"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨ କ ଧାଡ଼ି:
 
==ବିଦ୍ରୋହ ଦମନ ଓ ବନ୍ଦୀ==
ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ.ଡାଉସନଙ୍କୁ କେନ୍ଦୁଝର ପଠାଇଲେ । ଏ ମଧ୍ୟରେଏପଟେ ଧରଣୀଧର ରାଜାବିହୀନ କେନ୍ଦୁଝରର ଟିକାୟତଭାବେ ନିଜକୁ ଘୋଷଣା କରି ରାଇସୁଆଁର ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ । ଏହି ସମୟରେ ବିଦ୍ରୋହୀ ମାନଙ୍କ ଦ୍ଵାରା ଦେବାନ ଫକୀରମୋହନ ଧରାପଡିଲେ । ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତାରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ । ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀ ମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି । ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ, କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା । ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବାକୁଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ । ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପକିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।
 
ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀ ମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା । ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।
 
==କାରାଗାରରୁ ମୁକ୍ତି ଓ ଶେଷ ଜୀବନ==
ଧରଣୀଧର ୧୮୯୭ ମସିହାରେ କାରାଗାରରୁ ମୁକ୍ତି ପାଇଲେ, କିନ୍ତୁ ଏତେବେଳକୁ ତାଙ୍କର ଆମୂଳ ପରିବର୍ତ୍ତନ ଘଟି ସାରିଥିଲା । [[ପୁରୀ]]ର ବାଙ୍କୀ ମୁହାଣରେ ସେ ଅନେକ ବର୍ଷ ତପସ୍ୟାରତ ରହିଥିଲେ । ଏ ସମୟରେ ତାଙ୍କ ସହିତ ଦେଖା କରିବାକୁ ଉତ୍କଳମଣି [[ଗୋପବନ୍ଧୁ ଦାସ]], ପଣ୍ଡିତ [[ନୀଳକଣ୍ଠ ଦାସ]] ଆଦି ମନୀଷୀ ମାନଙ୍କର ଆଗମନ ହୋଇଥିଲା । ଏହାପରେ ୧୯୧୨ ମସିହାରେ ପୁରୀଠାରୁ ଆଳି ଯାଇ ସେଠାରେ [[ଆଶ୍ରମ]] ସ୍ଥାପନା କରି [[ସନ୍ୟାସୀ]] ଜୀବନ ଅତିବାହିତ କରିଥିଲେ । ଅବଶେଷରେ, ୧୯୧୪ ମସିହା ମଇ ୧୪ ତାରିଖରେ ଉତ୍କଳମାତାର ଏ ମହାନ ସନ୍ତାନର ଦେହାବସାନ ଘଟିଲା ।