"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
ଭାରତୀୟ ସଂସ୍କୃତିରେ "ପାନ" ର ଏକ ଗୁରୁତ୍ବପୁର୍ଣ୍ଣ ଭୁମିକା ରହିଛି | ଏହାକୁ ସାଧାରଣତଃ ଖାଇସାରିବା ପରେ ବା କିଛି ଉତ୍ସବ ଯେପରିକି- ବାହାଘର, ଭୋଜି ଆଦିରେ ଦିଆଯାଇଥାଏ | ଏହା ଭାରତର ସବୁ ରାଜ୍ଯ ର ସବୁ ଗଳି ରେ ମିଳେ | ଏହାକୁ ଏକ ପବିତ୍ର ଖାଦ୍ଯ ଭାବେ ମଧ୍ଯ ଇତିହାସରେ ବର୍ଣ୍ଣନା କରାଯାଇଛି | ଏହା ଗରିଷ୍ଠ ଖାଦ୍ଯର ପାଚନ ପ୍ରକ୍ରିଆକୁ ତ୍ବରାନ୍ବିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ଯ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ଯବହାର କରାଯାଏ | ତେଣୁ ପାନ ମଧ୍ଯ ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆ ଓ ଚୁନ ତଥା ଜରଦା (ତମାଖୁ) ସହିତ ଖିଆଯାଇଥାଏ । ପାନକୁ ଚୋବାଯାଇ ତାହାର ପିକକୁ ବାହାରକୁ ଫିଙ୍ଗାଯାଇଥାଏ । ପାନକୁ ଚୋବାଇଲେ ସେଥିରେ ଥିବା "ଖଇର" ନାମକ ଏକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଳାଳ ସହିତ ମିଶି ନାଲି ରଂ ଗର ଛେପ ସୃଷ୍ଠି କରେ | ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି | ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା ଗୁଜୁରାତି ଅଳେଇଚ, ଯାଇଫଳ, ଜାୟତ୍ରୀ, ଲବଙ୍ଗ ଓ ଖଇର ଆଦି ପକାଇ ତିଆରି କରାଯାଇଥାଏ ।
 
ଏକ ସରଳ ପାନକୁ ପ୍ରସ୍ତୁତ କରିବାର==ପ୍ରସ୍ତୁତି ପ୍ରଣାଳୀ ଏହିଭଳି- ==
 
# ପାନପତ୍ରକୁ ଭଲଭାବେ ଧୋଇ ଏକ ଶୁଖିଲା କପଡା ରେ ପୋଛାଯାଏ |
୯ କ ଧାଡ଼ି:
# ଏହାକୁ ସତେଜ ରଖିବା ପାଇଁ ବରଫରେ ବି ରଖାଯାଏ |
 
===ମିଠା ପାନ:===
 
ମିଠା ପାନର ପ୍ରସ୍ତୁତି ପ୍ରଣାଳୀ ମସଲାଯୁକ୍ତ ପାନଠାରୁ ଅଲଗା | ଏଥିରେ ଚୁନ ଓ ମସଲା ମିଶେ ନାହିଁ | କେବଳ ଗୁଜୁରାତି, ଲବଙ୍ଗ, ପ୍ରାକୃତିକ ସ୍ବାଦ ଓ ରଙ୍ଗ ମିଶାଯାଏ ଯାହା ହଜମରେ ସାହାଯ୍ଯ କରେ | ଦକ୍ଷିଣ ଏସିଆ ର କେତେକ ସ୍ତାନରେ ମିଠା ପାନରେ ନଡିଆ, ପ୍ରାକୃତିକ ମଞ୍ଜି, କାଜୁ ଓ ଅନ୍ଯ ଶୁଖିଲା ଫଳ ପକାନ୍ତି | ଏହିପରି ଆମ ଦେଶରେ ଅନେକ ସ୍ତାନର ନାମ ଅନୁସାରେ ପାନ ମିଳେ, ଯେପରି- ବଙ୍ଗାଳି ପାନ, ଜଗନ୍ନାଥ ପାନ, ବନାରସୀ ପାନ ଯାହା ସ୍ବାଦାନୁସାରେ ପରସ୍ପରଠାରୁ ଅଲଗା |
 
==ସ୍ବାସ୍ଥ୍ଯ ଉପରେ ପ୍ରଭାବ:==
 
ପାନପତ୍ର ଶରୀରର ହଜମଶକ୍ତି ବଢାଇବାରେ ସାହାଯ୍ଯ କରିଥାଏ | କିନ୍ତୁ ଗୁଆ ଓ ଅନ୍ଯାନ୍ଯ ତମ୍ବାଖୁଯୁକ୍ତ ମସଲା ମୁଖ କର୍କଟ ରୋଗର ମୁଖ୍ଯ କାରଣ୍ | ଗୁଆ ଦ୍ବାରା ଦାନ୍ତ ମାଢି ଦୁର୍ବଳ ହୋଇଯାଏ | ବିଶ୍ବ ସ୍ବାସ୍ଥ୍ଯ ସଙ୍ଗଠନ ଅନୁସାରେ ଗୁଆଯୁକ୍ତ ତମ୍ବାଖୁ ଓ ତମ୍ବାଖୁବିହୀନ ପାନଦ୍ବାରା କର୍କଟ ରୋଗର ସମ୍ଭାବନା ଯଥାକ୍ରମେ ୯.୯ ଓ ୮.୪ ଗୁଣ ଥାଏ | ତେଣୁ ଭାରତ ତଥା ବିଶ୍ବର ସମସ୍ତ ସ୍ବାସ୍ଥ୍ଯ ସ!!!ନ୍ସ୍ଥା ପାନ ସେବନକୁ ମନା କରନ୍ତି |
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି