"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ନିର୍ମାତା: ଲିଂକ
୩୬ କ ଧାଡ଼ି:
 
==ନିର୍ମାତା==
ଏହାର ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ [[ସାହାଜାହାନ|ଶାହଜାହାନ]]। ସେ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ। ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ।
 
ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୁର ସିଂହାସନ। ‘‘ପର୍ସିଆନ’’ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।
 
==ନିର୍ମାଣର ଇତିହାସ ଓ ନାମ କରଣ==
ତାଜ ମହଲ ଶବ୍ଦ [[ମମତାଜ ମହଲ]] ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ। ସାହାଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ସାହାଜାହାନଙ୍କୁ ଏ କଥା ଜଣାଇଲେ। ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ଇହଲୀଳା ସମ୍ବରଣ କରିଥିଲେ।<ref>{{cite web|url=http://www.pbs.org/treasuresoftheworld/a_nav/taj_nav/main_tajfrm.html |title=Public Broadcasting Service |publisher=PBS |accessdate=2 February 2010}}</ref> ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ସାହାଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ : ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ସାହାଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। <ref>{{cite web|url=http://www.pbs.org/treasuresoftheworld/a_nav/taj_nav/main_tajfrm.html |title=Public Broadcasting Service |publisher=PBS |accessdate=2 February 2010}}</ref> ତାଜମହଲର ନିର୍ମାଣ ୧୬୩୨ରେ ଆରମ୍ଭ ହୋଇଥିଲା।<ref name="TajMahalHistory">{{cite web|url=http://www.ourworldwonders.com/TajMahal/History.htm|title=Taj Mahal History}}</ref>
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି