"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨ କ ଧାଡ଼ି:
 
==ଷଡ଼ଯନ୍ତ୍ରର ଶିକାର==
ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଧରଣୀଧର ନିଜର ବ୍ୟକ୍ତିତ୍ଵ, ସାଧୁତା, ପରିଶ୍ରମ ଓ ଅଧ୍ୟବସାୟ ଦ୍ଵାରା ଖୁବ୍ କମ୍ ସମୟ ଭିତରେ ରାଜାଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ଵାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ । ଏ ସବୁର ମୁଖ୍ୟ ପୁରୋଧା ଥିଲେ ସେ ସମୟର ରାଜାଙ୍କର ସହକାରୀ ଦେବାନ୍, କ୍ଷମତାଲୋଭୀ ବିଚିତ୍ରାନନ୍ଦ ଦାସ । ଧରଣୀଧରଙ୍କୁ ବଦନାମ କରିବା ଏବଂ ରାଜାଙ୍କ ନିକଟରେ ତାଙ୍କୁ ଅପ୍ରିୟ କରାଇବା ଥିଲା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏହି ସମୟରେ ୧୮୯୦ ମସିହାରେ କେନ୍ଦୁଝର ଓ ସିଂହଭୂମ ରାଜ୍ୟରରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଉଠିଥିଲା । ସେଥିପାଇଁ ମପାମପି କାମ ପାଇଁ ରାଜା ଧରଣୀଧରଙ୍କୁ ସୀମାନ୍ତ ଅଞ୍ଚଳକୁ ପଠାଇଥିଲେ । ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀ ମାନେ ଧରଣୀଧରଙ୍କ ବିରୋଧରେ ଖଚମିଛ କହି, ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭରିବାରେ ସଫଳ ହୋଇଥିଲେ । ସେହି କାରଣରୁ ସୀମାନ୍ତରୁ ସୂଚାରୁ ରୂପେ କାର୍ଯ୍ୟ ସମାପନ କରି ଆସିବା ପରେ ମଧ୍ୟ ତାଙ୍କୁ ତାଙ୍କର ପଦବୀ ହରାଇବାକୁ ପଡିଥିଲା ।
 
==ପ୍ରଜାମେଳି ଓ ବିଦ୍ରୋହ==