସରକାରମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କଲା। ଏହାଦ୍ବାରା ଜନସଂଘ ବିଚଳିତ ହୋଇନଥିଲା। ହେଲେ ଦେଶରେ ଐତିହ୍ଯ ଓ ଅଖଣ୍ଡତା ପାଇଁ କାର୍ଯ୍ଯ କରୁଥିବା ସଂଘ ପରିବାରର ପଣ୍ଡିତ ଦିନଦୟାଲ ଉପାଧ୍ଯାୟଙ୍କ ନେତୃତ୍ବରେ କାଲିକଟଠାରେ ଅନୁଷ୍ଠିତ ଏସ ମହାସଭାରେ କୁହାଗଲା ଯେ, ସବୁ ଭାରତୀୟ ଭାଷା ପାଇଁ ମିଳିବ ସହଯୋଗ। ଏହାଦ୍ବାରା ଦେଶର ସବୁ ଭାଷାଭାଷୀଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଗଲା। ଏପରିକି ଦାକ୍ଷିଣାତ୍ଯରେ ମାଲାୟାଲାମ ଭାଷାରେ ପ୍ରକାଶିତ ମାତୃଭୂମି ଭାରତୀୟ ଜନସଂଘର ଏହି ଅଧିବେଶନକୁ ଏଥର ଗଙ୍ଗା ଦାକ୍ଷିଣାତ୍ଯକୁ ଆସୁଛି ବୋଲି ବର୍ଣ୍ଣନା କରିଥିଲା। କିନ୍ତୁ ଦୁର୍ଭାଗ୍ଯର ବିଷୟ ଯେ, ଦିନଦୟାଲଜୀଙ୍କ ଏହି ଐତିହାସିକ ଅଧିବେଶନର କିଛି ଦିନ ପରେ ତାଙ୍କୁ ମୋଗଲସରାଇ ରେଳ ଷ୍ଟେସନ ଠାରେ ହତ୍ଯା କରି ଦିଆଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନସଂଘ ଦାବି କଲା। ସିବିଆଇ ତଦନ୍ତ କଲା କିନ୍ତୁ ଘଟଣାର ଅନୁସନ୍ଧାନ କରିଥିବା ସିବିଆଇ ଦିନଦୟାଲଙ୍କ ହତ୍ଯା ପଛରେ ଥିବା ରାଜନୈତିକ ଷଡଯନ୍ତ୍ର୍ ସମ୍ପର୍କରେ ଚୁପ ରହିଥିଲା। ଏଥିରୁ ସିବିଆଇର ରାଜନୀତିକରଣ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।
 
ଦିନଦୟାଲଜୀଙ୍କ ହତ୍ଯା ଭାରତୀୟ ଜନସଂଘ ପାଇଁ ଏକ ଶକ୍ତ ଧକ୍କା ଥିଲା। କିନ୍ତୁ ଏହା ଦଳକୁ କର୍ତ୍ତବ୍ଯ ପଥରୁ ବିଚ୍ଯୁତ କରିପାରିନଥିଲା। ପୁଣି ଥରେ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ବରେ ଦଳ ନିଜକୁ ବାଂଲାଦେଶର ମୁକ୍ତି ଆନ୍ଦୋଳନରେ ସାମିଲ କଲା। ଦେଶରେ ବର୍ଦ୍ଧିତ ଖାଦ୍ଯ ପଦାର୍ଥ ମୂଲ୍ଯ ଓ ଖାଦ୍ଯାଭାବ ବିରୋଧରେ ବୃହତ ଆନ୍ଦୋଳନ କଲା। ୧୯୭୧ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ଯ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। ଚିରାଚରିତ ଭାବେ ପରଶ୍ରୀକାତର କଂଗ୍ରେସ ଏହି ସ୍ଲୋଗାନକୁ ଚୋରି କରି ନେଇ ହିନ୍ଦୀରେ ରୂପାନ୍ତରିତ କରି ଗରିବ ହଟାଓ ଆହ୍ବାନ ଦେଲା। ଏହି ସ୍ଲୋଗାନ ବେଶ ଲୋକପ୍ରିୟ ହେଲା। ଫଳରେ ୧୯୭୧-୭୨ ନିର୍ବାଚନରେ କଂଗ୍ରେସକୁ ପ୍ରବଳ ଜନମତ ମିଳିଲା। ଏହାସତ୍ତ୍ବେ ଜନସଂଘ ରାଜନୈତିକ ଉତଥାନ ଓ ପତନକୁ ସାହସ ଓ ଧୈର୍ଯ୍ଯର ସହ ସମ୍ମୁଖୀନ୍ ହେଲା।
 
ଅଖଣ୍ଡ ମାନବବାଦ :
ଦଳର ଦର୍ଶନ ଅଖଣ୍ଡ ମାନବବାଦ ଉପରେ ଆଧାରିତ ଯାହା ୧୯୬୫ ଏପ୍ରିଲ ୨୨ ରୁ ୨୫ ମଧ୍ଯରେ ଅନୁଷ୍ଠିତ ଏକ ସମାବେଶରେ ପଣ୍ଡିତ ଦିନଦୟାଲ ଉପାଧ୍ଯୟଙ୍କ ଅଭିଭାଷଣରେ କୁହାଯାଇଥିଲା। ପଣ୍ଡିତ ଦିନଦୟାଲ ଉପାଧ୍ଯାୟ ୧୯୧୬ ସେପ୍ଟେମ୍ବର ୨୫ରେ ଉତ୍ତରପ୍ରଦେଶର ମଥୁରା ନିକଟବର୍ତ୍ତୀ ନାଗାଲା ଚନ୍ଦ୍ରଭାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାଟ୍ରିକ ପରୀକ୍ଷାରେ ଆଜମେର ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉପାଧ୍ଯାୟଙ୍କୁ ୨ଟି ସ୍ବର୍ଣ୍ଣପଦକ ମିଳିଥିଲା। ପୁଣିଥରେ ଆଇଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଦୁଇଟି ସ୍ବର୍ଣ୍ଣ ପଦକ ପାଇଥିଲେ। ଏହାପରେ ଗଣିତରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଣ୍ଡିତ ଦିନ ଦୟାଲ ୧୯୩୭ରେ ଆରଏସ୍ଏସ୍ ର ପ୍ରାଥମିକ ସ୍ବୟଂସେବକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆରଏସ୍ଏସ୍ ର ଯୁଗ୍ମ ପ୍ରବେଶିକ୍ ପ୍ରଚାରକ ଭାବେ ଉନ୍ନୀତ ହୋଇଥିଲେ। ୧୯୫୨ରେ ଜନସଂଘରେ ଯୋଗଦେଇ ଥିବା ଦିନଦୟାଲ ଏହାର ସାଧାରଣ ସଚିବ ନିଯୁକ୍ତି ପାଇଥିଲେ। ୧୯୬୭ରେ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୧୯୬୭ରେ ଭାରତୀୟ ଜନସଂଘର ସଭାପତି ଭାବେ ନିର୍ବାଚିତ ହେବା ପର୍ଯ୍ଯନ୍ତ ସେ ଜନସଂଘର ସଚିବ ଭାବେ