"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୭ କ ଧାଡ଼ି:
ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ଗାନ୍ଧିଜୀଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହଯାଏ ଯେ, ହିନ୍ଦୁତ୍ବରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ଯ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ଯ ସ୍ବୀକାରଯୋଗ୍ଯ। ଏବେ ମଧ୍ଯ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ବାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ବାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ବାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭ୍ଔମତ୍ବ ସହ ସାଲିସ କରିବାକୁ ବାଧ୍ଯ ହୋଇଥିଲେ। ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ଯ କରିବାକୁ ପଡିଲା। କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ଯତା ଓ ବିଭିନ୍ନ ସଂପ୍ରଦାୟ ମଧ୍ଯରେ ଐକ୍ଯ ଉପରେ ବିଶ୍ବାସ ରଖେ। ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ଯ ସ୍ବୀକାର କରିବ। କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ଯା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
 
କୋଟି କୋଟି ଲୋକଙ୍କ ସମର୍ଥନ ହାସଲ କରି କାର୍ଯ୍ଯ କରୁଥିବା ଆରଏସ୍ଏସ୍ କେବେ ହେଲେ ଗାନ୍ଧିଜୀଙ୍କ ମୁସଲମାନ ସନ୍ତୁଷ୍ଟିକରଣ ନୀତିକୁ ଗ୍ରହଣ କରି ପାରିନଥିଲା। ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ୍ ଦେବା ମଧ୍ଯ ଆରଏସ୍ଏସ୍ ପାଇଁ ଗ୍ରହଣଯୋଗ୍ଯ ନଥିଲା। ଏହା ସତ୍ତ୍ବେ ଆରଏସ୍ଏସ୍ ଗାନ୍ଧିଜୀଙ୍କ ପ୍ରତି ସବୁଠାରୁ ଅଧିକ ସମ୍ମାନ ଓ ଆଦର ଜ୍ଞାପନ କରିଥାଏ। ଏପରିକି ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ଔର୍ଧ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ କ୍ଯାମ୍ପକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲୋ।ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କ୍ଔଣସି ସାଂସଦ କିମ୍ବା ବିଧାୟକ ଏହି ପ୍ରସଙ୍ଗ କେବେହେଲେ କ୍ଔଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ। ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ବ୍ ପାଇଁ ସଂଗ୍ରାମ କରିବାକୁ ପଡିଥିଲା, ଆରଏସଏସର ସ୍ପଷ୍ଟୀକରଣ୍ ପ୍ରଭାବହୀନ ଥିଲା। ଗୋଖଲେ କହିଥିଲେ ଯେ, ରାଜନୀତିର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ଏହା ଆରଏସଏସ ପାଇଁ ନିର୍ବାର ସତ୍ଯ ଥିଲା। ତେଣୁ ଆରଏସଏସ ଆଉ ଅଧିକ ଦିନ ଧର୍ମଭୀରୁ, ରାଜନୈତିକ ନେତାମାନଙ୍କ ଦାୟାରେ ନିଜର ଅସ୍ତିତ୍ବ୍ ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ନିଜର୍ ରାଜନୈତିକ ଦାନ୍ତ ଓ ଡେଣା ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ଶ୍ରୀ ଗୁରୁଜୀଙ୍କ ଆଶୀର୍ବାଦରୁ ଡଃ ଶ୍ଯାମାପ୍ରସାଦ ମୁଖର୍ଜୀଙ୍କ ନେତୃତ୍ବରେ ୧୯୫୧ରେ ଭରତୀୟ ଜନସଂଘ ସୃଷ୍ଟି ହେଲା। ଭାରତୀୟ ଜନସଂଘ ସ୍ବାଧିନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ଭାରତରେ