"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ପ୍ରଥମ ଦଶନ୍ଧି :
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ଯ ଉଲ୍ଲେଖଯୋଗ୍ଯ। ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ବରାଜ ଠାରୁ ମଧ୍ଯ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ବର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୋଲିସ୍ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ଯ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ବାରା ହଜାର ହଜାର ସଂଖ୍ଯାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।
 
ପରାଧିନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ବାଭାବିକ। ସେହିପରି କଂଗ୍ରେସ ମଧ୍ଯ ସ୍ବାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ଯନ୍ତ ଶାସନରେ ରହିଥିଲା। କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ଯ ନଷ୍ଟ ହେଲା। ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା। କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ଯନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ଯ କଂଗ୍ରେସଶାସିତ ରାଜ୍ଯ ପଡିବ ନାହିଁ। ପ୍ରାୟ ଅଧିକାଂଶ ରାଜ୍ଯରେ ଜନସଂଘ ଓ କମ୍ଯୁନିଷ୍ଟମାନେ ମିଳିତ ଭାବେ କାର୍ଯ୍ଯ କରୁଥିଲେ। ଉଭୟଙ୍କ ମଧ୍ଯରେ ଗୋଟିଏ ପ୍ରତିବଦ୍ଧତା ଥିଲା ଯେ, ସମସ୍ତେ ଭାରତମାତାର ସନ୍ତାନ ଓ ସମସ୍ତେ ବିଂଶ ଶତାବ୍ଦୀରେ ଜନ୍ମିତ। କିନ୍ତୁ ଏହା ଅର୍ଥ ଓ ବାହୁବଳରେ ବିଭିନ୍ନ ରାଜ୍ଯରେ କ୍ଷମତାସୀନ ଅଣକଂଗ୍ରେସ ସରକାରମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କଲା। ଏହାଦ୍ବାରା ଜନସଂଘ ବିଚଳିତ ହୋଇନଥିଲା। ହେଲେ ଦେଶରେ ଐତିହ୍ଯ ଓ ଅଖଣ୍ଡତା ପାଇଁ କାର୍ଯ୍ଯ କରୁଥିବା ସଂଘ ପରିବାରର ପଣ୍ଡିତ ଦିନଦୟାଲ ଉପାଧ୍ଯାୟଙ୍କ ନେତୃତ୍ବରେ କାଲିକଟଠାରେ ଅନୁଷ୍ଠିତ ଏସ ମହାସଭାରେ କୁହାଗଲା ଯେ, ସବୁ ଭାରତୀୟ ଭାଷା ପାଇଁ ମିଳିବ ସହଯୋଗ। ଏହାଦ୍ବାରା ଦେଶର ସବୁ ଭାଷାଭାଷୀଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଗଲା। ଏପରିକି ଦାକ୍ଷିଣାତ୍ଯରେ ମାଲାୟାଲାମ ଭାଷାରେ ପ୍ରକାଶିତ ମାତୃଭୂମି ଭାରତୀୟ ଜନସଂଘର ଏହି ଅଧିବେଶନକୁ ଏଥର ଗଙ୍ଗା ଦାକ୍ଷିଣାତ୍ଯକୁ ଆସୁଛି ବୋଲି ବର୍ଣ୍ଣନା କରିଥିଲା। କିନ୍ତୁ ଦୁର୍ଭାଗ୍ଯର ବିଷୟ ଯେ, ଦିନଦୟାଲଜୀଙ୍କ ଏହି ଐତିହାସିକ ଅଧିବେଶନର କିଛି ଦିନ ପରେ ତାଙ୍କୁ ମୋଗଲସରାଇ ରେଳ ଷ୍ଟେସନ ଠାରେ ହତ୍ଯା କରି ଦିଆଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନସଂଘ ଦାବି କଲା। ସିବିଆଇ ତଦନ୍ତ କଲା କିନ୍ତୁ ଘଟଣାର ଅନୁସନ୍ଧାନ କରିଥିବା ସିବିଆଇ ଦିନଦୟାଲଙ୍କ ହତ୍ଯା ପଛରେ ଥିବା ରାଜନୈତିକ ଷଡଯନ୍ତ୍ର୍ ସମ୍ପର୍କରେ ଚୁପ ରହିଥିଲା। ଏଥିରୁ ସିବିଆଇର ରାଜନୀତିକରଣ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।
 
 
 
୫୫

ଗୋଟି ସମ୍ପାଦନା