"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୧ କ ଧାଡ଼ି:
 
==ବିଶେଷତା, ସୁନ୍ଦରତା ଓ ଆକର୍ଷଣ==
 
[[File:Tajmahal 2012.jpg|thumb|ଦକ୍ଷିଣ ଦିଗରୁ ତାଜମହଲର ଶୋଭା]]
[[File:Taj Mahal-11.jpg|thumb|[[ଯମୁନା]] କୂଳରୁ ତାଜମହଲର ଦୃଶ୍ୟ]]
ତାଜର ଚାରିପାଖରେ ଲୋହିତ ଶିଳା ନିର୍ମିତ ଏକ ବିଶାଳ ପ୍ରାଚୀର ରହିଛି। ଏହି ପ୍ରାଚୀର ପୂର୍ବରୁ ପଶ୍ଚିମ ୧୨୪୦ ହାତ ଲମ୍ବା ଓ ଉତ୍ତର-ଦକ୍ଷିଣରେ ୬୬୭ ହାତ ଓସାର। ପ୍ରାଚୀରର ପାଦ ଦେଶରେ କାଳିନ୍ଦୀ ନଦୀ ପ୍ରବହମାନା। ଏହି ସୁବିଶାଳ ପ୍ରାଚୀରର ଚାରି କୋଣରେ ଚାରିଟି ଟରେଟ ବା ଚୂଡ଼ା ଓ ତିନି ପାଖରେ ତିନିଟି ଉଚ୍ଚ ତୋରଣ ବିଦ୍ୟମାନ। ସବୁଠାରୁ ଉଚ୍ଚ ତୋରଣଟି ହେଉଛି ତାଜମହଲକୁ ପ୍ରବେଶର ପ୍ରଧାନ ମାର୍ଗ। ତୋରଣର ଉପରିଭାଗରେ ମନୋହର ସ୍ତମ୍ଭଗୃହ, ତା’ ଉପରେ ୨୬ଟି ସୁନା କଳସ ଗୋଟିଏ ଧାଡ଼ିରେ ସଜା ହୋଇ ରହିଛି। ପ୍ରାଚୀର ଅତିକ୍ରମ କରି ତୋରଣ ପଥ ଦେଇ ଭିତରକୁ ପ୍ରବେଶ କଲେ ତରୁଲତା ଗୁଳ୍ମରାଜି ଶୋଭିତ, ବିବିଧ ରଙ୍ଗର ପୁଷ୍ପ ମଣ୍ଡିତ, ଏକ ଉଦ୍ୟାନ ଦେଖିବାକୁ ମିଳେ। ଏହା ତାଜମହଲର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।
Line ୫୮ ⟶ ୬୦:
[[File:TajFromMasjid.jpg|thumb|ମସଜିଦରୁ ତାଜ]]
[[File:TajReflection.jpg|thumb|ପ୍ରତିଫଳିତ ତାଜ]]
 
== ରକ୍ଷଣା ବେକ୍ଷଣ==
ମମତାଜଙ୍କ ମୃତ୍ୟୁର ୧୨ ବର୍ଷ ଉତ୍ତାରୁ, ୧୬୪୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସ ୨୭ ତାରିଖରେ ସମ୍ରାଟ ତାଜ ମହଲ ପରିଦର୍ଶନ କରି ଆଗ୍ରା ନଗରୀ ଅନ୍ତର୍ଗତ ତିରିଶିଟି ପ୍ରଗଣାର ଆୟ, ଯାହା ତତ୍କାଳୀନ ଏକ ଲକ୍ଷମୁଦ୍ରାଥିଲା, ତାକୁ ତାଜର ସୌନ୍ଦର୍ଯ୍ୟ ସଂରକ୍ଷଣ, ଆଗତ ପର୍ଯ୍ୟଟକଙ୍କର ଅଭ୍ୟର୍ଥନା ଓ ବାର୍ଷିକ ଉତ୍ସବାଦିରେ ବ୍ୟୟ କରିବାକୁ ନିଶ୍ଚିତ କରିଥିଲେ। ଏହା ସହିତ ତତ୍ ସଂଲଗ୍ନ ସରାଇ ବା ପାନ୍ଥନିବାସ ଆଦିରୁ ମିଳୁଥିବା ଏକଲକ୍ଷ ମୁଦ୍ରା ମଧ୍ୟ ଏଥିପାଇଁ ନିର୍ଦ୍ଧାରିତ ହୋଇଥିଲା ।
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି