"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ଗାନ୍ଧିଜୀଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହଯାଏ ଯେ, ହିନ୍ଦୁତ୍ବରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ଯ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ଯ ସ୍ବୀକାରଯୋଗ୍ଯ। ଏବେ ମଧ୍ଯ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ବାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ବାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ବାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭ୍ଔମତ୍ବ ସହ ସାଲିସ କରିବାକୁ ବାଧ୍ଯ ହୋଇଥିଲେ। ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ଯ କରିବାକୁ ପଡିଲା। କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ଯତା ଓ ବିଭିନ୍ନ ସଂପ୍ରଦାୟ ମଧ୍ଯରେ ଐକ୍ଯ ଉପରେ ବିଶ୍ବାସ ରଖେ। ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ଯ ସ୍ବୀକାର କରିବ। କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ଯା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
 
କୋଟି କୋଟି ଲୋକଙ୍କ ସମର୍ଥନ ହାସଲ କରି କାର୍ଯ୍ଯ କରୁଥିବା ଆରଏସ୍ଏସ୍ କେବେ ହେଲେ ଗାନ୍ଧିଜୀଙ୍କ ମୁସଲମାନ ସନ୍ତୁଷ୍ଟିକରଣ ନୀତିକୁ ଗ୍ରହଣ କରି ପାରିନଥିଲା। ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ୍ ଦେବା ମଧ୍ଯ ଆରଏସ୍ଏସ୍ ପାଇଁ ଗ୍ରହଣଯୋଗ୍ଯ ନଥିଲା। ଏହା ସତ୍ତ୍ବେ ଆରଏସ୍ଏସ୍ ଗାନ୍ଧିଜୀଙ୍କ ପ୍ରତି ସବୁଠାରୁ ଅଧିକ ସମ୍ମାନ ଓ ଆଦର ଜ୍ଞାପନ କରିଥାଏ। ଏପରିକି ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ଔର୍ଧ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ କ୍ଯାମ୍ପକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କ୍ଔଣସି ସାଂସଦ କିମ୍ବା ବିଧାୟକ ଏହି ପ୍ରସଙ୍ଗ କେବେହେଲେ କ୍ଔଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ। ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ବ୍ ପାଇଁ ସଂଗ୍ରାମ କରିବାକୁ ପଡିଥିଲା, ଆରଏସଏସର ସ୍ପଷ୍ଟୀକରଣ୍ ପ୍ରଭାବହୀନ ଥିଲା। ଗୋଖଲେ କହିଥିଲେ ଯେ, ରାଜନୀତିର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ଏହା ଆରଏସଏସ ପାଇଁ ନିର୍ବାର ସତ୍ଯ ଥିଲା। ତେଣୁ ଆରଏସଏସ ଆଉ ଅଧିକ ଦିନ ଧର୍ମଭୀରୁ, ରାଜନୈତିକ ନେତାମାନଙ୍କ ଦାୟାରେ ନିଜର ଅସ୍ତିତ୍ବ୍ ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ନିଜର୍ ରାଜନୈତିକ ଦାନ୍ତ ଓ ଡେଣା ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ଶ୍ରୀ ଗୁରୁଜୀଙ୍କ ଆଶୀର୍ବାଦରୁ ଡଃ ଶ୍ଯାମାପ୍ରସାଦ ମୁଖର୍ଜୀଙ୍କ ନେତୃତ୍ବରେ ୧୯୫୧ରେ ଭରତୀୟ ଜନସଂଘ ସୃଷ୍ଟି ହେଲା। ଭାରତୀୟ ଜନସଂଘ ସ୍ବାଧିନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ଭାରତରେଭାରତର ୪ଟି ରାଷ୍ଟ୍ରୀୟ ରାଜନୈତିକ ଦଳ ମଧ୍ଯରୁ ଅନ୍ଯତମ ଭାବେ ନିଜକୁ ପ୍ରତିଷ୍ଠିତ୍ କରିପାରିଲା। ସେବେଠାରୁ ଦଳ କେବେହେଲେ ପଛକୁ ବୁଲି ଚାହିଁ ନାହିଁ।
ପ୍ରଥମ ଦଶନ୍ଧି :
 
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ଯ ଉଲ୍ଲେଖଯୋଗ୍ଯ। ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ବରାଜ ଠାରୁ ମଧ୍ଯ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ବର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୋଲିସ୍ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ଯ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ବାରା ହଜାର ହଜାର ସଂଖ୍ଯାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।
 
 
୫୫

ଗୋଟି ସମ୍ପାଦନା