"ତାଜମହଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
|||
୪୧ କ ଧାଡ଼ି:
ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୁର ସିଂହାସନ। ‘‘ପର୍ସିଆନ’’ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।
==ନିର୍ମାଣର ଇତିହାସ ଓ ନାମ କରଣ==
ତାଜ ମହଲ ଶବ୍ଦ [[ମମତାଜ ମହଲ]] ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ। ସାହାଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ସାହାଜାହାନଙ୍କୁ ଏ କଥା
କୁହାଯାଏ ମମତାଜଙ୍କ ମରଣପରେ ବିଳାସୀ ସାହାଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧା ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ଅନ୍ତର୍ପ୍ରେରଣା।<ref>Muhammad Abdullah Chaghtai ''Le Tadj Mahal D'Agra (Hindi). Histoire et description'' (Brussels) 1938 p. 46.</ref><ref>'Abd al-Hamid Lahawri ''Badshah Namah'' Ed. Maulawis Kabir al-Din Ahmad and 'Abd al-Rahim u-nder the superintendence of Major W.N. Lees. Vol. I Calcutta 1867 pp384-9 ; Muhammad Salih Kambo ''Amal-i-Sal\lih or Shah Jahan Namah'' Ed. Ghulam Yazdani Vol.I (Calcutta) 1923 p. 275.</ref> ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ। ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। ସେଥିମଧ୍ୟରୁ ସମ୍ରାଟ ନିଜକୁ ସବୁଠାରୁ ଭଲ ଲାଗିଥିବା ନକ୍ସାକୁ ବାଛିଲେ ଓ ମୁକାରମତ ଖାଁ ଓ ମୀର ଅବଦୁଲ କରିମ ନାମକ ଦୁଇ କର୍ମଚାରିଙ୍କ ତତ୍ତ୍ୱାବଧାନରେ ତାଜ ମହଲର ନିର୍ମାଣ କାର୍ଯ୍ୟ ୧୬୩୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା।<ref name="TajMahalHistory">{{cite web|url=http://www.ourworldwonders.com/TajMahal/History.htm|title=Taj Mahal History}}</ref> ମୁଖ୍ୟ ମହଲର ନିର୍ମାଣ କାର୍ଯ୍ୟ ୧୬୪୮ରେ ଶେଷ ହୋଇଥିଲେ ହେଁ ଆଖପାଖର ମହଲ ଓ ଉଦ୍ୟାନର ନିର୍ମାଣ ପରେ ଶେଷ ହେଲା। ପ୍ରଚୁର ଅର୍ଥବ୍ୟୟ କରି ସାହାଜାହାନ ଏହାକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟ ରୂପେ ଗଢ଼ି ତୋଳିବାର ଚେଷ୍ଟାରେ ସଫଳ ହୋଇଥିଲେ।
ତାଜ ମହଲ ନିର୍ମାଣରେ ପାରସ୍ୟ କାରିଗରୀ, ତଥା ମୋଗଲ କାରିଗରୀର ଉପଯୋଗ ଓ ଅଭିବୃଦ୍ଧି କରା ଯାଇଥିଲା। ତିମୁରିଦ ରାଜବଂଶ ଓ ଅନ୍ୟ କେତେକ ମୋଗଲ ଭବନ ଯଥା, ଗୁର-ଇ-ଅମିର (ସମରକନ୍ଦଠାରେ ଥିବା ମୋଗଲ ରାଜବଂଶର ଜନକ ତିମୁରଙ୍କ ସମାଧି), <ref>Chaghtai ''Le Tadj Mahal'' p. 146.</ref> ହୁମାୟୁନଙ୍କ ସମାଧି, ଇତମାଦ-ଉଦ-ଦୌଲାଙ୍କ ସମାଧି (କେହି କେହି ଏହାକୁ ଶିଶୁ ତାଜ କହନ୍ତି), ସାହାଜାହାନଙ୍କ ନିର୍ମିତ ଦିଲ୍ଲୀର ଜାମା ମସଜିଦ। ଯଦିଓ ପୂର୍ବତନ ମୋଗଲ ଭବନ ଗୁଡ଼ିକ ଅଧିକତର ଲୋହିତ ଶିଳା ଖଣ୍ଡରେ ନିର୍ମିତ ହୋଇଥିଲେ, ତାଜ ମହଲ ନିର୍ମାଣରେ ସାହା ଜାହାନ ଧଳା ଶଙ୍ଖ ମଲମଲ ପଥରରେ ମୂଲ୍ୟବାନ ପଥରର ଖୋଦେଇ କରାଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ନିର୍ମିତ ଏଇ ପ୍ରାସାଦମାନ ଶିଳ୍ପ ଚାତୁର୍ଯ୍ୟ ସଂସ୍କାରର ଏକ ନୂତନ ସ୍ତରକୁ ଉପଲବ୍ଧି କରିଥିଲା। <ref>Copplestone, p. 166.</ref>
==ନିର୍ମାଣ ସାମଗ୍ରୀ==
|