"ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) No edit summary |
Aditya Mahar (ଆଲୋଚନା | ଅବଦାନ) No edit summary |
||
୩୦ କ ଧାଡ଼ି:
ଗୋପାଳ ସ୍ବାମୀ ଦୋରାଇସ୍ବାମୀ ନାଇଡୁ(ଜି.ଡି.ନାଇଡୁ) ଥିଲେ ଭାରତର ଜଣେ ଖ୍ୟାତନାମା ଉଦ୍ଭାବକ ତଥା ଇଞ୍ଜିନିୟର ıଭାରତରେ ସେ ପ୍ରଥମ କରି ବୈଦ୍ୟୁତିକ ମୋଟର ଉଦ୍ଭାବନ କରିଥିଲେ ıବୈଦ୍ୟୁତିକ,ଯାନ୍ତ୍ରିକ,କୃଷି ଓ ଅଟୋମୋବାଇଲ ଉପକରଣ ମଧ୍ୟ ସେ ନିର୍ମାଣ କରିଥିଲେ ı କମପାଠ ପଢି ମଧ୍ୟ ନାଇଡୁ ଜଣେ ପ୍ରତିଭାର ଅଧିକରୀ ହେଇପାରିଥିଲେ ı
ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଗତ କଲଙ୍ଗଲ ଠାରେ ୧୮୯୩ ମାର୍ଚ ୨୩ ରେ ସେ ଜନ୍ମ ଗ୍ରହଣ କରିଥିଲେ ıପିଲା ବେଳେ ସେ ଜଣେ ବ୍ରିଟିଶ ଅଧିକାରୀ ମୋଟରସାଇକେଲ ଚଳାଉଥିବା ଦେଖିଥିଲେ ıତେଣୁ ଭବିଷ୍ୟତରେ ମୋଟରସାଇକେଲ ଚଳାଇବାକୁ ତାଙ୍କର ଆଗ୍ରହ ହେଇଥିଲା ıତେଣୁ ସେ ଅଧାରୁ ପାଠ ଛାଡି ଘରୁ ଲୁଛିପଳେଇଥିଲେ ıକୋଏମ୍ବାଟୁର ଠାରେ ଏକ ହୋଟେଲ ରେ ଜଣେ ୱେଟର ଭାବେ ସେ କାମ କରିଥିଲେ ıଦିର୍ଘ ୩ ବର୍ଷ ସେଠାରେ କାମ କରି ସେ ୪୦୦ଟଙ୍କା ସଞ୍ଚୟ କରିଥିଲେ ıସେଠାରେ ସେ ମୋଟରସାଇକେଲ ଚଳାଉଥିବା ଉକ୍ତ ବ୍ରିଟିଶ ଅଧିକାରୀଙ୍କୁ ଠାବ କରିବାସହ ତାଙ୍କ ଘରକୁ ଯାଇ ମୋଟରସାଇକେଲ ଦେବାକୁ ଅନୁରୋଧ କରିଥିଲେ ıଏଥି ପାଇଁ ସେ ରୋଜଗାର କରିଥିବା ୪୦୦ଟଙ୍କା ମଧ୍ୟ ସମ୍ପୃକ୍ତ ବ୍ରିଟିସ ଅଧିକାରୀଙ୍କୁ ଦେଇଥିଲେ ıବାଳକର ଏଭଳି ଉତ୍ସାହ ଦେଖି ପରେ ସମ୍ପୃକ୍ତ ଅଧିକାରୀ ତାଙ୍କ ମୋଟସାଇକେଲ ନାଇଡୁଙ୍କୁ ଦେଇଥିଲେ ıସେ ମୋଟରସାଇକେଲ କୁ ନେଇଆସି ପରବର୍ତ୍ତି ସମୟରେ ମୋଟରସାଇକେଲ ସବୁ ଯନ୍ତ୍ରାଂଶ ଖୋଲି ପରେ ପୁଣି ଲଗେଇବାରେ ସମର୍ଥ ହେଇଥିଲେ ı
୧୯୨୦ ମସିହାରେ ସେ ଜଣେ ମେକାନିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ı୧୯୩୭ରେ ସେ ପ୍ରଥମ ସ୍ବଦେଶୀ ମୋଟର ନିର୍ମାଣ କଲେ ıଏହାପରେ ସେ ସେଭିଂ ବ୍ଳେଡ,ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର,ଫଳରସ ଏକ୍ସଟ୍ରାକ୍ଟର,ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ı
|