"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୫୮ କ ଧାଡ଼ି:
 
===ପର୍ବତାରୋହଣ===
ଏଭେରେଷ୍ଟ ଶୃଙ୍ଗକୁ ଛୁଇଁବାରେ କଳ୍ପନା ଦାଶ ହେଉଛନ୍ତି ପ୍ରଥମ ଓଡ଼ିଆ, ଏଭେରେଷ୍ଟପ୍ରଥମ ଅସୈନିକ (civilian) ଓ ସବୁଠାରୁ ବୟସ୍କ ଭାରତୀୟ ମହିଳା(୪୨)। ଆରୋହଣକାରୀ।<ref>{{cite web|title=www.tribuneindia.com/2008/20081005/spectrum/main2.htm}}</ref>

ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମନା କରି ଜଣେ ନାରୀ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ। ଦୁଇ ଦୁଇଥର ବିଫଳତାର ସାମନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା।
 
କୌଣସି ବିଧିବଦ୍ଧ ଶିକ୍ଷା ବିନା ସେ ୨୦୦୪ରେ ହିମାଳୟ ଆରୋହଣର ପ୍ରଥମ ପ୍ରଚେଷ୍ଟା କରି ୭୩୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇ ପାରିଥିଲେ। ତାଙ୍କ ଜୋତାରେ ତ୍ରୁଟି ଆସିବା କାରଣରୁ ଓହ୍ଲେଇ ଆସିଥିଲେ।<br />
୨୦୦୬ରେ ପୁନର୍ବାର ସେ ହିମାଳୟ ଆରୋହଣ କରିଥିଲେ, କିନ୍ତୁ ପ୍ରତିକୂଳ ପାଣିପାଗ ଯୋଗୁଁ ବାଧ୍ୟ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ।<br />
 
ପର୍ବତାରୋହଣରେ ପ୍ରାମାଣିକ ଶିକ୍ଷା ହାସଲ କରିବାପାଇଁ ସେ ୨୦୦୧ରେ ଦାର୍ଜିଲିଂର ହିମାଳୟ ପର୍ବତାରୋହଣ-ପ୍ରଶିକ୍ଷଣ ସଂସ୍ଥାନରେ (Himalayan Mountaineering Institute at Darjeeling) ୩୫ ବର୍ଷବର୍ଷର ପରିଣତ ବୟସରେ ଯୋଗଦେଇଥିଲେ। ତା’ପରଠାରୁ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରତିଦିନ ସେ ନିଜ ସହର ଢେଙ୍କାନାଳ ଉପକଣ୍ଠରେ ଥିବା ୧୩୫୨ ପାହାଚଯୁକ୍ତ କପିଳାସ ପାହାଡ଼କୁ ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ।
 
ପର୍ବତାରୋହଣ କରିବାରେ ଅନେକ ଅର୍ଥର ଆବଶ୍ୟକତା ରହିଥାଏ, ଯାହା ବ୍ୟକ୍ତିଗତ ଭାବେ ତାଙ୍କଦ୍ୱାରା ପୂରଣ କରିବା ସମ୍ଭବ ନ ଥିଲା। ଢେଙ୍କାନାଳର କତିପୟ ବାସିନ୍ଦା ଏବଂ ଢେଙ୍କାନାଳର ଜିଲ୍ଲାପାଳ ତାଙ୍କୁ ଏ ଦିଗରେ ଆର୍ଥିକ ସାହାଯ୍ୟ କରିଥିଲେ ଯାହା ଯଥେଷ୍ଟ ନ ଥିଲା। ଏପରିକି ସରକାରଙ୍କ ତରଫରୁ ମଧ୍ୟ ଯାହା ସାହାଯ୍ୟ ମିଳିଲା ତାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି। ଯଦିଓ ସେ ପେଶାରେ ଜଣେ ଓକିଲ, ତଥାପି ଓକିଲାତି ପାଇଁ ତାଙ୍କ ପାଖରେ ଖୁବ୍ କମ୍ ସମୟଥିଲା, କାରଣ ତାଙ୍କ ଜୀବନର ପ୍ରାଥମିକତା ଥିଲା ପର୍ବତାରୋହଣ।
Line ୬୯ ⟶ ୭୧:
==ସଫଳତା ଓ ସମ୍ମାନ==
 
ନେପାଳ, ଆମେରିକା, କାନାଡ଼ା ଓ ୟୁକ୍ରେନର ପର୍ବତାରୋହୀଙ୍କୁ ନେଇ ଗଠିତ ଦଳକୁ ନେଇ ସେ ୨୦୦୮ ମସିହା ମେ ମାସ ୨୧ ତାରିଖ, ୧୧.୪୫ ସମୟରେ ସେ ହିମାଳୟର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିବାରେ ସଫଳ ହୋଇ ପାରିଥିଲେ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ଏଭେରେଷ୍ଟ ଆରୋହଣରେ ସଫଳ ହୋଇ ପାରିଛନ୍ତି। <ref>{{cite web|title=Orissa Reference Manual 2009- Part I, Page 102 (access date 21.5.2012)|url=http://orissa.gov.in/e-magazine/orissaannualreference/OR-Annual-2009/ORA-2009.htm}}</ref> ତାଙ୍କର ଏହି ସଫଳ ଆରୋହଣରେ ତାଙ୍କ ସହ ଥିଲେ ଆମେରିକା, କାନାଡ଼ା ଓ ନେପାଳର ଆଉ କେତଜଣ ଆରୋହଣକାରୀ।
 
ମୃଦୁଭାଷିଣୀ କଳ୍ପନା ଭାଗ୍ୟ ଓ ଭଗବାନରେ ବିଶ୍ୱାସ କରନ୍ତି। ତାଙ୍କର ଅଭିଜାନରେ ବାହାରିବା ଆଗରୁ ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଠାକୁରଙ୍କ ଆଶିଷ ନେବାପାଇଁ ଯାଇଥିଲେ। ‘ପ୍ରଥମ ଓଡ଼ିଆ ଏଭେରେଷ୍ଟ ଆରୋହଣକାରୀ ଜଣେ ନାରୀ କେମିତି ହୋଇ ପାରିଲେ’ ବୋଲି ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ ‘ଏହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା।’