"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟ ରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ଵର ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡିଆ ଆଲବମ ଗୀତ ରେ ଗାଇଥିଲେ ଏବଂ ୬୦ ଟି ଆଲବମ ଗୀତ ରେ ନିଜର ସ୍ଵର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ଦୀର୍ଘ ୮ ବର୍ଷଧରି ଚେଷ୍ଟା କରିସୁଧା କୌଣସି ସଫଳତା ନପାଇ ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କପାଇନ୍ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ ।ଏହାପରେ ସେ ଏକ ଘରୋଇ ରେଡିଓ ଚ୍ଯାନେଲ୍ '''ରେଡିଓ ଚକୋଲେଟ୍ ୧୦୪''' ରେ '''ପପୁ ପମ୍ ପମ୍''' ନାମରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ଯ ଭଲ ମୋଡ ନେଲା ଓ ତାପରଠାରୁ ସେ ଆଉ ପଛକୁ ବୁଲି ଚାହିନାହାନ୍ତି । ୨୦୦୯ ମସିହାରେ '''ତରଙ୍ଗ ଚ୍ଯାନେଲ୍''' ସହିତ କମେଡି ଧାରାବାହିକ ରେ ଅଭିନୟ କରିବାପାଇନ୍ ସେ ଚୁକ୍ତି କରିଥିଲେ । ଏହାପରଠାରୁ ସେ '''ତରଙ୍ଗ''' ଓ '''ତରଙ୍ଗ ମ୍ଯୁଜିକ୍''' ର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ '''ତୋ ଆଖିରେ ମୁ''', '''ସଞ୍ଜୁ ଓ ସଞ୍ଜନା''', ''' ଦିଓବାନା''', '''ବାଳୁଙ୍ଗାଟୋକା''' ଏପରି ଅନେକ ଚଳଚ୍ଚିତ୍ର ରେ ନିଜ ଅଭିନୟ ଦଖ୍ଯତା ଦେଖାଇଛନ୍ତି । '''ତରଙ୍ଗ ଚ୍ଯାନେଲ୍''' ଦ୍ବାରା ଆୟୋଜିତ '''ତରଙ୍ଗ ସିନେ ଆଓବାର୍ଡସ୍''' ରେ ମଧ୍ଯ ସେ ଶ୍ରେଷ୍ଠ କମେଡି କଳାକାର ଭାବେ ପୁରସ୍କୃତ ହୋଇଥିଲେ ।
 
[[ଶ୍ରେଣୀ:ଓଡ଼ିଆ ସିନେମାକଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
 
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି